ବଅଁରପାଳ, ୩୦।୭(ଡି.ଏନ.ଏ.)-ତାଳଚେରଠାରେ ଭରତପୁର କୋଇଲା ଖଣି ଦୁର୍ଘଟଣାର ପ୍ରଭାବ ନାଲ୍କୋ ପ୍ଲାଣ୍ଟରେ ମଧ୍ୟ ପଡିଛି। ନବରନତ୍ପ୍ରାପ୍ତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍କୋରେ ବର୍ତ୍ତମାନ କୋଇଲା ସଙ୍କଟ ଯୋଗୁ ବିଦ୍ୟୁତ୍ ଉତ୍ପାଦନ ହ୍ରାସ ପାଇଛି। ୧୨ଶହ ମେଗାୱାଟ ବିଶିଷ୍ଟ ନାଲ୍କୋ ସିପିପିରେ ୧୦ଟି ୟୁନିଟ ରହିଥିବାବେଳେ ସୋମବାର ସୁଦ୍ଧା ୨ଟି ୟୁନିଟ୍ ବନ୍ଦ କରିଦିଆଯାଇଛି। ଖଣି ବନ୍ଦ ଆନ୍ଦୋଳନ ଯୋଗୁ ନାଲକୋକୁ ଆବଶ୍ୟକ ପରିମାଣର କୋଇଲା ଯୋଗାଣ ହୋଇପାରୁନାହିଁ। ପ୍ରତ୍ୟେକ ଦିନ ଏମ୍ସିଏଲ୍ରୁ ନାଲକୋକୁ ପ୍ରାୟ ୧୬ରୁ ୧୭ ହଜାର ମେଟ୍ରିକ ଟନ୍ କୋଇଲା ଯୋଗାଣ ହୋଇଥାଏ। ପ୍ଲାଣ୍ଟ ଚାଲିବା ପାଇଁ ଅତି କମ୍ରେ ୧୪ରୁ ୧୫ ହଜାର ମେଟ୍ରିକ ଟନ୍ କୋଇଲା ଆବଶ୍ୟକ। ଅନ୍ୟପକ୍ଷରେ ନାଲକୋ କୋଇଲା ଷ୍ଟକ୍ୟାର୍ଡ଼ରେ ଅତି କମ୍ରେ ବର୍ଷା ଦିନେ ୬ ଲକ୍ଷ ମେଟ୍ରିକ୍ ଟନ୍ କୋଇଲା ରହିବା କଥା। କୋଇଲା ସଙ୍କଟ ଯୋଗୁ ଷ୍ଟକ୍ୟାର୍ଡ କୋଇଲା ବିଦ୍ୟୁତ୍ ଉତ୍ପାଦନରେ ବ୍ୟବହାର ହେଉଛି। ଫଳରେ ଗଚ୍ଛିତ କୋଇଲା ୪ ଲକ୍ଷ ମେଟ୍ରିକ ଟନ୍କୁ ଖସି ଆସିଲାଣି। ବତ୍ତର୍ମାନ ୮ଟି ୟୁନିଟ୍ରୁ ୯୬୦ ମେଗାୱାଟ୍ ବଦଳରେ ୮୬୦ ମେଗାୱାଟ ବିଦ୍ୟୁତ ଶକ୍ତି ଉତ୍ପାଦନ ହେଉଥିବା ଜଣାପଡ଼ିଛି। ନାଲ୍କୋକୁ ଆଉ କିଛି ଦିନ କୋଇଲା ଯୋଗାଣ ବନ୍ଦ ହୋଇଗଲେ ଏହାର କୁପ୍ରଭାବ ସ୍ମେଲଟର ପ୍ଲାଣ୍ଟ ଉପରେ ପଡ଼ିବ। ସ୍ମେଲଟର ପ୍ଲାଣ୍ଟରେ ପଟ୍ଗୁଡ଼ିକ କାର୍ଯ୍ୟକାରୀ ହେବା ପାଇଁ ପ୍ରାୟ ୧୮୫ କିଲୋ ଆମ୍ପିୟର ବିଦ୍ୟୁତ ଶକ୍ତିର ଆବଶ୍ୟକତା ରହିଛି। ସିପିପିରେ ବିଦ୍ୟୁତ ଉତ୍ପାଦନ ହ୍ରାସ ପାଇଲେ ସ୍ମେଲଟର ପ୍ଲାଣ୍ଟ ପ୍ରଭାବିତ ହେବା ସହ ଆଲୁମିନିୟମ୍ ଉତ୍ପାଦନ ମଧ୍ୟ କମିବ। ଅବସ୍ଥାରେ ସୁଧାର ନ ଆସିଲେ ଆଗକୁ ବଡ ଧରଣର ସମସ୍ୟା ଉପୁଜିବ ବୋଲି ଆଶଙ୍କା କରାଯାଉଛି।
ଏ ସମ୍ପର୍କରେ ନାଲ୍କୋ ସିପିପି ଶ୍ରମିକ କଂଗ୍ରେସ ୟୁନିୟନର କାର୍ଯ୍ୟକାରୀ ସଭାପତି ବିଭବ ଜେନା, ଏନ୍ଏନ୍ଇୟୁର ସାଧାରଣ ସମ୍ପାଦକ ନିର୍ମଳ ଶତପଥୀ କୁହନ୍ତି, ତାଳଚେର ଏମ୍ସିଏଲ୍ରେ ଆନ୍ଦୋଳନ ଯୋଗୁ ନାଲକୋକୁ କୋଇଲା ଆସୁନାହିଁ। ଗଚ୍ଛିତ କୋଇଲା ନିୟମିତ ଭାବେ ଖର୍ଚ୍ଚ କରାଯାଉଛି। ଏଭଳି ସମସ୍ୟା ଲାଗି ରହିଲେ ପ୍ଲାଣ୍ଟର ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯିବ।
ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…
ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...
ନଳକୂପ ପାଖରେ ଛକି ବସିଥିଲା ଯମ: ପାଣି ଆଣିବାକୁ ଗଲାବେଳେ ଝିଲିଙ୍କ ସହ ଘଟିଲା…
ଅନୁଗୋଳ,୩୧।୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବନ୍ତଳା ପଞ୍ଚାୟତ ସାହାରାଗୁଡ଼ା ଗାଁ ସୁନାଭୂଇଁ ସାହିରେ ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମିଳିଥିବା...
ତାଳଚେରରେ ଚାଞ୍ଚଲ୍ୟ: ପାଇପଲାଇନ ନିକଟରୁ ମିଳିଲା ୨ ମୃତଦେହ, ହତ୍ୟା ସନ୍ଦେହ
ତାଳଚେର,୨୪।୧୨(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଥାନାର ୧୪୯ନଂ ଜାତୀୟ ରାଜପଥର ଲିଙ୍ଗରାକଟା ଗ୍ରାମ ନିକଟସ୍ଥ ନାଲକୋର ପାଇପଲାଇନ ନିକଟରେ ବୁଧବାର ସକାଳ ସମୟରେ ରାସ୍ତାର...
ଅଭାବନୀୟ ଘଟଣା, ଶାଗ-ଚିକେନ ଖାଇ ଚାଲିଗଲା ୩ ଜଣଙ୍କ ଜୀବନ
ଅନୁଗୋଳ,୨୨ା୧୨: ଢେଙ୍କାନାଳ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । ଖାଦ୍ୟରେ ବିଷକ୍ରିୟା କାରଣରୁ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି...
ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ
ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...
ଓଡ଼ିଶାରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ: ମା’ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ବୋହୂ, ୮ ମାସ ତଳେ…
ଅନୁଗୋଳ,୧୮ା୧୨(ଜ୍ୟୋତିରଞ୍ଜନ ସାହୁ): ମାତ୍ର ୮ ମାସ ତଳେ ଘରକୁ ଆସିଥିବା ବୋହୂ ନେଇଛନ୍ତି ଶାଶୁଙ୍କ ଜୀବନ। ପାରିବାରିକ କଳହରୁ ମା’ ସହ ମିଶି ଶାଶୁ କୁନି...
ପୋକୁଣ୍ଡା ସେକ୍ସନରେ ଦନ୍ତା ହାତୀର ମୃତ୍ୟୁ, ତଦନ୍ତ କରୁଛି ବନବିଭାଗ
ଅନୁଗୋଳ ୧୫୲୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶି ଠାରେ ସୋମବାର ସକାଳୁ ଏକ ଦନ୍ତା ହାତୀର ମୃତଦେହ ମିଳିଛି...
ସକାଳୁ ସକାଳୁ ବାଜିଲା ଗୁଳି….
ଅନୁଗୋଳ,୧୨।୧୧(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଶିକ୍ଷକପଡ଼ା ଛକ ନିକଟରେ ଜଣେ ବ୍ୟକ୍ତିଙ୍କୁ ଗୁଳିମାଡ଼ ହୋଇଛି। ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି ଗୁରୁତର ବ୍ୟକ୍ତଙ୍କୁ କଟକ ସ୍ଥାନାନ୍ତର...
Archives


