Odisha Elections 2024

ନାମାଙ୍କନପତ୍ର ଦାଖଲ କଲେ ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ନାଏକ

ସୁନ୍ଦରଗଡ଼,୧ା୫(ଜୟନାରାୟଣ ମେଣ୍ଡୁଳି): ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ ବୁଧବାର ପ୍ରାର୍ଥିପତ୍ର ଦାଖଲର ଚତୁର୍ଥ ଦିବସରେ ସୁନ୍ଦରଗଡ଼ ବିଧାନସଭା ଆସନ ପାଇଁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସିପିଆଇ) ପ୍ରାର୍ଥୀ ରାଜେନ୍ଦ୍ର ନାଏକ। ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସ୍ଥାନୀୟ ହସ୍ପିଟାଲ ଛକରୁ ରାଜେନ୍ଦ୍ର ଶତାଧିକ ସିପିଆଇ କର୍ମୀଙ୍କ ଗହଣରେ ଏକ ଶୋଭାଯାତ୍ରାରେ ଆସି ଜିଲାପାଳଙ୍କ ଅଫିସ ନିକଟରେ ପହଞ୍ଚିଥିଲେ। ଅତିରିକ୍ତ ଜିଲାପାଳ ତଥା ସଦର ବିଧାନସଭା ନିର୍ବାଚନ ମଣ୍ଡଳୀ ରିଟର୍ନିଂ ଅଫିସର ରବିନାରାୟଣ ସାହୁଙ୍କ ନିକଟରେ ନିଜର ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଏହି ପ୍ରାର୍ଥିପତ୍ର
ଦାଖଲ ବେଳେ ସିପିଆଇ ରାଜ୍ୟ ସମ୍ପାଦନା ମଣ୍ଡଳୀ ସଦସ୍ୟ ଅଶୋକ କୁମାର ଦାଶ, କ୍ଷୀରୋଦ ସିଂଦେଓ, ଜମାକାରୀ ଜନଆନ୍ଦୋଳନ ନେତା ଜିଲା ସମ୍ପାଦକ ପ୍ରଦୋଷ ପଟ୍ଟନାୟକ, ହେମଗିରି ଜୋନ୍‌ ସମ୍ପାଦକ ରାଧେଶ୍ୟାମ ଗର୍ଡିଆ, ସହ ସମ୍ପାଦକ ସୁନୀଲ ନାଏକ, ଶୁକଦେବ ପଧାନ, ଆଇନଜୀବୀ ସନ୍ତୋଷ ଆଚାର୍ଯ୍ୟ, ନୀଳମଣି କାଲୋ ବ୍ରହ୍ମା କିଷାନ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରାର୍ଥିପତ୍ର ଦାଖଲ ପରେ ସିପିଆଇ ପ୍ରାର୍ଥୀ ନାଏକ ଗଣମାଧ୍ୟମ ଆଗରେ କହିଛନ୍ତି ଯେ,ଏହି ନିର୍ବାଚନରେ ସୁନ୍ଦରଗଡ଼ ମାଟିର ବେକାର ଯୁବତୀଯୁବକଙ୍କୁ ନିଯୁକ୍ତି, ଭିଟାମାଟିର ସୁରକ୍ଷା, ବିସ୍ଥାପିତ ଉପଯୁକ୍ତ ଥଇଥାନ ଓ ପ୍ରଦୂଷଣ ମୁକ୍ତ ସୁନ୍ଦରଗଡ଼ ତାଙ୍କର ପ୍ରମୁଖ ପ୍ରସଙ୍ଗ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ହଟୁନି ଚିରାଫଟା ବ୍ୟାନର, ସ୍ମାର୍ଟସିଟି ସୌନ୍ଦର୍ଯ୍ୟତାରେ ସାଜୁଛି ପ୍ରତିବନ୍ଧକ

ରାଉରକେଲା,୧୯ା୫(ବିପ୍ଳବ ରଞ୍ଜନ ଦାଶ)ରାଉରକେଲାରେ ହୋର୍ଡିଂ ସେବାର ଠିକ୍‌ ପରିଚାଳନା ହେଉନାହିଁ। ଫଳରେ ଏହା ସହରର ସୌନ୍ଦର୍ଯ୍ୟ ବୃଦ୍ଧିରେ ପ୍ରତିବନ୍ଧକ ସାଜୁଛି। ଆରଏମ୍‌ସି ଅନୁମୋଦନରେ ବିଭିନ୍ନ ସଂସ୍ଥା...

ଅଧିକାଂଶ ଭୋଟରଙ୍କୁ ମିଳିନି ଚିରକୁଟି

ରାଉରକେଲା, ୧୯ା୫(ସଙ୍ଗୀତା ଜେନା)ଆଉ ମାତ୍ର ଦିନକ ପରେ ସୁନ୍ଦରଗଡ଼ ଲୋକ ସଭା ଓ ବିଧାନସଭା ଆସନ ଲାଗି ମତଦାନ ହେବାକୁ ଯାଉଛି। ମତଦାନ ସଂଖ୍ୟା ବୃଦ୍ଧି...

ଭବାନୀପାଟଣାରେ ଫେଲ୍‌ ମାରିଛି ମୁକ୍ତା ଯୋଜନା

ଭବାନୀପାଟଣା,୧୯ା୫(ଉତ୍ତମ କୁମାର ଦାଶ)କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ନିର୍ମାଣ ହୋଇଥିବା ରାସ୍ତାକଡ଼ ବ୍ୟାୟାମଶାଳା ପିଲାଙ୍କ ପାର୍କ ନା ସୌନ୍ଦର୍ଯ୍ୟକରଣ ଉପକରଣ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି...

୨୫ ପରିବାରକୁ ଗୋଟିଏ ନଳକୂପ

ଝରିଗାଁ,୧୯।୫(କିଶୋର ଚନ୍ଦ୍ର ମଣ୍ତଳ)ଗ୍ରୀଷ୍ମ ଋତୁ ଆସିବା ମାତ୍ରେ ପାନୀୟ ଜଳ ସଙ୍କଟ ଦେଖା ଦେଉଛି। ସରପଞ୍ଚଙ୍କଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନକୁ ଦାବି ଜଣାଇଲେ ମଧ୍ୟ...

୧୦୦ ପିଲାଙ୍କୁ ୨ ଶିକ୍ଷକ

ଉମରକୋଟ, ୧୯।୫(ସନ୍ତୋଷ ଶତପଥୀ)ରାଜ୍ୟ ସରକାର ଅନୁସୂଚିତ ଜାତି ଜନଜାତିଙ୍କ ଉନ୍ନତି ପାଇଁ ଯୋଜନା କରୁଛନ୍ତି। କିନ୍ତୁ ପିଲାଙ୍କ ପାଠପଢ଼ା ଚୁଲିକୁ ଯିବାକୁ ବସିଲାଣି। ପିଲାଙ୍କୁ ଉନ୍ନତ...

ଆସିକାର ବିକାଶ ଶୀର୍ଷ ଛୁଇଁବ: ମଞ୍ଜୁଳା

ଆସିକା/ବ୍ରହ୍ମପୁର,୧୯ା୫(ସୁରେନ୍ଦ୍ରନାଥ ସାହୁ/ଅଶୋକ କୁମାର ସାହୁ):ଆସନ୍ତା ୨୦ ତାରିଖରେ ଆସିକା ସଂସଦୀୟ କ୍ଷେତ୍ର ଓ ଏହା ଅଧୀନ ୭ ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଅନୁଷ୍ଠିତ ହେବ।...

ରାସ୍ତା କାମ ଅଧାରୁ ଛାଡ଼ି ଠିକାଦାର ଛୁ’

ପାଣିକୋଇଲି,୧୯ା୫(ବିକାଶ ମଲ୍ଲିକ)ଅମୃତିଆଠାରୁ ପାଣିକୋଇଲି-ରଗଡ଼ି ପୂର୍ତ୍ତ ବିଭାଗ ରାସ୍ତା ଏବେ ଅର୍ଦ୍ଧନିର୍ମିତ ଅବସ୍ଥାରେ ରହିଛି। ପୂର୍ବରୁ ପାଣିକୋଇଲି ରଗଡ଼ି ପୂର୍ତ୍ତ ବିଭାଗ ରାସ୍ତାଠାରୁ ଅମୃତିଆ ଗ୍ରାମ ପର୍ଯ୍ୟନ୍ତ...

‘ପ୍ରତିଶ୍ରୁତି ନାହିଁ ତ ଭୋଟ ନାହିଁ’ ଚେତାବନୀ

ରସୁଲପୁର,୧୯ା୫(ରଞ୍ଜିତ ରାଉତ)ରସୁଲପୁର ବ୍ଲକ ଅନ୍ତର୍ଗତ ଭୋଟକା, ଗନ୍ଧଣ, ବଡ଼କଇଞ୍ଚି, ଟିକରପଡ଼ା, ରସୁଲପୁର ଓ ରାହାମ୍ବା ୬ ପଞ୍ଚାୟତର ଜୀବନରେଖା ହେଉଛି ମୂଳ ଖରସ୍ରୋତା ନଦୀ। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri