Categories: ଜାତୀୟ

ନାରାୟଣ ସାଇଙ୍କ ନୂଆ ଠିକଣା: ବାରାକ୍‌ ନମ୍ବର-୬;କଏଦୀ ନମ୍ବର ୧୭୫୦

ସୁରଟ,୨।୫: ସୁରଟ ସେସନ୍‌ କୋର୍ଟଙ୍କ ଦଣ୍ଡାଦେଶ ପରେ ନାରାୟଣ ସାଇଙ୍କ ଠିକଣା ଏବେ ବଦଳି ଯାଇଛି। ୨ ଭଉଣୀଙ୍କୁ ବଳାତ୍କାର ଅଭିଯୋଗରେ ସେସନ କୋର୍ଟ ନାରାୟଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ୨୦୦୨ରୁ ୨୦୦୫ ମଧ୍ୟରେ ବାରମ୍ବାର ବଳାତ୍କାର କରାଯାଇଥିବା ଅଭିଯୋଗ ୨ ଭଉଣୀ କରିଥିଲେ। ଏନେଇ ୨୦୧୩ରେ ମାମଲା ଦାଏର ହୋଇଥିଲା। ୫୦ ଜଣ ଲୋକଙ୍କୁ ଏହି ମାମଲାରେ କୋର୍ଟରେ ପଚରାଉଚରା କରାଯାଇଥିଲା। ସ୍ଥାନୀୟ ଲାଜପୋର୍‌ ଜେଲ୍‌ରେ ବାରାକ୍‌ ନମ୍ବର ୬ରେ ଏବେ ନାରାୟଣ ସାଇ ରହୁଛନ୍ତି। ତାଙ୍କୁ ୧୭୫୦ ନମ୍ବର କଏଦୀ ଭାବେ ଅଭିହିତ କରାଯାଇଛି। ଏଣିକି କେବଳ କଏଦୀ ନମ୍ବର ଦ୍ୱାରା ନାରାୟଣଙ୍କୁ ଜେଲରେ ପରିଚିତି ମିଳିବ। ତାଙ୍କ ଯୋଗ୍ୟତା ଆଧାରରେ କାମ ମଧ୍ୟ ଯୋଗାଇ ଦିଆଯିବ।

Share