ବଅଁରପାଳ, ୩୦।୭(ଡି.ଏନ.ଏ.)-ତାଳଚେରଠାରେ ଭରତପୁର କୋଇଲା ଖଣି ଦୁର୍ଘଟଣାର ପ୍ରଭାବ ନାଲ୍କୋ ପ୍ଲାଣ୍ଟରେ ମଧ୍ୟ ପଡିଛି। ନବରନତ୍ପ୍ରାପ୍ତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍କୋରେ ବର୍ତ୍ତମାନ କୋଇଲା ସଙ୍କଟ ଯୋଗୁ ବିଦ୍ୟୁତ୍ ଉତ୍ପାଦନ ହ୍ରାସ ପାଇଛି। ୧୨ଶହ ମେଗାୱାଟ ବିଶିଷ୍ଟ ନାଲ୍କୋ ସିପିପିରେ ୧୦ଟି ୟୁନିଟ ରହିଥିବାବେଳେ ସୋମବାର ସୁଦ୍ଧା ୨ଟି ୟୁନିଟ୍ ବନ୍ଦ କରିଦିଆଯାଇଛି। ଖଣି ବନ୍ଦ ଆନ୍ଦୋଳନ ଯୋଗୁ ନାଲକୋକୁ ଆବଶ୍ୟକ ପରିମାଣର କୋଇଲା ଯୋଗାଣ ହୋଇପାରୁନାହିଁ। ପ୍ରତ୍ୟେକ ଦିନ ଏମ୍ସିଏଲ୍ରୁ ନାଲକୋକୁ ପ୍ରାୟ ୧୬ରୁ ୧୭ ହଜାର ମେଟ୍ରିକ ଟନ୍ କୋଇଲା ଯୋଗାଣ ହୋଇଥାଏ। ପ୍ଲାଣ୍ଟ ଚାଲିବା ପାଇଁ ଅତି କମ୍ରେ ୧୪ରୁ ୧୫ ହଜାର ମେଟ୍ରିକ ଟନ୍ କୋଇଲା ଆବଶ୍ୟକ। ଅନ୍ୟପକ୍ଷରେ ନାଲକୋ କୋଇଲା ଷ୍ଟକ୍ୟାର୍ଡ଼ରେ ଅତି କମ୍ରେ ବର୍ଷା ଦିନେ ୬ ଲକ୍ଷ ମେଟ୍ରିକ୍ ଟନ୍ କୋଇଲା ରହିବା କଥା। କୋଇଲା ସଙ୍କଟ ଯୋଗୁ ଷ୍ଟକ୍ୟାର୍ଡ କୋଇଲା ବିଦ୍ୟୁତ୍ ଉତ୍ପାଦନରେ ବ୍ୟବହାର ହେଉଛି। ଫଳରେ ଗଚ୍ଛିତ କୋଇଲା ୪ ଲକ୍ଷ ମେଟ୍ରିକ ଟନ୍କୁ ଖସି ଆସିଲାଣି। ବତ୍ତର୍ମାନ ୮ଟି ୟୁନିଟ୍ରୁ ୯୬୦ ମେଗାୱାଟ୍ ବଦଳରେ ୮୬୦ ମେଗାୱାଟ ବିଦ୍ୟୁତ ଶକ୍ତି ଉତ୍ପାଦନ ହେଉଥିବା ଜଣାପଡ଼ିଛି। ନାଲ୍କୋକୁ ଆଉ କିଛି ଦିନ କୋଇଲା ଯୋଗାଣ ବନ୍ଦ ହୋଇଗଲେ ଏହାର କୁପ୍ରଭାବ ସ୍ମେଲଟର ପ୍ଲାଣ୍ଟ ଉପରେ ପଡ଼ିବ। ସ୍ମେଲଟର ପ୍ଲାଣ୍ଟରେ ପଟ୍ଗୁଡ଼ିକ କାର୍ଯ୍ୟକାରୀ ହେବା ପାଇଁ ପ୍ରାୟ ୧୮୫ କିଲୋ ଆମ୍ପିୟର ବିଦ୍ୟୁତ ଶକ୍ତିର ଆବଶ୍ୟକତା ରହିଛି। ସିପିପିରେ ବିଦ୍ୟୁତ ଉତ୍ପାଦନ ହ୍ରାସ ପାଇଲେ ସ୍ମେଲଟର ପ୍ଲାଣ୍ଟ ପ୍ରଭାବିତ ହେବା ସହ ଆଲୁମିନିୟମ୍ ଉତ୍ପାଦନ ମଧ୍ୟ କମିବ। ଅବସ୍ଥାରେ ସୁଧାର ନ ଆସିଲେ ଆଗକୁ ବଡ ଧରଣର ସମସ୍ୟା ଉପୁଜିବ ବୋଲି ଆଶଙ୍କା କରାଯାଉଛି।
ଏ ସମ୍ପର୍କରେ ନାଲ୍କୋ ସିପିପି ଶ୍ରମିକ କଂଗ୍ରେସ ୟୁନିୟନର କାର୍ଯ୍ୟକାରୀ ସଭାପତି ବିଭବ ଜେନା, ଏନ୍ଏନ୍ଇୟୁର ସାଧାରଣ ସମ୍ପାଦକ ନିର୍ମଳ ଶତପଥୀ କୁହନ୍ତି, ତାଳଚେର ଏମ୍ସିଏଲ୍ରେ ଆନ୍ଦୋଳନ ଯୋଗୁ ନାଲକୋକୁ କୋଇଲା ଆସୁନାହିଁ। ଗଚ୍ଛିତ କୋଇଲା ନିୟମିତ ଭାବେ ଖର୍ଚ୍ଚ କରାଯାଉଛି। ଏଭଳି ସମସ୍ୟା ଲାଗି ରହିଲେ ପ୍ଲାଣ୍ଟର ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯିବ।
ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…
ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…
ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଆରମ୍ଭ: ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ
ତାଳଚେର,୩୧।୩(ମନୋଜ ନନ୍ଦ): ମଙ୍ଗଳବାର ଆରମ୍ଭ ହୋଇଛି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ବାର୍ଷିକ ଯାତ୍ରା ଏବଂ ଲୋକ ମହୋତ୍ସବ। ଏନେଇ ଅଞ୍ଚଳ ଚଳଚଞ୍ଚଳ ହୋଇପଡିଛି।…
ମା’ ଅଗ୍ନିରୁପାଙ୍କ ଆବର୍ଭାବ: ଭକ୍ତଙ୍କ ପ୍ରବଳ ଭିଡ଼, ଅଧରାତିରେ ଦେହୁରୀ ଯାଇ…
ତାଳଚେର,୨୩/୩(ମନୋଜ ନନ୍ଦ):ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗ ହିଙ୍ଗୁଳା ମନ୍ଦିର ପଛ ପାଖରେ ପ୍ରାୟ ୨ ସହ ମିଟର ଦୂରରେ ଚଳିତ ବର୍ଷ…
ଡ୍ୟୁଟି ସାରି ଫେରୁଥିଲେ ସୁମନ୍ତ, ଧକ୍କା ଦେଲା ଟ୍ରକ୍: ଆଉ ତା’ପରେ…
କଣିହାଁ,୨୩/୩(ନିରୋଜ ପ୍ରଧାନ):ଅନୁଗୋଳ ଜିଲା କଣିହାଁ ବ୍ଲକ ଗୋଡିବନ୍ଧଠାରୁ କଣିହାଁ ଯାଇଥିବା ଜାତୀୟ ରାଜପଥ ୫୩ର ନୂଆଁ ବଲାଙ୍ଗି ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଟ୍ରକ ଚକା…
ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝେଇ ଟ୍ୟାଙ୍କର, ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ
ପାଲଲହଡା,୧୩।୩(ଦିବ୍ୟଜ୍ୟୋତି ଦାଶ): ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । ଟ୍ୟାଙ୍କର ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର । ବିଳମ୍ବିତ ରାତିରେ ଅନୁଗୁଳ ଜିଲା ଖମାର ଥାନା ଅନ୍ତର୍ଗତ…
ବନ୍ତଳାରେ ଭୟାବହ ଅଗ୍ନିକାଣ୍ଡ: ଗ୍ୟାସ ଟାଙ୍କି ଫାଟି ଜଳିଗଲା ୧୦ ଦୋକାନ, ୫ ଦମକଳ ଗାଡ଼ି…
ବନ୍ତଳା, ୧୨।୩(ସୁଶିତ ସାହୁ): ଅନୁଗୋଳ ଜିଲା ଶଙ୍ଖପୁର ମଦନମୋହନ ଛକସ୍ଥିତ ବନ୍ତଳା ବଜାରରେ ଗୁରୁବାର ଅପରାହ୍ନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ ଟାଙ୍କି ବିସ୍ଫୋରଣ ଯୋଗୁ…
ବାଇକ୍ ଆରୋହୀଙ୍କୁ ଧକ୍କା ଦେଲା ଟ୍ରଲର : ଘଟଣାସ୍ଥଳରେ ଚପା ଉତ୍ତେଜନା
ପାଲଲହଡ଼ା,୮।୩(ଦିବ୍ୟଜ୍ୟୋତି ଦାଶ : ଟ୍ରଲର ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ। ୧୪୯ ନ ଜାତୀୟ ରାଜପଥ ଅବରୋଧ ସହିତ ଘଟଣାସ୍ଥଳରେ ଚପା ଉତ୍ତେଜନା। ଏଭଳି ଘଟଣା ଘଟିଛି…
ବିବାହ ଭୋଜି ଖାଇ ୨ ଶହରୁ ଅଧିକ ଅସୁସ୍ଥ
ଅନୁଗୋଳ,୨୮ା୨(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ନିକଟସ୍ଥ ତୁବେ ଗ୍ରାମରେ ବୁଧବାର ରାତିରେ ଏକ ବିବାହ ଭୋଜି ଖାଇଥିବା ଲୋକଙ୍କ ମଧ୍ୟରୁ ୨ ଶହରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି।…
Archives

