‘ନାଗିନ୍‌-୪’ରେ ରଶ୍ମୀ

ବମ୍ବେ: ଦୀର୍ଘଦିନ ପରେ ଟେଲି ପରଦାକୁ ଫେରୁଛନ୍ତି ଅଭିନେତ୍ରୀ ରଶ୍ମୀ ଦେଶାଇ। ଏକତା କପୁରଙ୍କ ଶୋ’ ‘ନାଗିନ୍‌-୪’ରେ ନଜର ଆସିବେ ସେ। ଶୋ’ରୁ କିଛି ଫଟୋ ଓ ଭିଡିଓ ଭାଇରାଲ ହେବା ପରେ ଏହା ସ୍ପଷ୍ଟ ହୋଇଛି। ଫଟୋରେ ରଶ୍ମୀ ହାତରେ ନାଗମଣି ଧରିଥିବା ଦେଖାଯାଉଛି।

ବିଗତ ଦିନରେ ଅନେକ ହିଟ୍‌ ଧାରାବାହିକ ଭେଟି ଦେଇଛନ୍ତି ରଶ୍ମୀ। ବିଶେଷକରି ସିଦ୍ଧାର୍ଥ ଶୁକ୍ଳାଙ୍କ ସହ ‘ଦିଲ ସେ ଦିଲ୍‌ ତକ୍‌’ ଶୋ’ ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା। ହେଲେ ସେ ବିବାହ କରିବା ପରେ ଟେଲି ପରଦାରୁ ଦୂରେଇ ଯାଇଥିଲେ। ଗତବର୍ଷ ବିଗ୍‌ବସ୍‌ରେ ତାଙ୍କୁ ଦେଖିବାକୁ ମିଳିଥିଲା। ସେଠାରେ ବ୍ୟକ୍ତିଗତ ଜୀବନକୁ ନେଇ ବେଶ୍‌ ଚର୍ଚ୍ଚାରେ ରହିଥିଲେ ସେ। ପରେ ଶୋ’ରେ ଫାଇନାଲିଷ୍ଟ ହୋଇଥିଲେ ରଶ୍ମୀ। ଲୋକପ୍ରିୟତା ମିଳିବା ପରେ ଏବେ ତାଙ୍କ ହାତରେ ଗୋଟିଏ ପରେ ଗୋଟିଏ ପ୍ରୋଜେକ୍ଟ ରହିଥିଲା। ହେଲେ ସେ ଏକତାଙ୍କ ଶୋ’ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପୁଣି ଥରେ ରଶ୍ମୀଙ୍କୁ ପରଦାରେ ଦେଖିବା ଲାଗି ପ୍ରଶଂସକମାନେ ବେଶ୍‌ ଖୁସି ଅଛନ୍ତି।

Share