Categories: ଜାତୀୟ

ନାଗରିକତ୍ୱ ପ୍ରମାଣ କରିବା କଷ୍ଟକର; ମହାରାଷ୍ଟ୍ରରେ ହେବନି ଲାଗୁ ଏନ୍‌ଆର୍‌ସି: ଉଦ୍ଧବ

ମୁମ୍ବାଇ,୨।୨: ନାଗରିକତ୍ୱ ପ୍ରମାଣ କରିବା ସାଧାରଣ ଲୋକଙ୍କ ପାଇଁ କଷ୍ଟକର ହେବ। ତେଣୁ ମହାରାଷ୍ଟ୍ରରେ ରାଷ୍ଟ୍ରୀୟ ନାଗରିକତ୍ୱ ପଞ୍ଜିକା(ଏନ୍‌ଆର୍‌ସି) ଲାଗୁ ହେବ ନାହିଁ ବୋଲି ମୁଖ୍ୟନ୍ତ୍ରୀ ଉଦ୍ଧବ ଠାକ୍‌ରେ ସୂଚନା ଦେଇଛନ୍ତି। ଶିବସେନା ମୁଖପତ୍ର ସାମନାରେ ଏକ ସାକ୍ଷାତ୍‌କାରରେ ସେ ଏଭଳି କହିଛନ୍ତି। ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ସମସ୍ତ ଭାରତୀୟଙ୍କ ନାଗରିକତ୍ୱକୁ ନିଶ୍ଚିତ କରାଇବ। ତେବେ ଉଭୟ ହିନ୍ଦୁ ଏବଂ ମୁସଲମାନ୍‌ଙ୍କ ପାଇଁ ନାଗରିକତ୍ୱ ପ୍ରମାଣ କରିବା କଷ୍ଟକର ହୋଇଥିବାରୁ ମହାରାଷ୍ଟ୍ରରେ ଏନ୍‌ଆର୍‌ସି ଲାଗୁ ହେବ ନାହିଁ ବୋଲି ସେ କହିଛନ୍ତି।

Share