ନର୍ମାଲ ଡେଲିଭରି ଚାହୁଁଥିଲେ ଗର୍ଭାବସ୍ଥାରେ କରନ୍ତୁ ଏହି ଯୋଗ

ଆଜିକାଲି ନର୍ମାଲ ଡେଲିଭରି ସମ୍ପର୍କରେ ଖୁବ୍‌ କମ୍‌ ଶୁଣିବାକୁ ମିଳେ। ଏହାର କାରଣ ହେଲା ଦୈନନ୍ଦିନ ଜୀବନଶୈଳୀରେ ପରିବର୍ତ୍ତନ, ଖାଦ୍ୟପେୟରେ ଅନିୟମିତତା ଇତ୍ୟାଦି। ଅଧିକାଂଶ ଅପରେଶନ ମାଧ୍ୟମରେ ଡେଲିଭରି କରାଉଛନ୍ତି। ଫଳରେ ମହିଳାମାନେ ପରବର୍ତ୍ତୀ ସମୟରେ ନାନା ସମସ୍ୟାରେ ପଡୁଛନ୍ତି। ଯଦି ନର୍ମାଲ ଡେଲିଭରି ଚାହୁଁଛନ୍ତି ତେବେ ଯୋଗର ସହାୟତା ନେଇପାରିବେ। ଯୋଗ କରିବା ଦ୍ୱାରା ଡେଲିଭରି ସମୟରେ ହେବାକୁ ଥିବା ସମସ୍ୟା ଦୂର ହୋଇପାରିବ।
ବକ୍ରାସନ : ଖୋଲା ସ୍ଥାନରେ ଏହି ଯୋଗ କରନ୍ତୁ। ଗୋଟିଏ ପାଦ ଲମ୍ବାଇ ରଖନ୍ତୁ। ଆଉ ଗୋଟିଏ ପାଦ ଠିକ୍‌ ଏହି ପାଦ ନିକଟରେ ରଖିଦିଅନ୍ତୁ। ଗୋଟିଏ ହାତ ପଛକୁ ରଖି ଆଉ ଗୋଟିଏ ପାଦ ଆଣ୍ଠୁ ପାଖରେ ରଖନ୍ତୁ। ଏହି ମୁଦ୍ରା ବେଶି ସମୟ ନୁହେଁ ମାତ୍ର ୨/୩ ମିନିଟ୍‌ କରନ୍ତୁ।
ମନେରଖନ୍ତୁ ଯୋଗ କରିବା ସମୟରେ ଢିଲା ପୋଷାକ ପିନ୍ଧନ୍ତୁ।
ଯେଉଁଠି ଯୋଗ କରିବେ ସେଠାକାର ବାତାବରଣ ଅଧିକ ଥଣ୍ଡା କିମ୍ବା ଗରମ ହୋଇ ନ ଥିବ। ଯୋଗ ବିଶେଷଜ୍ଞଙ୍କୁ ପଚାରି ଯୋଗ କରିବେ।