Categories: ଜାତୀୟ

ନାଗାଲାଣ୍ଡରେ ଆଫ୍‌ସ୍ପା ସମୟସୀମା ୬ ମାସ ବଢ଼ିଲା

ନୂଆଦିଲ୍ଲୀ,୩୧ା୧୨(ଆଇଏଏନ୍‌ଏସ୍‌): ନାଗାଲାଣ୍ଡରେ ସଶସ୍ତ୍ର ବାହିନୀ ସ୍ବତନ୍ତ୍ର କ୍ଷମତା ଆଇନ, ୧୯୫୮ (ଆଫ୍‌ସ୍ପା) କାର୍ଯ୍ୟକାଳକୁ ଆଉ ୬ ମାସ ବଢ଼ାଇଦିଆଯାଇଛି। ସୋମବାର କେନ୍ଦ୍ର ସରକାର ଏହି ଘୋଷଣା କରିଛନ୍ତି। ସମଗ୍ର ନାଗାଲାଣ୍ଡରେ ଅସ୍ଥିର ଅବସ୍ଥା ଲାଗିରହିଥିବାରୁ ଆଫ୍‌ସ୍ପା ଆଇନର ବ୍ୟବହାର କରିବାକୁ ପଡ଼ୁଛି ବୋଲି ଗେଜେଟ ବିଜ୍ଞପ୍ତିରେ କୁହାଯାଇଛି। ଏହି ରାଜ୍ୟରେ ୬ ଦଶନ୍ଧି ହେଲା ଆଫ୍‌ସ୍ପା କାର୍ଯ୍ୟକାରୀ ହୋଇଆସୁଛି। ୨୦୧୫ ଅଗଷ୍ଟ ୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ନାଗା ଉଗ୍ରବାଦୀ ସଂଗଠନ ନ୍ୟାଶନାଲ ସୋସିଆଲିଷ୍ଟ କାଉନ୍‌ସିଲ ଅଫ୍‌ ନାଗାଲାଣ୍ଡ (ଆଇଜାକ୍‌ ମୁଇଭା)ର ସାଧାରଣ ସମ୍ପାଦକ ଥୁଇଙ୍ଗାଲେଙ୍ଗ୍‌ ମୁଇଭାଙ୍କ ସହ ସରକାରଙ୍କ ମଧ୍ୟସ୍ଥି ଆର୍‌.ଏନ୍‌. ରବିଙ୍କ ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷର ସତ୍ତ୍ୱେ ଉକ୍ତ ଆଇନକୁ ଉଠାଯାଇପାରିନାହିଁ। ଏହି ଆଇନ ଆସାମ ସମେତ ମଣିପୁର ଓ ଅରୁଣାଚଳପ୍ରଦେଶର କେତେକ ଅଞ୍ଚଳରେ ମଧ୍ୟ ଲାଗୁ ହୋଇଛି।

Share