Categories: ଜାତୀୟ

ନାବାଳିକାଙ୍କୁ ୨ ବର୍ଷ ଗଣବଳାତ୍କାର:ବର୍ବରତାର ସୀମା ଟପିଲେ ୩୦ ଯୁବକ

ମାଲାପୁରମ୍‌,୨୭।୯:କେରଳର ମାଲାପୁରମ୍‌ ଜିଲାରେ ଜଣେ ୧୨ ବର୍ଷର ଝିଅଙ୍କୁ ୩୦ ଜଣ ଯୁବକ ଦୀର୍ଘ ୨ ବର୍ଷ ଧରି ଗଣବଳାତ୍କାର କରିଥିବା ଜଣାପଡିଛି। ନାବାଳିକାଙ୍କୁ ଉଦ୍ଧାର କରାଯାଇ ସେଲ୍‌ଟର ହୋମ୍‌ରେ ରଖାଯାଇଛି। ମାତ୍ର ୧୦ ବର୍ଷର ହୋଇଥିବାବେଳେ ତାଙ୍କୁ ତାଙ୍କ ବାପାଙ୍କ ବନ୍ଧୁ ପ୍ରଥମେ ବଳାତ୍କାର କରିଥିଲେ। ପରିବାର ପ୍ରତିପୋଷଣ ଲାଗି ସେ ଘରକୁ ଆର୍ଥକ ସହାୟତା ଦେଇ ଏଭଳି କାମ କରିଥିଲେ ବୋଲି ନାବାଳିକା କହିଛନ୍ତି। ପରେ ୩୦ ଯୁବକ ଜଣେ ମଧ୍ୟସ୍ଥଙ୍କ ଜରିଆରେ ୨ ବର୍ଷ କାଳ ବଳାତ୍କାର କରିଥିବା ସେ ପ୍ରକାଶ କରିଥିଲେ। ସପ୍ତମ ଶ୍ରେଣୀରେ ପାଠ ପଢୁଥିବା ନାବାଳିକାଟି ସ୍କୁଲ କାଉନ୍‌ସେଲିଂ ସେସନ୍‌ରେ ଏହି ଘଟଣା ପ୍ରଘଟ କରିଥିଲେ। ପରିବାର ପ୍ରତିପୋଷଣ ଲାଗି ଅର୍ଥାଭାବ ଯୋଗୁ ବାପାଙ୍କୁ ଗିରଫ ନ କରିବା ଲାଗି ସେ ଅନୁରୋଧ କରିଛନ୍ତି। ଏଥିଲାଗି ସେ ମା’ଙ୍କୁ ବେଶ୍ୟାବୃତ୍ତି କରିବା ଲାଗି ବାଧ୍ୟ କରିଥିଲେ ବୋଲି ନାବାଳିକା ଜଣକ କହିଛନ୍ତି। ଗତ ରବିବାର ମାଜିଷ୍ଟ୍ରେଟଙ୍କ ଆଗରେ ନାବାଳିକାଙ୍କ ବୟାନ୍‌ ରେକର୍ଡ କରାଯାଇଥିବାବେଳେ ମେଡିକାଲ ପରୀକ୍ଷାରୁ ବଳାତ୍କାର କଥା ସତ ବୋଲି ପ୍ରମାଣିତ ହୋଇଛି। ନାବାଳିକାଙ୍କ ବାପାଙ୍କ ସମେତ ୩ ଅଭିଯୁକ୍ତଙ୍କୁ ପୋଲିସ ଏଥିଲାଗି ଗିରଫ କରି ପଚରାଉଚରା ଜାରି ରଖିଥିବା ମାଲାପୁରମ୍‌ ଏସ୍‌ପି ପି.ପି. ଶାମ୍‌ସୁ ପ୍ରକାଶ କରିଛନ୍ତି। ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି।

Share