Categories: ଜାତୀୟ

ନାଗରିକତା ଆଇନକୁ ନେଇ ବିରୋଧ ଜାରି: ବସ୍‌ରେ ନିଆଁ ଲଗାଇଲେ ପ୍ରଦର୍ଶନକାରୀ

କୋଲକାତା,୧୪।୧୨: ନାଗରିକତା ସଂଶୋଧନ ଆଇନକୁ ନେଇ ପଶ୍ଚିମବଙ୍ଗର ବିଭିନ୍ନ ସହରରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ଶନିବାର ପ୍ରଦର୍ଶନକାରୀମାନେ ମୁର୍ଶିଦାବାଦର ସାଗରଦିଘି ଅଞ୍ଚଳର ମହିଷାସୁର ଷ୍ଟେଶନରେ ଭଙ୍ଗାରୁଜା କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହାଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି। ଏହାବ୍ୟତୀତ ହାଓ୍ବଡାରେ ପ୍ରଦର୍ଶନକାରୀମାନେ ହାଇଓ୍ବେ ବନ୍ଦ କରିଦେଇଥିବା ଜଣାପଡ଼ିଛି। ସେହି ସମୟରେ ପୋଲିସ ଓ ଆନ୍ଦୋଳନକାରୀମାନେ ମୁହାଁମୁହିଁ ହୋଇଥିଲେ। ପରିସ୍ଥିତିକୁ ଆୟତ୍ତ କରିବାକୁ ଯାଇ ପୋଲିସ ସେମାନଙ୍କ ଉପରେ ଲାଠି ଚାର୍ଜ ଓ ଲୁହ ବୁହା ଗ୍ୟାସ ପ୍ରୟୋଗ କରିଥିଲା। ଏହାପରେ ଆନ୍ଦୋଳନକାରୀମାନେ କୋନା ହାଇଓ୍ବେରେ ଗୋଟିଏ ସରକାରୀ ବସ୍‌ ସମେତ କିଛି ବେସରକାରୀ ବସ୍‌ରେ ନିଆଁ ଲଗାଇଦେଇଥିଲେ।

Share