ନାଗରିକତ୍ୱ ସଂଶୋଧନ ବିଧେୟକ: ସମର୍ଥନ କରିବ ବିଜେଡି

ଭୁବନେଶ୍ୱର,୯ା୧୨:(ବ୍ୟୁରୋ): କେନ୍ଦ୍ର ସରକାର ସୋମବାର ପାର୍ଲାମେଣ୍ଟରେ ନାଗରିକତ୍ୱ ସଂଶୋଧନ ବିଧେୟକ-୨୦୧୯ ଆଗତ କରିବାକୁ ଯାଉଛନ୍ତି। ଏହି ବିଧେୟକକୁ ଗୃହୀତ କରିବା ପାଇଁ ଭାଜପା ପକ୍ଷରୁ ଉଭୟ ସଦନରେ ବିଭିନ୍ନ ରାଜନୈତିକ ଦଳର ସହଯୋଗ ଲୋଡ଼ାଯାଇଛି। ସେହିକ୍ରମରେ ବିଜେଡିର ସହଯୋଗ ପାଇଁ ମଧ୍ୟ ଭାଜପା ପକ୍ଷରୁ ଚେଷ୍ଟା କରାଯାଇଥିଲା। ଭାଜପାର ଶୀର୍ଷ ନେତୃତ୍ୱ ବିଜେଡିକୁ ନିଜ ପକ୍ଷକୁ ଆଣିବାରେ ସଫଳ ହୋଇଥିବା ସୂଚନା ମିଳିଛି। ତେଣୁ ଉଭୟ ଲୋକ ସଭା ଏବଂ ରାଜ୍ୟ ସଭାରେ ବିଜେଡି ନାଗରିକତ୍ୱ ସଂଶୋଧନ ବିଧେୟକକୁ ସମର୍ଥନ କରିବ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ପ୍ରକାଶ। ଏନେଇ ଦଳ ପକ୍ଷରୁ ସୋମବାର ପୂର୍ବାହ୍ନରେ ହୁଇପ୍‌ ଜାରି ହେବ ବୋଲି ଜଣାପଡ଼ିଛି।