ନାଇଜେରିଆ ଆତଙ୍କବାଦୀ ଆକ୍ରମଣରେ ୭୧ ସେନା ମୃତ

ମିୟାମି,୧୨।୧୨: ନାଇଜେରିଆର ଏକ ସେନା ଶିବିରରେ ଆତଙ୍କବାଦୀଙ୍କ ଦ୍ୱାରା କରାଯାଇଥିବା ଆକ୍ରମଣରେ ଅତିକମ୍‌ରେ ୭୧ ଜଣ ସେନାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଦକ୍ଷିଣ ଆଫ୍ରିକୀୟ ଦେଶର ପ୍ରତିରକ୍ଷାମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ମଙ୍ଗଳବାର ମାଲିକୁ ଲାଗି ରହିଥିବା ସେନା ଶିବିର ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ପ୍ରାୟ ଶହେରୁ ଊର୍ଦ୍ଧ୍ୱ ଆତଙ୍କବାଦୀ ଘଣ୍ଟା ଘଣ୍ଟା ଧରି ଗୁଳିଗୋଳା ବର୍ଷଣ କରିବାରୁ ଉକ୍ତ ଶିବିରରେ ଥିବା ସେନାଙ୍କର ମୃତ୍ୟୁ ହୋଇଛି। ଏହି ଆକ୍ରମଣ ସମୟରେ ସେନାର ପାଲଟା ଜବାବରେ ପ୍ରାୟ ୫୧ ଆତଙ୍କବାଦୀଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଗଣମାଧ୍ୟମର ସୂଚନା ମୁତାବକ ଉକ୍ତ ଅଞ୍ଚଳରେ ଆଇଏସ୍‌ ଓ ବୋକୋ ହରାମ ଭଳି ଆତଙ୍କବାଦୀ ସଙ୍ଗଠମାନେ ସକ୍ରିୟ ଅଛନ୍ତି। ହେଲେ ଏପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ସଙ୍ଗଠନ ଏଥିପାଇଁ ନିଜକୁ ଦାୟୀ କରି ନାହାନ୍ତି।

Share