Categories: ଜାତୀୟ

ନାଗରିକତା ସଂଶୋଧନ ବିଲ୍‌ : ରାଜ୍ୟ ସଭାରେ ଭାଜପା ପାଇଁ ନମ୍ବର ଗେମ୍‌ ୧୨୧

ନୂଆଦିଲ୍ଲୀ,୧୦।୧୨: ନାଗରିକତା ସଂଶୋଧନ ବିଲ୍‌ ଲୋକ ସଭାରେ ଗୃହୀତ ହୋଇଛି। ଏବେ ବିଲ୍‌କୁ ରାଜ୍ୟ ସଭାରେ ଆଗତ କରାଯିବ। ରାଜ୍ୟ ସଭାର ସଦସ୍ୟ ସଂଖ୍ୟା ୨୪୫। ତେବେ ବର୍ତ୍ତମାନ ୫ ଜଣଙ୍କ ସ୍ଥାନ ଖାଲି ରହିଛି। ଫଳରେ ସଦସ୍ୟ ସଂଖ୍ୟା ୨୪୦ ରହିଛି। ସେଥିମଧ୍ୟରୁ ବିଲ୍‌ ଗୃହୀତ କରିବା ପାଇଁ ଭାଜପାକୁ ୧୨୧ ଜଣ ସଦସ୍ୟଙ୍କ ସମର୍ଥନର ଆବଶ୍ୟକତା ପଡ଼ିବ। ରାଜ୍ୟ ସଭାରେ ଭାଜପା ପାଖରେ ୮୩ ଜଣ ସଦସ୍ୟ ରହିଛନ୍ତି। ତେବେ ଲୋକ ସଭାରେ ମିଳିଥିବା ଦଳର ସମର୍ଥନ ଅନୁସାରେ ଭାଜପା ପାଖରେ ୧୨୧ ସଦସ୍ୟଙ୍କ ସମର୍ଥନ ରହିଛି। ସେଥିମଧ୍ୟରୁ ବିଜେଡିର ୭, ଏଆଇଏଡିଏମ୍‌କେର ୧୧, ଅକାଳୀଦଳ ୩, ଶିବସେନା ୩, ଜେଡିୟୁ ୬, ଓ୍ବାଇଏସ୍‌ଆର୍‌ କଂଗ୍ରେସ ୨, ଏଲ୍‌ଜେପି ୧, ଆର୍‌ପିଆଇ ୧ ଏବଂ ମନୋନୀତ ସଦସ୍ୟ ୪ ଜଣ ଅଛନ୍ତି। ସେହିପରି ବିରୋଧିଙ୍କ ପାଖରେ ଶହେ ଜଣ ସଦସ୍ୟ ଅଛନ୍ତି। ଏହା ସହିତ ୬ ଜଣ ନିର୍ଦ୍ଦଳୀୟ ଏବଂ ଛୋଟ ରାଜନୈତିକ ଦଳର ୧୩ ଜଣ ସଦସ୍ୟ ରହିଛନ୍ତି। ଭାଜପା ନମ୍ବର ଗେମ୍‌ ହାସଲ କରିବା ପାଇଁ ନିର୍ଦ୍ଦଳୀୟ ଏବଂ ଛୋଟ ରାଜନୈତିକ ଦଳର ସଦସ୍ୟଙ୍କୁ ନିଜ ପଟକୁ ଆଣିବାର ଉଦ୍ୟମ ମଧ୍ୟ କରିବ।

Share