ନାବାଳିକାଙ୍କୁ ଅସଦାଚରଣ ମାମଲା: ଅଭିଯୁକ୍ତଙ୍କୁ କୋର୍ଟଚାଲାଣ

କଣ୍ଟାପଡ଼ା,୭।୧୦(ଡି.ଏନ୍‌.ଏ.): କଟକ ଜିଲା ଓଲଟପୁର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି ସୋମବାର କୋର୍ଟଚାଲାଣ କରିଛି।
ଅଭିଯୁକ୍ତ ଜଣକ ହେଲେ ଗୋବିନ୍ଦପୁର ଥାନା ଅନ୍ତର୍ଗତ ତଣ୍ଡିକଣା ଗ୍ରାମର ଦିପୁ ବେହେରା(୨୨)। ଏ ସମ୍ପର୍କରେ ଓଲଟପୁର ଥାନା (କେସ୍‌ ନଂ. ୭୯/୧୯)ରେ ମାମଲା ରୁଜୁ ହେବା ସହ ପୋଲିସ ତଦନ୍ତ ଜାରି ରଖିଛି।
ପୋଲିସ ସୂତ୍ରରୁ ପ୍ରକାଶ ଯେ, ଗୋବିନ୍ଦପୁର ଥାନା ଅନ୍ତର୍ଗତ ତଣ୍ଡିକଣା ଗ୍ରାମର ଦିପୁ ଓଲଟପୁର ଥାନା ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଘରକୁ ରବିବାର ମଜୁରିଆ ଭାବେ କାମ କରିବାକୁ ଆସିଥିଲେ। ସେ ପାଣି ପିଇବା ପାଇଁ ତଳ ମହଲାକୁ ଆସିଥିବାବେଳେ ନାବାଳିକାଙ୍କୁ ଏକୁଟିଆ ପାଇ ଅସଦାଚରଣ କରିଥିଲେ। ନାବାଳିକା ଏ ସମ୍ପର୍କରେ ଜଣାଇବା ପରେ ପରିବାର ଲୋକେ ଓଲଟପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ।