Posted inଜାତୀୟ

ନାମାଙ୍କନପତ୍ର ଦାଖଲ କଲେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ ,୨୨।୧: ଦୀର୍ଘ ୬ ଘଣ୍ଟାକାଳ ଅପେକ୍ଷା କରିବା ପରେ ଏଏପି ନେତା ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ନୂଆଦିଲ୍ଲୀ ଆସନ ଲାଗି ମଙ୍ଗଳବାର ସନ୍ଧ୍ୟା ୬.୩୦ରେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଲାଇନ୍‌ରେ କେଜ୍‌ରିଓ୍ବାଲଙ୍କ ନମ୍ବର ୪୫ ଥିବାବେଳେ ଆଗରେ ରହିଥିବା ଭାଜପା ପ୍ରାର୍ଥୀମାନେ ଜାଣିଶୁଣି ଏଭଳି ବିଳମ୍ବ କରିଥିବା ଏଏପି ପକ୍ଷରୁ ଅଭିଯୋଗ କରାଯାଇଛି। ନାମାଙ୍କନପତ୍ର ଦାଖଲ ପୂର୍ବରୁ କେଜ୍‌ରିଓ୍ବାଲ କହିଥିଲେ, ଆଗାମୀ ୫ ବର୍ଷ ଲାଗି ଯାତ୍ରା ଏବେଠାରୁ ଆରମ୍ଭ ହେଲା। ଦିଲ୍ଲୀର ବିକାଶ ଓ ଦୁର୍ନୀତିମୁକ୍ତ ସମାଜ ଗଠନ କ୍ଷେତ୍ରରେ ସେ କାମ କରିବେ ବୋଲି କେଜ୍‌ରିଓ୍ବାଲ ପ୍ରକାଶ କରିଥିଲେ। ଭାଜପା ଏଠାରୁ ପ୍ରଦେଶ ଯୁବମୋର୍ଚ୍ଚା ସଭାପତି ସୁନିଲ ଯାଦବଙ୍କୁ ପ୍ରାର୍ଥୀ କରିଛି। ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପା ତା’ର ଏନ୍‌ଡିଏ ସହଯୋଗୀ ଜେଡିୟୁ ଓ ଏଲ୍‌ଜେପି ସହ ମେଣ୍ଟ କରିବାରେ ସଫଳ ହୋଇଛି। ଭାଜପା ମୋଟ ୭୦ ଆସନରୁ ୬୭ ଆସନରେ ପ୍ରାର୍ଥୀ ଦେଉଥିବାବେଳେ ଜେଡିୟୁ ୨ ଓ ଏଲ୍‌ଜେପି ଗୋଟିଏ ଆସରେ ଲଢ଼ିିବେ। ତେବେ ଭାଜପାର ପୁରୁଣା ସହଯୋଗୀ ଏସ୍‌ଏଡି(ଶିରୋମଣି ଅକାଳି ଦଳ) ଦିଲ୍ଲୀ ନିର୍ବାଚନ ଭାଜପା ସହ ମିଶି ଲଢ଼ିବ ନାହିଁ ବୋଲି ସଫା ସଫା ମନାକରିଦେଇଛି। ସିଏଏକୁ ନେଇ ଏସ୍‌ଏଡି ଏଭଳି ଆଭିମୁଖ୍ୟ ପୋଷଣ କରିଛି।
ଭାଜପା ଅଧ୍ୟକ୍ଷ ମନୋଜ ତିଓ୍ବାରୀ ମିଳିତ ଖବରଦାତା ସମ୍ମିଳନୀରେ ଏନ୍‌ଡିଏ ସହଯୋଗୀ ଦଳମାନେ ଏକାଠି ହୋଇ ଦିଲ୍ଲୀ ବିଧାନସଭା ନିର୍ବାଚନ ଲଢ଼ୁଥିବା ପ୍ରକାଶ କରିଛନ୍ତି। ଜେଡିୟୁ ପ୍ରାର୍ଥୀ ଶୈଳେନ୍ଦ୍ର କୁମାର ବୁରାରି, ଏସ୍‌ସିଏଲ୍‌ ଗୁପ୍ତା ସଙ୍ଗମ ବିହାର ଆସନରୁ ନିର୍ବାଚନ ଲଢ଼ୁଥିବାବେଳେ ଏଲ୍‌ଜେପିର ସନ୍ତଲାଲ୍‌ ଚଓ୍ବାରିଆ ସୀମାପୁରୀ ସଂରକ୍ଷିତ ଆସନରୁ ପ୍ରାର୍ଥୀ ହୋଇଛନ୍ତି। ଦିଲ୍ଲୀରେ ଜେଡିୟୁ ନେତା ନୀତୀଶ କୁମାର, ଏଲ୍‌ଜେପି ନେତା ରାମବିଳାସ ପାଶ୍ୱାନ, ଚିରାଗ ପାଶ୍ୱାନ ପ୍ରମୁଖ ଭାଜପା ନେତାଙ୍କ ସହ ମିଶି ନିର୍ବାଚନ ପ୍ରଚାର କରିବେ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri