ନାଲ୍‌କୋ କଲୋନୀ ସମ୍ମୁଖରୁ ଜବରଦଖଲ ଉଚ୍ଛେଦ: ଥଇଥାନ ନ ହେଲେ ଆତ୍ମହତ୍ୟା ଚେତାବନୀ

ଭୁବନେଶ୍ୱର,୧୭।୧୦(ବ୍ୟୁରୋ): ମିଳିତ ଏନ୍‌ଫୋର୍ସମେଣ୍ଟ ଟିମ ପକ୍ଷରୁ ନାଲ୍‌କୋ କଲୋନୀ ସମ୍ମୁଖରେ ବୁଧବାର ଉଚ୍ଛେଦ ପ୍ରକ୍ରିୟା ଚାଲିଥିଲା। କିନ୍ତୁ ସେଠାକାର ବ୍ୟବସାୟୀମାନେ ପୂର୍ବରୁ କରାଯାଇଥିବା ଥଇଥାନକୁ ପୁଣି ଉଚ୍ଛେଦ କରାଯାଉଥିବାରୁ ଏହାକୁ ବିରୋଧ କରିଥିଲେ। ଏପରିକି ପୁନଃ ଥଇଥାନ ନ ହେଲେ ଆଗାମୀ ଦିନରେ ସେମାନେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଉତ୍ତରୀୟ ମଣ୍ଡଳ ଅଫିସ ଆଗରେ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି।
ସୂଚନାଯୋଗ୍ୟ, ଦୀର୍ଘ ୩୦ବର୍ଷ ହେବ ମୈତ୍ରୀ ବିହାର ମୁଖ୍ୟରାସ୍ତାରେ ୨୮ ବ୍ୟବସାୟୀ ଦୋକାନ କରିଥିଲେ। କିନ୍ତୁ ୨୦୧୬-୧୭ରେ ଫରଚ୍ୟୁନ ଟାଓ୍ବାରରୁ ମୈତ୍ରୀ ବିହାର ଯାଏ ରାସ୍ତାର ପ୍ରଶସ୍ତୀକରଣ ନିମିତ୍ତ ବିଏମ୍‌ସି, ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଓ ପୂର୍ତ୍ତ ବିଭାଗ ଉଚ୍ଛେଦ କରିଥିଲା। ହାଇକୋର୍ଟଙ୍କ ରହିତାଦେଶ ପରେ ବିଏମ୍‌ସି ନାଲ୍‌କୋ କଲୋନୀ ନିକଟରେ ୨୦ଜଣଙ୍କୁ ଥଇଥାନ କରିଥିବାବେଳେ ଅନ୍ୟମାନଙ୍କୁ ଥଇଥାନ କରି ନ ଥିଲା। ପରେ ସେମାନେ ଆତ୍ମହତ୍ୟା ଧମକ ଦେବା ପରେ ବିଏମ୍‌ସି ୩ଜଣଙ୍କୁ ଉକ୍ତ କଲୋନୀ ସାମ୍‌ନାରେ ଘରକରି ବ୍ୟବସାୟ କରିବାକୁ ଅନୁମତି ଦେଇଥିଲା।
କିନ୍ତୁ ଏବେ ବିଏମସି ଜୋନାଲ ଡେପୁଟି କମିଶନର ପ୍ରମୋଦ ପୃଷ୍ଟିଙ୍କ ତତ୍ତ୍ୱାବଧାନରେ ଉକ୍ତ ଦୋକାନଗୁଡ଼ିକୁ ମିଳିତ ଏମ୍‌ଫୋର୍ସମେଣ୍ଟ ଟିମ୍‌ ଉଚ୍ଛେଦ କରିଛି। ଏହି ଉଚ୍ଛେଦରେ ନାଲକୋ କଲୋନୀ ନିକଟରେ ଥିବା ୧୯ଟି ଆଜବେଷ୍ଟସ ଦୋକାନ ସହ ଉକ୍ତ ବ୍ୟବସାୟୀଙ୍କ ଦୋକାନକୁ ମଧ୍ୟ ଭାଙ୍ଗି ଦିଆଯାଇଛି। ଯାହାକୁ ନେଇ ଗତ ୩ବର୍ଷ ହେବ ନିଜ ଦୋକାନ ହରାଇ ସର୍ବସ୍ବାନ୍ତ ହୋଇଥିବା ବ୍ୟବସାୟୀ ସନ୍ଦୀପ, ନିରଞ୍ଜନ, ଗିରିଧାରୀ ବିଏମସି ଅଫିସ ଆଗରେ ଆତ୍ମହତ୍ୟା କରିବେ ବୋଲି କହିଛନ୍ତି। ଏ ନେଇ ଏନଫୋର୍ସମେଣ୍ଟ ଟିମ ଅଧ୍ୟକ୍ଷ ପ୍ରମୋଦ ପାତ୍ର କହିଛନ୍ତି, ପ୍ରଥମେ ନାଲକୋ ତରଫରୁ କଲୋନୀ ସମ୍ମୁଖରୁ ଜବରଦଖଲ ଉଚ୍ଛେଦ ପାଇଁ ଅଭିଯୋଗ ଆସିଥିଲା। ଏ ନେଇ ବିଏମ୍‌ସି ଜୋନାଲ ଡେପୁଟି କମିଶନର ପୃଷ୍ଟିଙ୍କ ସହମତି ପରେ ହିଁ ଉଚ୍ଛେଦ ହୋଇଛି। ବର୍ତ୍ତମାନ ବିଏମ୍‌ସି ଏହାକୁ ବେଆଇନ ନିର୍ମାଣ ଦର୍ଶାଇ ଭାଙ୍ଗିଥିବାବେଳେ ପୂର୍ବରୁ କେମିତି ସେଠାରେ ଦୋକାନୀଙ୍କୁ ଥଇଥାନ କରିଥିଲା ତାହା ଏବେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଦେକାନୀମାନଙ୍କୁ ପ୍ରଥମେ ଥଇଥାନ କରି ପରେ ଉଚ୍ଛେଦ କରିବା ବିଏମ୍‌ସିର ଦୋମୁହଁ। ନୀତି ଦର୍ଶାଉଛି ବୋଲି ବ୍ୟବସାୟୀମାନେ କହିଛନ୍ତି। ଏ ନେଇ ଜୋନାଲ ଡେପୁଟି କମିଶନରଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନବୀନ ନିବାସରେ ବିଜେଡି ପ୍ରାର୍ଥୀଙ୍କ ଭିଡ଼

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ପଞ୍ଚମ ପର୍ଯ୍ୟାୟ ବିଧାନସଭା ଟିକେଟ ଘୋଷଣା ପରେ ଗୁରୁବାର ନବୀନ ନିବାସରେ ବିଜେଡି ଲୋକ ସଭା ଓ ବିଧାନସଭା ପ୍ରାର୍ଥୀଙ୍କ ଭିଡ଼ ଦେଖିବାକୁ ମିଳିଛି।...

ରାଜ୍ୟବାସୀଙ୍କ ମତାମତ ଲୋଡ଼ିଲେ ପାଣ୍ଡିଆନ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବିଜେଡି ଇସ୍ତାହାର ପାଇଁ ରାଜ୍ୟବାସୀଙ୍କ ମତାମତ ଲୋଡ଼ିଛନ୍ତି। ଗୁରୁବାର ସାମାଜିକ ଗଣମାଧ୍ୟମ ଜରିଆରେ ସେ...

୪ ସଂସଦୀୟ କ୍ଷେତ୍ରରେ ମହିଳା ଭୋଟର ଅଧିକ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ଆସନ୍ତା ମେ’ ୧୩ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ବ୍ରହ୍ମପୁର ସଂସଦୀୟ...

ଜଙ୍ଗଲ ନିଆଁ: ୯୯ ପ୍ରତିଶତ ମନୁଷ୍ୟକୃତ

ଭୁବନେଶ୍ୱର, ୧୯।୪(ଅସମାପିକା ସାହୁ):ରାଜ୍ୟରେ ତାତି ସାଙ୍ଗକୁ ବଢୁଛି ଜଙ୍ଗଲ ନିଆଁ ବିପଦ। ଚଳିତବର୍ଷ ଜଙ୍ଗଲରେ ଲାଗିଥିବା ନିଆଁ ବର୍ତ୍ତମାନ ଚିନ୍ତାଜନକ ରହିଛି। ଗତବର୍ଷ ତୁଳନାରେ ଚଳିତବର୍ଷ...

ଜଳୁଛି ଓଡ଼ିଶା:୪୦ ଡିଗ୍ରୀ ଉପରେ ୩୨ ସହର ତାପମାତ୍ରା

ଭୁବନେଶ୍ୱର, ୧୯ା୪(ଅସମାପିକା ସାହୁ):ଡହ ଡହ ଖରାରେ ସିଝୁଛି ସାରା ଓଡ଼ିଶା। ଉପକୂଳରୁ ଆଭ୍ୟନ୍ତରୀଣ, ଉତ୍ତରରୁ ଦକ୍ଷିଣ ଓଡ଼ିଶା ସବୁଠି ପାରଦ ଉପରମୁହାଁ ହୋଇଯାଇଛି। ଗୁରୁବାର ରାଜ୍ୟର...

ରାଜ୍ୟରେ ଆରମ୍ଭ ହେଲା ନାମାଙ୍କନ ପ୍ରକ୍ରିୟା

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ରାଜ୍ୟର ପ୍ରଥମ ପର୍ଯ୍ୟାୟ (ସମଗ୍ର ଦେଶର ଚତୁର୍ଥ ପର୍ଯ୍ୟାୟ) ନିର୍ବାଚନ ମେ’ ୧୩ରେ ଅନୁଷ୍ଠିତ ହେବ। ଏଥିପାଇଁ ଗୁରୁବାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ...

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ଏଏପି ପରେ ଓଡ଼ିଶାରେ ପ୍ରାର୍ଥୀ ଘୋଷଣା କଲା ସିପିଆଇଏମ, ଭୁବନେଶ୍ୱର ଲୋକ ସଭା ଆସନରୁ ଲଢିବେ ଏହି ନେତା

ଭୁବନେଶ୍ୱର,୧୮।୪: ରାଜ୍ୟର ୩୭ଟି ବିଧାନସଭା ପାଇଁ ଆମ ଆଦମୀ ପାର୍ଟି ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ସିପିଆଇ(ଏମ ) ମଧ୍ୟ ଆଜି ଭୁବନେଶ୍ୱର ଲୋକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri