ନିଃସଙ୍ଗତା ଦୂର କରିବ ରୋବୋ

ରୋବୋର ବ୍ୟବହାର ଦିନକୁ ଦିନ ବଢ଼ିଚାଲିଛି। ଏଣିକି ଏହାକୁ ନିଃସଙ୍ଗତା ଦୂର କରିବା ପାଇଁ ବ୍ୟବହାର କରାଯାଇପାରିବ। ଜାପାନର ବୈଜ୍ଞାନିକମାନେ ଏପରି ଏକ ଅତ୍ୟାଧୁନିକ ଜ୍ଞାନକୌଶଳ ବିଶିଷ୍ଟ ରୋବୋ ପ୍ରସ୍ତୁତ କରିଛନ୍ତି। ନିଃସଙ୍ଗତା ପରି ସମସ୍ୟା ସହ ଜଡିତ ଥିଲେ ଏହି ରୋବୋ ସଂପୃକ୍ତ ବ୍ୟକ୍ତିଙ୍କ ମନରେ ସକାରାତ୍ମକ ଚିନ୍ତାଧାରା ସୃଷ୍ଟି କରିବାରେ ଅନେକାଂଶରେ ସହାୟକ ହୋଇପାରିବ। ପରୀକ୍ଷାମୂଳକ ଭାବେ ଏହାକୁ ବ୍ୟବହାର କରାଯାଇ ସଫଳତା ମିଳିଛି ବୋଲି ପ୍ରସ୍ତୁତକାରୀ ବୈଜ୍ଞାନିକମାନେ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। କେବଳ ସେତିକି ନୁହେଁ, ନିଃସଙ୍ଗତାରୁ ନିଜକୁ ଦୂରେଇ ରଖିବା ପାଇଁ ଜଣେ ବ୍ୟକ୍ତି ଏହି ରୋବୋ ସହାୟତାରେ ମନ ପସନ୍ଦର ଗୀତ ମଧ୍ୟ ଶୁଣିପାରିବ।