ନାଲ୍‌କୋ କଲୋନୀ ସମ୍ମୁଖରୁ ଜବରଦଖଲ ଉଚ୍ଛେଦ: ଥଇଥାନ ନ ହେଲେ ଆତ୍ମହତ୍ୟା ଚେତାବନୀ

ଭୁବନେଶ୍ୱର,୧୭।୧୦(ବ୍ୟୁରୋ): ମିଳିତ ଏନ୍‌ଫୋର୍ସମେଣ୍ଟ ଟିମ ପକ୍ଷରୁ ନାଲ୍‌କୋ କଲୋନୀ ସମ୍ମୁଖରେ ବୁଧବାର ଉଚ୍ଛେଦ ପ୍ରକ୍ରିୟା ଚାଲିଥିଲା। କିନ୍ତୁ ସେଠାକାର ବ୍ୟବସାୟୀମାନେ ପୂର୍ବରୁ କରାଯାଇଥିବା ଥଇଥାନକୁ ପୁଣି ଉଚ୍ଛେଦ କରାଯାଉଥିବାରୁ ଏହାକୁ ବିରୋଧ କରିଥିଲେ। ଏପରିକି ପୁନଃ ଥଇଥାନ ନ ହେଲେ ଆଗାମୀ ଦିନରେ ସେମାନେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଉତ୍ତରୀୟ ମଣ୍ଡଳ ଅଫିସ ଆଗରେ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି।
ସୂଚନାଯୋଗ୍ୟ, ଦୀର୍ଘ ୩୦ବର୍ଷ ହେବ ମୈତ୍ରୀ ବିହାର ମୁଖ୍ୟରାସ୍ତାରେ ୨୮ ବ୍ୟବସାୟୀ ଦୋକାନ କରିଥିଲେ। କିନ୍ତୁ ୨୦୧୬-୧୭ରେ ଫରଚ୍ୟୁନ ଟାଓ୍ବାରରୁ ମୈତ୍ରୀ ବିହାର ଯାଏ ରାସ୍ତାର ପ୍ରଶସ୍ତୀକରଣ ନିମିତ୍ତ ବିଏମ୍‌ସି, ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଓ ପୂର୍ତ୍ତ ବିଭାଗ ଉଚ୍ଛେଦ କରିଥିଲା। ହାଇକୋର୍ଟଙ୍କ ରହିତାଦେଶ ପରେ ବିଏମ୍‌ସି ନାଲ୍‌କୋ କଲୋନୀ ନିକଟରେ ୨୦ଜଣଙ୍କୁ ଥଇଥାନ କରିଥିବାବେଳେ ଅନ୍ୟମାନଙ୍କୁ ଥଇଥାନ କରି ନ ଥିଲା। ପରେ ସେମାନେ ଆତ୍ମହତ୍ୟା ଧମକ ଦେବା ପରେ ବିଏମ୍‌ସି ୩ଜଣଙ୍କୁ ଉକ୍ତ କଲୋନୀ ସାମ୍‌ନାରେ ଘରକରି ବ୍ୟବସାୟ କରିବାକୁ ଅନୁମତି ଦେଇଥିଲା।
କିନ୍ତୁ ଏବେ ବିଏମସି ଜୋନାଲ ଡେପୁଟି କମିଶନର ପ୍ରମୋଦ ପୃଷ୍ଟିଙ୍କ ତତ୍ତ୍ୱାବଧାନରେ ଉକ୍ତ ଦୋକାନଗୁଡ଼ିକୁ ମିଳିତ ଏମ୍‌ଫୋର୍ସମେଣ୍ଟ ଟିମ୍‌ ଉଚ୍ଛେଦ କରିଛି। ଏହି ଉଚ୍ଛେଦରେ ନାଲକୋ କଲୋନୀ ନିକଟରେ ଥିବା ୧୯ଟି ଆଜବେଷ୍ଟସ ଦୋକାନ ସହ ଉକ୍ତ ବ୍ୟବସାୟୀଙ୍କ ଦୋକାନକୁ ମଧ୍ୟ ଭାଙ୍ଗି ଦିଆଯାଇଛି। ଯାହାକୁ ନେଇ ଗତ ୩ବର୍ଷ ହେବ ନିଜ ଦୋକାନ ହରାଇ ସର୍ବସ୍ବାନ୍ତ ହୋଇଥିବା ବ୍ୟବସାୟୀ ସନ୍ଦୀପ, ନିରଞ୍ଜନ, ଗିରିଧାରୀ ବିଏମସି ଅଫିସ ଆଗରେ ଆତ୍ମହତ୍ୟା କରିବେ ବୋଲି କହିଛନ୍ତି। ଏ ନେଇ ଏନଫୋର୍ସମେଣ୍ଟ ଟିମ ଅଧ୍ୟକ୍ଷ ପ୍ରମୋଦ ପାତ୍ର କହିଛନ୍ତି, ପ୍ରଥମେ ନାଲକୋ ତରଫରୁ କଲୋନୀ ସମ୍ମୁଖରୁ ଜବରଦଖଲ ଉଚ୍ଛେଦ ପାଇଁ ଅଭିଯୋଗ ଆସିଥିଲା। ଏ ନେଇ ବିଏମ୍‌ସି ଜୋନାଲ ଡେପୁଟି କମିଶନର ପୃଷ୍ଟିଙ୍କ ସହମତି ପରେ ହିଁ ଉଚ୍ଛେଦ ହୋଇଛି। ବର୍ତ୍ତମାନ ବିଏମ୍‌ସି ଏହାକୁ ବେଆଇନ ନିର୍ମାଣ ଦର୍ଶାଇ ଭାଙ୍ଗିଥିବାବେଳେ ପୂର୍ବରୁ କେମିତି ସେଠାରେ ଦୋକାନୀଙ୍କୁ ଥଇଥାନ କରିଥିଲା ତାହା ଏବେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଦେକାନୀମାନଙ୍କୁ ପ୍ରଥମେ ଥଇଥାନ କରି ପରେ ଉଚ୍ଛେଦ କରିବା ବିଏମ୍‌ସିର ଦୋମୁହଁ। ନୀତି ଦର୍ଶାଉଛି ବୋଲି ବ୍ୟବସାୟୀମାନେ କହିଛନ୍ତି। ଏ ନେଇ ଜୋନାଲ ଡେପୁଟି କମିଶନରଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ମା’ ବୁଢ଼ୀ ଠାକୁରାଣୀ ଯାତ୍ରା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ: ଅକ୍ଟୋବର ୧୭ରୁ ଆରମ୍ଭ ହେବ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ପବିତ୍ର ଶାରଦୀୟ ଯାତ୍ରା ମହୋତ୍ସବ ନିମନ୍ତେ ବଜାର ସାହି…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?