Categories: ଜାତୀୟ

ନାମର ସରନେମ୍‌ ସ୍ଥାନରେ ରହିବ ଗାଁ ନାମ: ଖାପ୍‌ ପଞ୍ଚାୟତ ନେଲା ନିଷ୍ପତ୍ତି

ଜିନ୍ଦ୍‌,୨୩।୭: ନାମରେ ରହିବନି ଜାତି ଅବା ଧର୍ମର କୌଣସି ସଙ୍କେତ। ସଭିଏଁ ମଣିଷ ଏବଂ ମାନବ ଧର୍ମ ସର୍ବଶ୍ରେଷ୍ଠ। ଏନେଇ ହରିୟାଣାର ଖାପ୍‌ ପଞ୍ଚାୟତ ପକ୍ଷରୁ ନାମର ସରନେମ୍‌ ସ୍ଥାନରେ ଗାଁ ନାମ ରଖିବାକୁ ନିଷ୍ପତ୍ତି ହୋଇଛି। ସ୍ଥାନୀୟ ଜିନ୍ଦ୍‌ ଜିଲାର ଖେଡ଼ା ଖାପ୍‌ ପଞ୍ଚାୟତ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଜାତି ଓ ଧର୍ମକୁ ନେଇ ଚାଲିଥିବା ହିଂସାକାଣ୍ଡ ବନ୍ଦ କରିବାକୁ ପଞ୍ଚାୟତ ଏହି ନିଷ୍ପତ୍ତି ନେଇଛି। ଏଥିପାଇଁ କମିଟି ଗଠନ କରାଯାଇ ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ଯୋଜନା ପ୍ରସ୍ତୁତ କରାଯାଇଛି। ଏଠାରେ ଥିବା ୨୪ଟି ଗାଁ ଲୋକେ ଏଣିକି ନିଜ ନିଜ ନାମର ସରନେମ୍‌ ସ୍ଥାନରେ ଗାଁ ନାମ ଲେଖିବେ। ଏନେଇ ଖାପ୍‌ ପଞ୍ଚାୟତ ପକ୍ଷରୁ ଏଠାକାର ଗାଁ ଗୁଡ଼ିକରେ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି। ପଞ୍ଚାୟତର ଯୁବବର୍ଗଙ୍କୁ ଏଥିରେ ସାମିଲ୍‌ କରାଯାଇଥିବା ଖାପ୍‌ ସଦସ୍ୟ ଉଦୟବୀର ବାରସୋଲା ସୂଚନା ଦେଇଛନ୍ତି।

Share