Categories: ଜାତୀୟ

ନରେନ୍ଦ୍ର ମୋଦି ପ୍ରକୃତରେ ସରେଣ୍ଡର ମୋଦି: ରାହୁଲ

ନୂଆଦିଲ୍ଲୀ,୨୧।୬: ଭାରତ-ଚାଇନା ସୀମା ବିବାଦକୁ ନେଇ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରତିଥର ମୋଦି ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ଲଦ୍ଦାଖର ଏଲ୍‌ଏସିରେ ୨୦ ଭାରତୀୟ ସେନା ଶହୀଦ ହେବା ପରେ ଯବାନଙ୍କ ବଳିଦାନକୁ ନେଇ ଲଗାତାର ରାହୁଲ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରୁଛନ୍ତି। ରବିବାର ମଧ୍ୟ ରାହୁଲ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ଏକ ଅନ୍ତର୍ଜାତୀୟ ଖବରକାଗଜର ଲେଖାକୁ ଶେୟାର କରି ରାହୁଲ ଟୁଇଟ୍‌ କରିଛନ୍ତି, ନରେନ୍ଦ୍ର ମୋଦି ପ୍ରକୃତରେ ସରେଣ୍ଡର ମୋଦି ବା ଆତ୍ମସମର୍ପଣ କରିବା ମୋଦି। ଏହା ପୂର୍ବରୁ ମଧ୍ୟ ରାହୁଲ ଗଲଓ୍ବାନ ସଂଘର୍ଷକୁ ନେଇ ମୋଦିଙ୍କୁ ଟାର୍ଗେଟ କରିଥିଲେ। ମୋଦି ଶୁକ୍ରବାର ଆୟୋଜିତ କରିଥିବା ସର୍ବଦଳୀୟ ବୈଠକ ପରେ ବି ରାହୁଲ ଚାଇନା ସୀମା ବିବାଦକୁ ନେଇ ମୋଦିଙ୍କୁ ପ୍ରଶ୍ନ କରିଥିଲେ। ତାଙ୍କର ପ୍ରଶ୍ନ ଥିଲା ମୋଦି କହୁଛନ୍ତି ନା ଆମ ସୀମାରେ କେହି ପ୍ରବେଶ କରିଛନ୍ତି ନା ଆମର କୌଣସି ପୋଷ୍ଟ କାହା କବଜାରେ ରହିଛି। ଲଦ୍ଦାଖରେ ଦେଶର ୨୦ ଯବାନ ଶହୀଦ ହେଲେ କିନ୍ତୁ ଯିଏ ଭାରତମାତା ଉପରେ ନଜର ପକାଇଥିଲା ସେହିମାନେ ହିଁ ଆମକୁ ପାଠ ପଢାଇ ଦେଲେ। ରାହୁଲ କହିଥିଲେ ଯେଉଁଠାରେ ଭାରତୀୟ ଯବାନ ଶହୀଦ ହୋଇଛନ୍ତି ତାହା ଯଦି ଚାଇନାର ଥିଲା ତେବେ ଆମ ଯବାନ କାହିଁକି ଶହୀଦ ହେଲେ। ଆଉ କେଉଁଠି ଶହୀଦ ହେଲେ। ତେବେ କେବଳ ରାହୁଲ କାହିଁକି ଆଉ କିଛି ବିରୋଧି ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଠିକ୍‌ ଏହି ପ୍ରଶ୍ନ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାହୁଲ କହିଛନ୍ତି ଚାଇନାର କ୍ରୋଧ ଆଗରେ ମୋଦି ଆତ୍ମସମର୍ପଣ କରିଛନ୍ତି। ତେଣୁ ନରେନ୍ଦ୍ର ମୋଦି ସରେଣ୍ଡର ମୋଦି।

Share