Categories: ଜାତୀୟ

ନର୍ଥ ବ୍ଲକ୍‌ରେ ଉତ୍ତରପ୍ରଦେଶ ବିଭାଜନ ଫାଇଲ୍‌ ପ୍ରସ୍ତୁତ ହେଉଥିବା ନେଇ ଚର୍ଚ୍ଚା !

ନୂଆଦିଲ୍ଲୀ,୨୪।୯: ଉତ୍ତରପ୍ରଦେଶକୁ ବିଭାଜନ କରାଯିବା ଲାଗି ଦିଲ୍ଲୀର ସଚିବାଳୟର ନର୍ଥ ବ୍ଲକ୍‌ ଅର୍ଥାତ୍‌ କ୍ୟାବିନେଟ୍‌ ସେକ୍ରେଟାରିଏଟ୍‌ରେ ଫାଇଲ୍‌ ପ୍ରସ୍ତୁତ ହେଉଥିବା ନେଇ ଏବେ ଚର୍ଚ୍ଚା ଚାଲିଛି। ସମାଜବାଦୀ ପାର୍ଟି ସଦସ୍ୟ ଅଖିଳେଶ ଯାଦବ ଏବଂ କେନ୍ଦ୍ର ମନ୍ତ୍ରୀ ରାମଦାସ ଉଠାଓ୍ବଲେଙ୍କ ମନ୍ତବ୍ୟ ପରେ ରାଜନୈତିକ ମହଲରେ ଉଷ୍ଣତା ବଢ଼ିବାରେ ଲାଗିଛି। ଦୁଇଦିନ ତଳେ ରାମଦାସ କହିଥିଲେ ଯେ, ଉତ୍ତରପ୍ରଦେଶ ବିଭାଜନ ପ୍ରସ୍ତାବ ନେଇ ସେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବେ। କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ଫାଇଲ ପ୍ରସ୍ତୁତି ଜାରି ରହିଥିବା କୁହାଯାଉଛି। ସେହିପରି ଦିଲ୍ଲୀକୁ ରାଜ୍ୟର ମାନ୍ୟତା ନେଇ ମଧ୍ୟ ଚର୍ଚ୍ଚା ଜାରି ରହିଛି।

Share