ନିଃସଙ୍ଗତାର ସାଥୀ ରୋବୋ

ଆଜିକାଲି ରୋବୋକୁ ବିଭିନ୍ନ କାମରେ ନିୟୋଜିତ କରା ଯାଉଛି। ଏପରି କି ଚିକିତ୍ସା ବିଜ୍ଞାନରେ ବିଭିନ୍ନ ଜଟିଳ ଅପରେଶନରେ ଏହା ଡାକ୍ତରମାନଙ୍କୁ ସାହାଯ୍ୟ କରିବାର ଉଦାହରଣ ମଧ୍ୟ ରହିଛି। ନିକଟରେ ଜାପାନର ବୈଜ୍ଞାନିକମାନେ ଏପରି ଏକ ରୋବୋ ପ୍ରସ୍ତୁତ କରିଛନ୍ତି ଯାହା ନିଃସଙ୍ଗତା ଦୂରକରିପାରିବ। ଏହାର ସହାୟତା ନେଇ ଜଣେ ମନପସନ୍ଦର ଗୀତ ମଧ୍ୟ ଶୁଣିପାରିବ। ଏପରି କି ମନର କ୍ଳାନ୍ତି ଦୂରକରିବା ପାଇଁ ଉକ୍ତ ହାଇଟେକ୍‌ ରୋବୋ ସହ ବାର୍ତ୍ତାଳାପ କରିପାରିବ। ସମ୍ପୃକ୍ତ ବ୍ୟକ୍ତିର ମନୋଭାବକୁ ଭଲ ଭାବରେ ଅନୁଧ୍ୟାନ କରିବା ପରେ ତାହାର କିପରି ସମାଧାନ କରାଯାଇପାରିବ ସେ ନେଇ ଟିପ୍ସ ମଧ୍ୟ ଦେଇପାରିବ। ତେବେ ପରୀକ୍ଷାମୂଳକ ଭାବରେ ଏଥିରୁ ସଫଳତା ମିଳିଥିଲେ ମଧ୍ୟ ବଜାରରେ ଉପଲବ୍ଧ ହେବାକୁ ଆଉ କିଛି ସମୟ ଲାଗିବ ବୋଲି ପ୍ରସ୍ତୁତକର୍ତ୍ତା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି।