Posted inଖେଳ

ନାସିର ହୁସେନଙ୍କ ପସନ୍ଦ ବିରାଟ କୋହଲି

ଲଣ୍ଡନ, ୨୨|୪: ବିଶ୍ୱର ବିଖ୍ୟାତ କ୍ରିକେଟରଙ୍କ ମଧ୍ୟରୁ ୪ ଜଣଙ୍କ ଖେଳ ସେ ସର୍ବଦା ଦେଖିବାକୁ ପସନ୍ଦ କରିବେ ବୋଲି କହିଛନ୍ତି ପୂର୍ବତନ ଇଂଲଣ୍ଡ କ୍ରିକେଟ ଅଧିନାୟକ ନାସିର ହୁସେନ। ସେମାନଙ୍କ ମଧ୍ୟରେ ୩ ଜଣ ପୂର୍ବତନ ଓ ଜଣେ ସକ୍ରିୟ କ୍ରିକେଟର। ତେବେ ସକ୍ରିୟ କ୍ରିକେଟର ଜଣଙ୍କ ହେଉଛନ୍ତି ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି।
କ୍ରିକେଟ ଜଗତର ଜଣେ ପ୍ରତିଷ୍ଠିତ ବିଶ୍ଳେଷକ ଏବଂ ଭାଷ୍ୟକାର ଭାବେ ପରିଚିତ ହୁସେନ ପ୍ରଥମେ ପାକିସ୍ତାନର କିମ୍ବଦନ୍ତୀ ଓପନର ସଇଦ ଅନୱରଙ୍କ ନାମ ନେଇଛନ୍ତି। ଅନୱରଙ୍କ ଦୃଷ୍ଟି ଅନ୍ୟମାନଙ୍କ ଅପେକ୍ଷା ଭଲଭାବେ ବଲ୍‌ ଉପରେ କେନ୍ଦ୍ରିତ ହୋଇଥାଏ। ଏହା ବ୍ୟତୀତ ସେ ଅଫ୍‌-ସାଇଡ୍‌ରେ ଖେଳିବାରେ ମାହିର। ଅନ୍ତର୍ଜାତୀୟ କ୍ୟାରିୟରରେ ପାଖାପାଖି ୧୩,୦୦୦ରନ କରିଥିବା ଅନୱର ପାକିସ୍ତାନର ଅନ୍ୟତମ ଶ୍ରେଷ୍ଠ ଖେଳାଳି। ଉଜ୍ଜ୍ୱଳମୟ ୧୪ ବର୍ଷର କ୍ୟାରିୟରରେ ସେ ଉଭୟ ଟେଷ୍ଟ ଓ ଏକଦିବସୀୟରେ ଚମତ୍କାର ପ୍ରଦର୍ଶନ କରିଥିଲେ।
ନାସିର ଦ୍ୱିତୀୟ ଓ ତୃତୀୟରେ ୱେଷ୍ଟଇଣ୍ଡିଜ ଲିଜେଣ୍ଡ ବ୍ରାଏନ ଲାରା ଏବଂ ବିରାଟ କୋହଲିଙ୍କ ବ୍ୟାଟିଂ ଦେଖିବାକୁ ପସନ୍ଦ କରିବେ ବୋଲି କହିଛନ୍ତି। ମୁଁ ଲାରାଙ୍କ ପୁରୁଣା ଫୁଟେଜ୍‌ ଦେଖିଛି। ତାଙ୍କର ବ୍ୟାକ୍‌-ଲିଫ୍ଟ ଅତୁଳନୀୟ। ସେହିପରି କୋହଲି ୫୦ ଓଭର ଫର୍ମାଟରେ ରନଚେଜ୍‌ ମାଷ୍ଟର। ସ୍କୋର ଯେତେ ଥାଉନା କାହିଁକି ବିରାଟ ସବୁବେଳେ ତାହାକୁ ଚେଜ୍‌ କରିବାର ଦକ୍ଷତା ରଖିଛନ୍ତି ।
ଚତୁର୍ଥରେ ହୁସେନ ଇଂଲଣ୍ଡ କ୍ରିକେଟ ଲିଜେଣ୍ଡ ଡେଭିଡ ଗାୱାରଙ୍କୁ ପସନ୍ଦ କରିଛନ୍ତି। ତାଙ୍କ କଭର ଡ୍ରାଇଭ୍‌ ଦର୍ଶନୀୟ। ”ଗାୱାର ହେଉଛନ୍ତି ମୋ ପିଲା ଦିନର ଆଦର୍ଶ। କେଣ୍ଟ୍‌ରେ ଜନ୍ମିତ ଗାୱାର ଇଂଲଣ୍ଡ ପକ୍ଷରୁ ୧୯୭୮ରୁ ୧୯୯୨ ମଧ୍ୟରେ ୧୧,୩୦୦ରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରିଛନ୍ତି। ଏହା ମଧ୍ୟରେ ୨୫ ଶତକ ଏବଂ ୫୧ ଅର୍ଦ୍ଧଶତକ ସାମିଲ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏହି ଅଲରାଉଣ୍ଡରଙ୍କ ପାଇଁ ଗୌତମ ଗମ୍ଭୀରଙ୍କ ଉପରେ ବର୍ଷିଲେ ରବିଚନ୍ଦ୍ରନ ଅଶ୍ୱିନ

ନୂଆଦିଲ୍ଲୀ,୬।୧୨: ପୂର୍ବତନ ଭାରତୀୟ ସ୍ପିନ ବୋଲର ରବିଚନ୍ଦ୍ରନ ଅଶ୍ୱିନ ପୁଣି ଥରେ ଗୌତମ ଗମ୍ଭୀରଙ୍କୁ ଟାର୍ଗେଟ କରିଛନ୍ତି। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ...

୪୪ ରନ୍‌ ଆଗରେ ଅଷ୍ଟ୍ରେଲିଆ

ବ୍ରିସ୍‌ବେନ୍‌(ଅଷ୍ଟ୍ରେଲିଆ),୫ା୧୨: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଆଶେସ ଟେଷ୍ଟର ଶୁକ୍ରବାର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୪ ରନ୍‌ ଅଗ୍ରଣୀ ଲାଭ କରିଛି। ଭ୍ରମଣକାରୀ...

ଫ୍ରାନ୍ସକୁ ହରାଇ ସେମିରେ ପହଞ୍ଚିଲା ଜର୍ମାନୀ

ଚେନ୍ନାଇ,୫ା୧୨: ସାତ ଥର ଚାମ୍ପିୟନ ଜର୍ମାନୀ ଶୁଟ୍‌ ଆଉଟ୍‌ରେ ଫ୍ରାନ୍ସକୁ ୩-୧ ଗୋଲ୍‌ରେ ପରାସ୍ତ କରି ଚଳିତ ଏଫ୍‌ଆଇଏଚ୍‌ ଜୁନିୟର ପୁରୁଷ ବିଶ୍ୱକପ୍‌ ହକି ଟୁର୍ନାମେଣ୍ଟର...

ପ୍ରଶଂସକଙ୍କ ପାଇଁ ଖୁସିଖବର: ଦକ୍ଷିଣ ଆଫ୍ରିକା ODI ସିରିଜ ପରେ ଟି-୨୦କୁ ଫେରିବେ ରୋହିତ!

ନୂଆଦିଲ୍ଲୀ,୫।୧୨: ରୋହିତ ଶର୍ମା ଭାରତୀୟ ଘରୋଇ କ୍ରିକେଟ ପ୍ରତି ଏତେ ପ୍ରତିବଦ୍ଧତା ଦେଖାଉଛନ୍ତି ଯେ ସେ କେବଳ ଲିଷ୍ଟ ଏ କ୍ରିକେଟ ନୁହେଁ ବରଂ ଟି-୨୦...

ଓ୍ବାସିମ ଆକ୍ରମଙ୍କୁ ଟପିଲେ ଷ୍ଟାର୍କ

ବ୍ରିସବେନ,୫ା୧୨: ଅଷ୍ଟ୍ରେଲିଆ-ଇଂଲଣ୍ଡ ମଧ୍ୟରେ ଗୁରୁବାରଠାରୁ ଦ୍ୱିତୀୟ ଆଶେସ ଟେଷ୍ଟ ଆରମ୍ଭ ହୋଇଯାଇଛି। ଟେଷ୍ଟ କ୍ରିକେଟରେ ଅଷ୍ଟ୍ରେଲିଆର ଫାଷ୍ଟ ବୋଲର ମିଚେଲ ଷ୍ଟାର୍କ ସବୁଠୁ ସଫଳ ବାମହାତୀ...

ସାମ୍ନାକୁ ଆସିଲା ବିରାଟ-ରୋହିତଙ୍କ ସୁରକ୍ଷାରେ ବଡ଼ ତ୍ରୁଟି, ଟିମଙ୍କ ସହ ବୁଲିଲେ ଅପରାଧି!

ରାୟପୁର,୫।୧୨: ରାୟପୁରରେ ଖେଳାଯାଇଥିବା ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଏକଦିବସୀୟ ମ୍ୟାଚ ସମୟରେ ଖେଳାଳିଙ୍କ ସୁରକ୍ଷାରେ ବଡ଼ ଅବହେଳାର ପର୍ଦ୍ଦାଫାସ ହୋଇଛି। ଏହି...

IPL ନିଲାମ ପୂର୍ବରୁ ମାତ୍ର ୪ଟି ମ୍ୟାଚ ଖେଳିବା ପାଇଁ ଏତେ କୋଟି ଟଙ୍କା ମାଗିଲେ ଏହି ଅଷ୍ଟ୍ରେଲୀୟ ଖେଳାଳି, ଜାଣିଲେ…

ନୂଆଦିଲ୍ଲୀ,୫।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଡିସେମ୍ବର ୯, ୨୦୨୫ରୁ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳାଯିବ। ସମସ୍ତେ ଏହି ସିରିଜ ସମୟରେ...

ସ୍ମୃତି-ପଲାଶଙ୍କ ବିବାହ ସ୍ଥଗିତ ରହିବା ପରେ ପ୍ରଥମ ଥର ଏମିତି କହିଲେ ଭଉଣୀ ପଲକ, କଲେ ବଡ଼ ଖୁଲାସା

ମୁମ୍ବାଇ,୫।୧୨: ଗତ କିଛି ଦିନ ଧରି ସୋସିଆଲ ମିଡିଆରେ ବିଶ୍ୱକପ ବିଜୟୀ ସ୍ମୃତି ମନ୍ଧାନା ଏବଂ ସଂଗୀତକାର ପଲାଶ ମୁଛଲଙ୍କ ବିବାହକୁ ନେଇ ବହୁତ ଆଲୋଚନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri