ନାଲ୍‌କୋ ସିପିପିରେ ଅଗ୍ନିକାଣ୍ଡ : ବ୍ୟାପକ କ୍ଷୟକ୍ଷତି

ତାଳଚେର,୨୫।୧୦(ନି.ପ୍ର.): ନାଲ୍‌କୋ ସିପିପି ପ୍ଲାଣ୍ଟର ୫ ୟୁନିଟ୍‌ରେ ଶୁକ୍ରବାର ସକାଳେ ଅଗ୍ନିକାଣ୍ଡ
ଘଟି ବ୍ୟାପକ କ୍ଷତି ହୋଇଛି। ସର୍ଟ ଶର୍କିଟି ଯୋଗୁ ଏହି ନିଆଁ ଲାଗିଥିବା ଜଣାପଡ଼ିଛି। ତେବେ ଘଟଣାସ୍ଥଳରେ ନାଲ୍‌କୋ ସିଆଏସ୍‌ଏଫ୍‌ର ୩ଟି ଦମକଳ ଗାଡ଼ି ପହଞ୍ଚି ନିଆଁ ଲିଭାଇବା ପାଇଁ ଉଦ୍ୟମ କରାଯାଉଛି। ଏଥିସହ ନାଲ୍‌କୋର ଉଚ୍ଚପଦସ୍ଥ ଅଧିକାରୀମାନେ ପହଞ୍ଚି ତଦନ୍ତ ଚଳାଇଛନ୍ତି।