Categories: ବାଣିଜ୍ୟ

ନାଲ୍‌କୋ ଅଧ୍ୟକ୍ଷଙ୍କୁ ଗ୍ଲୋବାଲ ଇଣ୍ଡିଆନ୍‌ ବିଜନେସ୍‌ ଲିଡର ସମ୍ମାନ

ଭୁବନେଶ୍ୱର,୧୮-୬:ନାଲ୍‌କୋ ଅଧ୍ୟକ୍ଷ ତପନ କୁମାର ଚାନ୍ଦଙ୍କୁ ଗ୍ଲୋବାଲ ଇଣ୍ଡିଆନ୍‌ ବିଜନେସ୍‌ ଲିଡର ସମ୍ମାନ ମିଳିଛି। ଉଲ୍ଲେଖନୀୟ ବୃତ୍ତିଗତ ସଫଳତା ଏବଂ ସାମାଜିକ ଅବଦାନ ଲାଗି ଚାନ୍ଦଙ୍କୁ ଏଭଳି ସମ୍ମାନରେ ସମ୍ମାନିତ କରାଯାଇଥିବା କମ୍ପାନୀ ପକ୍ଷରୁ ସୂଚନା ରହିଛି। ନାଲ୍‌କୋର ନିଗମ ସଞ୍ଚାର ଉପମହାପ୍ରବନ୍ଧକ ଆଶୁତୋଷ ରଥ ଚାନ୍ଦଙ୍କ ତରଫରୁ ଏହି ପୁରସ୍କାର ଗ୍ରହଣ କରିଥିଲେ। ଇଣ୍ଡିଆନ୍‌ ଆଚିଭର୍ସ ଫୋରମ ଦ୍ୱାରା ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ନିକଟରେ ପ୍ରମୁଖ ଇକ୍ୱିଟି ଇନଭେଷ୍ଟମେଣ୍ଟ ପତ୍ରିକା ଦଲାଲ ଷ୍ଟ୍ରିଟ ଜର୍ନାଲ ପକ୍ଷରୁ ଚାନ୍ଦଙ୍କୁ ରୋଲ୍‌ ଅଫ୍‌ ଅନର ସମ୍ମାନରେ ସମ୍ମାନିତ କରାଯାଇଛି। ଚାନ୍ଦ ୨୦୧୫ ଜୁଲାଇରୁ ନାଲ୍‌କୋ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଏହା ପରଠାରୁ କମ୍ପାନୀର ଉତ୍ପାଦନ, ଉତ୍ପାଦକତା ଏବଂ ଲାଭ ଆଦି କ୍ଷେତ୍ରରେ ଉତ୍କର୍ଷତା ଲାଗି ତାଙ୍କର ଉଲ୍ଲେଖନୀୟ ଯୋଗଦାନ ରହିଛି। ତାଙ୍କ ସମୟରେ ୨୦୧୮-୧୯ ଆର୍ଥତ୍କ ବର୍ଷର ନାଲ୍‌କୋର ଲାଭ ୧୦ ବର୍ଷରେ ସର୍ବାଧିକ। ସବୁ କ୍ଷେତ୍ରରେ ସଫଳତା ସହ କମ୍ପାନୀ ଅନ୍ତର୍ଜାତୀୟ କ୍ଷେତ୍ରରେ ମାନ୍ୟତା ହାସଲ କରିଛି। ସେହିଭଳି ଉଡ୍‌ ମ୍ୟାକେନଜି ରିପୋର୍ଟ ମୁତାବକ କମ୍ପାନୀ ଗତ ୩ ବର୍ଷ ଧରି କମ୍‌ ବ୍ୟୟରେ ଆଲୁମିନା ଉତ୍ପାଦନକାରୀ ମାନ୍ୟତା ହାସଲ କରିଛି। ୨୦୧୮-୧୯ ଆର୍ଥତ୍କ ବର୍ଷରେ ସ୍ବଳ୍ପ ମୂଲ୍ୟରେ ବକ୍ସାଇଟ ଉତ୍ପାଦନକାରୀ କମ୍ପାନୀ ଭାବେ ଏହା ରେକର୍ଡ କରିଛି। ୨୦୧୬ର ନୂତନ ବ୍ୟବସାୟ ମଡେଲ ଯୋଗୁ କମ୍ପାନୀ ଏଭଳି ସଫଳତା ପାଇଥିବା ଉଦ୍ୟୋଗ ବିଶେଷଜ୍ଞ ମତ ଦେଇଛନ୍ତି।

Share