ନାଟ୍ୟ ମାୟାରେ ବିମୁଗ୍ଧ ରମେଶ:ଅବସର ଜୀବନର ସ୍ବପ୍ନ ରହିଛି ଅଧୁରା

ଆରଡ଼ି, ୭।୮ (ଡି.ଏନ.ଏ.) – ନାଟ୍ୟକଳା ପ୍ରତି ପିଲାଦିନର ଆକର୍ଷଣ ତାଙ୍କ ଜୀବନର ଗତି ବଦଳାଇ ଦେଇଥିଲା। ସେ ଏକାଧାରରେ ଥିଲେ ଅଭିନେତା ଓ ନାଟ୍ୟକାର। ଉଚ୍ଚଶିକ୍ଷା ଲାଭ ପରେ ପରିବାରର ବୋଝ ସମ୍ଭାଳିବାକୁ ସେ ଶିକ୍ଷକତା ବୃତ୍ତିକୁ ଆଦରି ନେଇଥିଲେ। ଅବସର ସମୟରେ ନାଟକ ରଚନା କରି କଳା ଦୁନିଆର ଆକର୍ଷଣ ବଢ଼ାଇବାକୁ ଉଦ୍ୟମ କରିଥିଲେ। ଦୀର୍ଘ ୩୫ ବର୍ଷ ଧରି ଶିକ୍ଷକତା କରିବା ପରେ ୨୦୦୮ରେ ଅବସର ଗ୍ରହଣ କରିଥିଲେ। ତାଙ୍କର ସ୍ବପ୍ନ ଥିଲା ଅବସର ଜୀବନରେ କଳା ବିକାଶ କେନ୍ଦ୍ର ଖୋଲି ନୂଆ କଳାକାର ସୃଷ୍ଟି କରିବା ଓ ଗରିବ କଳାକାରଙ୍କୁ ପ୍ରଶିକ୍ଷଣ ଦେବା। କିନ୍ତୁ ରୋଗାକ୍ରାନ୍ତ ଶରୀର ତାଙ୍କ ବାଟ ଓଗାଳିଲା। ଏଣୁ ତାଙ୍କ ସ୍ବପ୍ନ ଏଯାଏ ଅଧୁରା ରହିଛି। କଳା ପାଇଁ ଜୀବନ ନା ଜୀବନ ପାଇଁ କଳା ଏହାର ଅର୍ଥ ସେ ଏବେ ମଧ୍ୟ ଖୋଜି ଚାଲିଛନ୍ତି।
ଏହି ନାଟ୍ୟ ପ୍ରତିଭା ହେଲେ ଭଦ୍ରକ ଜିଲା ଆରଡ଼ି ନିକଟସ୍ଥ ନାନ୍ଦପୁର ଗ୍ରାମର ରମେଶ ଚନ୍ଦ୍ର ପଣ୍ଡା। ଏକ ସାକ୍ଷାତ୍‌କାରରେ ସେ କହିଛନ୍ତି, ପିଲାଦିନେ ଗଁା ଆଖପାଖରେ ଯେଉଁଠି ବି ଯାତ୍ରା କି ନାଟକ ମଞ୍ଚସ୍ଥ ହୁଏ, ସେଠାକୁ ଛୁଟି ଯାଆନ୍ତି। ସେ ଥିଲେ ନାଟ୍ୟ ମାୟାରେ ବିମୁଗ୍ଧ ଦର୍ଶକ। ନାଟକ ଦେଖୁ ଦେଖୁ ମଞ୍ଚରେ ଅଭିନୟ ଆରମ୍ଭ କରିଥିଲେ। ଶିକ୍ଷକତା ଚାକିରି ସମୟରେ କଳାର ଆକର୍ଷଣକୁ ଏଡ଼ାଇ ନ ପାରି ଦିନରେ ପିଲାଙ୍କୁ ପାଠ ପଢାଇ ସାରି ରାତିରେ ସାଜୁଥିଲେ କଳାର ପୂଜାରୀ। ନାୟକ, ଖଳନାୟକ ଭଳି ବିଭିନ୍ନ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ଅନେକ ପ୍ରଶଂସା ଓ କରତାଳି ସାଉଁଟିଛନ୍ତି। କେତେକ ଯାତ୍ରା ଅନୁଷ୍ଠାନରେ ନିର୍ଦ୍ଦେଶନା ଦେବା ସହ ପ୍ରାୟ ୨୫ଟି ନାଟକ ରଚନା କରିଛନ୍ତି। ବିଭିନ୍ନ ଗଁାକୁ ଯାଇ ଯୁବକଙ୍କୁ ଡ୍ରାମା ଶିଖାଇ ନାଟକ ମଞ୍ଚସ୍ଥ କରି ସେ ନିଜ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ତାଙ୍କ ରଚିତ ‘ନଦୀର ନାମ ଅଶ୍ରୁଧାର ତଟର ନାମ ପ୍ରେମ’, ‘ସତୀ ଚଉଁରା’, ‘କାହାଣୀ ଏକ ବିପ୍ଲବୀର’, ‘ପ୍ରେୟସୀକୁ ଚିଠି’, ‘କିଏ ଭାଙ୍ଗିଦେଲା ସୁନା ସଂସାର’, ‘ମାଧବୀ ଅପାର ଗୋଲାପି ଓଠ’, ‘ପୁଅ ଚିହ୍ନିଲାନି ନିଜ ଗଁାକୁ’ ବହୁଚର୍ଚ୍ଚିତ ସଫଳ ନାଟକ। ଯାଜପୁର କଳା ନିକେତନ, ପୂରୀ ନାଟ୍ୟସଂସ୍ଥା, ଭଦ୍ରକ ପୂଜ୍ୟପୂଜ୍ୟା ସଂସ୍ଥା, ବାଙ୍କସାହି ନାଟ୍ୟ ପରିଷଦ ଭଳି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସେ ଏଥିପାଇଁ ସମ୍ବର୍ଦ୍ଧିତ ଓ ସମ୍ମାନିତ ହୋଇଛନ୍ତି। ହୃଦ୍‌ରୋଗରେ ପୀଡ଼ିତ ହେବା ପରଠାରୁ ସେ କଳା ଦୁନିଆଠାରୁ ଦୂରେଇ ଯାଇଛନ୍ତି। ଏବେ ରୋଗଶଯ୍ୟାରେ ବିତୁଛି ତାଙ୍କ ଦିନ। ଭଲରେ କଥାବାର୍ତ୍ତା କରିପାରୁ ନାହାନ୍ତି। ମନର କଥା କହିବାକୁ ଚାହିଁଲେ, ଲେଖି କରି ଦିଅନ୍ତି। ଜଣେ ଆଦର୍ଶ ଶିକ୍ଷକ ଓ କଳାକାର ଭାବେ ରମେଶ ଏକ ବିରଳ ଓ ଭିନ୍ନ ପ୍ରତିଭାର ଅଧିକାରୀ ହୋଇଥିଲେ ବି ଅବହେଳିତ ଓ ଅନାଲୋଚିତ ହୋଇ ରହିଛନ୍ତି ବୋଲି ଓଡ଼ିଶାର ବରିଷ୍ଠ ନାଟ୍ୟକାର ସନ୍ତୋଷ ପାଢ଼ୀ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

୮୦ ଲକ୍ଷ ବ୍ୟୟରେ ନିର୍ମିତ ପାନୀୟଜଳ ପ୍ରକଳ୍ପ ଅଚଳ, ଆନ୍ଦୋଳନ କରିବାକୁ ଚେତାବନୀ ଦେଲେ…

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଫାସିବନ୍ଧ ଗ୍ରାମରେ ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ବସୁଧା ଯୋଜନାରେ ପ୍ରାୟ ୮୦…

ଓଡ଼ିଶା ସୀମାନ୍ତ ଗ୍ରାମରେ ଆନ୍ଧ୍ର ପକ୍ଷରୁ କିଷାନ କାର୍ଡ ଲାଗି ଚାଲିଛି ସର୍ଭେ, ହାତ ବାନ୍ଧି ବସିଛି ପଟ୍ଟାଙ୍ଗି ବ୍ଲକ ପ୍ରଶାସନ  

ପଟ୍ଟାଙ୍ଗି,୧୪।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ତଥା ଓଡିଶା ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ମାଡକାର ଗ୍ରାମରେ ପଡୋଶୀ ଆନ୍ଧ୍ର କରୁଛି ପିଏମ୍…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri