ନାବାଳିକା ବଳାତ୍କାର ମାମଲା : ଦୋଷୀଙ୍କୁ ୭ ବର୍ଷ ଜେଲ୍‌

ବାଲେଶ୍ୱର ଅଫିସ,୧୭।୧୨-ଏକ ବଳାତ୍କାର ମାମଲାର ବିଚାର କରି ସୋମବାର ବାଲେଶ୍ୱର ସ୍ପେଶାଲ ଟ୍ରାକ୍‌ କୋର୍ଟ କମ୍‌ ଆସିଷ୍ଟାଣ୍ଟ ସେସନ ଜଜ୍‌ ଆରାଧନା ଷଡ଼ଙ୍ଗୀ ଦୋଷୀଙ୍କୁ ୭ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଏହାସହ ୫ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦାୟ ଆଉ ୬ମାସ ଜେଲଦଣ୍ଡ ଭୋଗିବାକୁ ରାୟରେ କୁହାଯାଇଛି।
୨୦୧୨ ଜୁଲାଇ ୧୮ ତାରିଖରେ ସଦର ଥାନା ଅଞ୍ଚଳର ଜଣେ ନାବାଳିକା ତାଙ୍କ ବାପାଙ୍କ ସାଙ୍ଗ ରାମଚନ୍ଦ୍ରଙ୍କ ଘରକୁ ମାଛଧରା ଜାଲ ଆଣିବା ପାଇଁ ଯାଇଥିଲେ। ସେହିପରି ସମୟରେ ଘରେ କେହି ନ ଥିବାର ସୁଯୋଗ ନେଇ ରାମଚନ୍ଦ୍ର ଉକ୍ତ ନାବାଳିକାଙ୍କୁ ବଳାତ୍କାର କରିଥିଲେ। ଏ ବିଷୟରେ ନାବାଳିକା ଜଣକ ଘରେ ଆସି ଜଣାଇଥିଲେ। ତାଙ୍କ ପରିବାର ପକ୍ଷରୁ ସଦର ଥାନାରେ ଅଭିଯୋଗ କରାଯିବା ପରେ ଏକ ମାମଲା ରୁଜୁ କରାଯାଇଥିଲା। ଏହି ମାମଲାର ବିଚାର କରାଯାଇ ଅଭିଯୁକ୍ତଙ୍କୁ ଦଣ୍ଡାଦେଶ ଦିଆଯାଇଛି। ସରକାରଙ୍କ ତରଫରୁ ଆଇନଜୀବୀ ଉପତ୍ଳ ମହାନ୍ତି ମାମଲାକୁ ପରିଚାଳନା କରୁଥିଲେ।