ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ: ଅଧ୍ୟାପକଙ୍କୁ କୋର୍ଟଚାଲାଣ

କଣ୍ଟାପଡା,୨୧।୧(ଡି.ଏନ୍‌.ଏ.): ଟ୍ୟୁଶନ ଲାଗି କୋଚିଂ ସେଣ୍ଟରକୁ ଯାଇଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଓଲଟପୁର ପୋଲିସ ଜଣେ ଅଧ୍ୟାପକଙ୍କୁ ଗିରଫକରି ମଙ୍ଗଳବାର କୋର୍ଟଚାଲାଣ କରିଛି। ଗିରଫ ଅଧ୍ୟାପକ ହେଲେ କଟକ ଜିଲ୍ଲା ଅଡଶପୁର ଉଦୟନାଥ ମହାବିଦ୍ୟାଳୟ ବାଣିଜ୍ୟ ବିଭାଗ ମୁଖ୍ୟ ଅରୁଣ କୁମାର ସ୍ବାଇଁ। ଏ ସମ୍ପର୍କରେ ଓଲଟପୁର ଥାନାରେ କେସ ନଂ. ୯/୨୦ରେ ମାମଲା ରୁଜୁକରି ପୋଲିସ ଅଧିକ ତଦନ୍ତ ଚଳାଇଛି।