ନାବାଳକ କାର ଚାଳକଙ୍କୁ ୨୫ ହଜାର ଜରିମାନା

ରାୟଗଡ଼ା ଅଫିସ,୨୫ା୧୨: ମଙ୍ଗଳବାର ରାୟଗଡ଼ା ସହରର ରିଂ ରୋଡ଼ରେ ଜଣେ ନାବାଳକ କାର ଚଲାଇ ୨୫ ହଜାର ଟଙ୍କା ଜରିମାନା ଦେଇଛନ୍ତି ା ରାୟଗଡ଼ା ପୋଲିସ ଏବଂ ଆରଟିଓ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଉକ୍ତ କାରକୁ ଜବତ କରାଯିବା ସହ ଏହି ଜରିମାନା ଆଦାୟ କରାଯାଇଛି ା ୧୩ ବର୍ଷୀୟ ଏହି ନାବାଳକ ତାଙ୍କ ସାଙ୍ଗକୁ କାର (ଓଆର ୧୪ କେ ୭୭୫୫)ରେ ବସାଇ ଚଲାଉଥିଲେ ା ସ୍ଥାନୀୟ ଲୋକେ ଏହା ଦେଖି ପୋଲିସକୁ ଖବର ଦେଇଥିଲେ ା ନାବାଳକଙ୍କ ବାପା ଅଶୋକ ନଗରର ସେଖ ତାଫିନ ଉଦ୍ଦିିନ ଜରିମାନା ପୈଠ କରିବା ସହ ଏକ ଅଣ୍ଡର ଟେକିଂ ପ୍ରଦାନ କରିଛନ୍ତିି ା