ନାଲ୍‌କୋରେ କୋଇଲା ସଙ୍କଟ: କିଣା ବିଦ୍ୟୁତ୍‌ରେ ଚାଲୁଛି ପ୍ଲାଣ୍ଟ

ବଅଁରପାଳ, ୧୧।୯-ନବରତ୍ନ ପ୍ରାପ୍ତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋ ଏବେ କୋଇଲା ସଙ୍କଟ ଦେଇ ଗତି କରୁଛି। ଏମ୍‌ସିଏଲ୍‌ରୁ ଆବଶ୍ୟକ ପରିମାଣର କୋଇଲା ଯୋଗାଣ ହୋଇପାରୁ ନ ଥିବାରୁ ନିଜସ୍ବ ବିଦ୍ୟୁତ୍‌ କେନ୍ଦ୍ର (ସିପିପି)ର ୩ଟି ୟୁନିଟ୍‌ ବନ୍ଦ ରହିଛି। ଫଳରେ ଶକ୍ତି ଉତ୍ପାଦନ ହ୍ରାସ ପାଇଛି। ବର୍ତ୍ତମାନ ଉତ୍ପାଦିତ ବିଦ୍ୟୁତ୍‌ ପ୍ଲାଣ୍ଟ ଚଳାଇବାକୁ ପର୍ଯ୍ୟାପ୍ତ ହେଉ ନ ଥିବାରୁ କର୍ତ୍ତୃପକ୍ଷ ବାଧ୍ୟ ହୋଇ ଚଢ଼ା ଦରରେ ବାହାରୁ ବିଦ୍ୟୁତ୍‌ କିଣୁଥିବା ଜଣାପଡ଼ିଛି। ମଙ୍ଗଳବାର ସୁଦ୍ଧା ୨୧୦ ୟୁନିଟ୍‌ କିଣା ସରିଥିବା ପ୍ଲାଣ୍ଟର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
୧୨ ଶହ ମେଗାୱାଟ୍‌ ଉତ୍ପାଦନ କ୍ଷମତା ବିଶିଷ୍ଟ ନାଲ୍‌କୋ ନିଜସ୍ବ ବିଦ୍ୟୁତ୍‌ କେନ୍ଦ୍ରରେ ମୋଟ୍‌ ୧୦ଟି ୟୁନିଟ୍‌ ରହିଛି। ଗୋଟିଏ ୟୁନିଟ୍‌ରୁ ୧୨୦ ମେଗାୱାଟ ଶକ୍ତି ଉତ୍ପାଦନ ହୋଇଥାଏ। ମାତ୍ର କୋଇଲା ଅଭାବ ଯୋଗୁ ଏବେ ଉକ୍ତ ୟୁନିଟ୍‌ ଗୁଡ଼ିକରୁ ଆବଶ୍ୟକ ପରିମାଣର ଶକ୍ତି ଉତ୍ପାଦନ ହୋଇପାରୁନାହିଁ। ୩ଟି ୟୁନିଟ୍‌କୁ ବନ୍ଦ ରଖାଯାଇଥିବା ବେଳେ ବାକି ୭ଟିରୁ ୮୪୦ ମେଗାୱାଟ ବିଦ୍ୟୁତ୍‌ ଉତ୍ପାଦନ ହେବା କଥା। କିନ୍ତୁ ମଙ୍ଗଳବାର ମାତ୍ର ୪୪୩ ମେଗାୱାଟ ଶକ୍ତି ଉତ୍ପାଦନ ହୋଇପାରିଛି। ପ୍ଲାଣ୍ଟରେ ଶକ୍ତି ଉତ୍ପାଦନ ପାଇଁ ଦୈନିକ ୧୫ରୁ ୧୬ ହଜାର ମେଟ୍ରିକ ଟନ୍‌ କୋଇଲା ଆବଶ୍ୟକ ହୋଇଥାଏ। ମାତ୍ର ଏମ୍‌ସିଏଲ୍‌ ଏବେ ଦୈନିକ ୫ରୁ ୬ ହଜାର ମେଟ୍ରିକ ଟନ୍‌ କୋଇଲା ଯୋଗାଣ କରୁଛି। ସେହିପରି ପ୍ଲାଣ୍ଟ ଷ୍ଟକୟାର୍ଡରେ ପ୍ରାୟ ୬ ଲକ୍ଷ ମେଟ୍ରିକ୍‌ ଟନ୍‌ ପରିବର୍ତ୍ତେ ୧ ଲକ୍ଷ ମେଟିକ୍ର ଟନ୍‌ କୋଇଲା ଗଚ୍ଛିତ ରହିଛି। ସେଥିମଧ୍ୟରୁ ବହୁ ପରିମାଣର କୋଇଲା ଜାଳେଣି ଅନୁପଯୋଗୀ। ସିପିପିରେ ବିଦ୍ୟୁତ୍‌ ଉତ୍ପାଦନ ହ୍ରାସ ପାଇଥିବାରୁ ଏହାର କୁପ୍ରଭାବ ପଟ୍‌ଲାଇନ ଉପରେ ପଡ଼ିବା ସମ୍ଭାବନା ରହିଛି। କାରଣ ପଟ୍‌ଲାଇନରେ ଥିବା ୯୬୦ ପଟ୍‌ରୁ କାର୍ଯ୍ୟକ୍ଷମ ୮୯୦ ପଟ୍‌ ଲୋ ଆମ୍ପିୟରରେ ଚାଲୁଛି। ଏଭଳି ସ୍ଥିତି କିଛି ଦିନ ଲାଗି ରହିଲେ ଅବସ୍ଥା ଦୟନୀୟ ହୋଇପଡ଼ିବ ବୋଲି ଶ୍ରମିକ ମହଲରେ ଆଲୋଚନା ହେଉଛି।
ଏ ସମ୍ପର୍କରେ ନାଲ୍‌କୋ ଶ୍ରମିକ କଂଗ୍ରେସ ୟୁନିୟନ କାର୍ଯ୍ୟକାରୀ ସଭାପତି ବିଭବ ଜେନା କହିଛନ୍ତି, ଏମ୍‌ସିଏଲ୍‌ରୁ ଯୋଗାଣ ହ୍ରାସ ପରେ ସିପିପିରେ କୋଇଲା ସଙ୍କଟ ଦେଖାଦେଇଛି। ବିଦ୍ୟୁତ୍‌ ଉତ୍ପାଦନ କମିଯିବାରୁ କର୍ତ୍ତୃପକ୍ଷ ଚଢ଼ା ଦରରେ ଗ୍ରୀଡ୍‌ରୁ ଶକ୍ତି କିଣୁଛନ୍ତି। ଏ ଦିଗରେ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବା ଦରକାର। ବିଦ୍ୟୁତ୍‌ ମଜଦୁର ସଂଘ ସାଧାରଣ ସମ୍ପାଦକ ମନୋଜ ଅମାନ୍ତ କହିଛନ୍ତି, ଏପରି ସ୍ଥିତିରୁ ବର୍ତ୍ତିବା ପାଇଁ ନାଲ୍‌କୋ ତାହାର ନିଜସ୍ବ କୋଇଲା ଖଣିକୁ କାର୍ଯ୍ୟକାରୀ କରିବା ନିହାତି ଆବଶ୍ୟକ ରହିଛି। ନେସ୍‌ ସାଧାରଣ ସମ୍ପାଦକ ନିର୍ମଳ ସାମଲ କହିଛନ୍ତି, ଆବଶ୍ୟକ ଶକ୍ତି ଅଭାବରୁ ନାଲ୍‌କୋ ପଟ୍‌ ଗୁଡ଼ିକ ଲୋଆମ୍ପିୟରରେ ଚାଲୁଛି। ଜାଣିଶୁଣି ପଟ୍‌ଗୁଡ଼ିକୁ ବନ୍ଦ କରିବା ଏବଂ ନାଲକୋକୁ ଘରୋଇକରଣ ଦିଗରେ କେନ୍ଦ୍ର ସରକାରଙ୍କ ଏହା ଚକ୍ରାନ୍ତ। ନେପୁ ସାଧାରଣ ସମ୍ପାଦକ ମାଙ୍ଗିଲାଲ ସାମଲ କହିଛନ୍ତି, ଏଭଳି ସମସ୍ୟା ସୃଷ୍ଟି କରି ଆହୁରି ଶହେ ପଟ୍‌ ବନ୍ଦ ପାଇଁ ମସୁଧା କରାଯାଉଛି। ନାଲ୍‌କୋକୁ ଘରୋଇକରଣ ପାଇଁ ଏହା ଏକ ଷଡ଼ଯନ୍ତ୍ର। ଅପରପକ୍ଷରେ ଏପରି କୋଇଲା ସଙ୍କଟକୁ ପ୍ଲାଣ୍ଟର ଜଣେ ବରିଷ୍ଠ ଅଧିକାରୀ ସ୍ବୀକାର କରିଛନ୍ତି। କୋଇଲା ସଙ୍କଟ ଓ ବିଦ୍ୟୁତ୍‌ ଉତ୍ପାଦନ ହ୍ରାସ ପାଇଥିବାରୁ ବାହାରୁ ବିଦ୍ୟୁତ୍‌ କିଣାଯାଉଥିବା ସମ୍ପୃକ୍ତ ଅଧିକାରୀ ସୂଚନା ଦେଇଛନ୍ତି।

(ଉପେନ୍ଦ୍ର ରାଉତ)


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri