ନାଇଜେରିଆରେ ମିଳିତ ଅପରେଶନ୍‌: ୨୦ ଆତଙ୍କବାଦୀ ନିହତ

ଲାଗୋସ୍‌,୪।୬: ଦି ମଲ୍ଟି ନ୍ୟାଶନାଲ ଟାକ୍ସ ଫୋର୍ସ (ଏମ୍‌ଟିଜେଟିଏଫ୍‌)ର ମିଳିତ ଅପରେଶନରେ ନାଇଜେରିଆର ଏରିଜି, ମାଲକୋନୋରୀ, ତୁମବୁମ ରେଗୋ ଅଞ୍ଚଳରେ ପାଖାପାଖି ୨୦ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି, ନାଇଜେରିଆ ମିଲିଟାରୀ ପ୍ରବକ୍ତା। ଏହାସହ ୪ ସୁରକ୍ଷାକର୍ମୀ ମଧ୍ୟ ନିହତ ହୋଇଛନ୍ତି। ଆହତ ସୁରକ୍ଷାକର୍ମୀଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ନାଇଜେରିଆରେ ଥିବା ଆଇଏସ୍‌ ଆତଙ୍କବାଦୀଙ୍କୁ ମୂଳପୋଛ କରିବା ପାଇଁ ଏହି ଅପରେଶନ ଚାଲିଥିବା ମିଲିଟାରୀ ପ୍ରବକ୍ତା ଟିମୋଥି ଆଣ୍ଟିଗା ପ୍ରକାଶ କରିଛନ୍ତି।

Share