Categories: ଜାତୀୟ

ନରସଂହାର ଆଶଙ୍କା କରି ୨୩ ତାରିଖ ପର୍ଯ୍ୟନ୍ତ ସୁରକ୍ଷାକର୍ମୀଙ୍କୁ ନିୟୋଜିତ ରହିବାକୁ ଚାହୁଁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ,୧୯।୫: ଲୋକ ସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ମତଦାନ ରବିବାର ହୋଇଥିବା ବେଳେ ଆରମ୍ଭରୁ ପଶ୍ଚିମବଙ୍ଗରେ ହିଂସା ଲାଗି ରହିଛି। ଏହାକୁ ଦୃଷ୍ଟିରେ ରଖି ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସିଥାରମଣ ଆଶଙ୍କା କରିଛନ୍ତି କି ସୋମବାରଠାରୁ ଏଠାରେ ନରସଂହାର ବଢିଯାଇପାରେ। ତେଣୁ ଆସନ୍ତା ୨୩ ତାରିଖ ଭୋଟ ଗଣନା ଓ ଫଳଫଳ ପ୍ରକାଶ ପାଇବାକୁ ଥିବାରୁ ହିଂସାକୁ ରୋଗିବାକୁ ଯାଇ ସେପର୍ଯ୍ୟନ୍ତ ବଶ୍ଚିମବଙ୍ଗରେ ସୁରକ୍ଷାକର୍ମୀ ନିୟୋଜିତ ରୁହନ୍ତୁ ବୋଲି ସେ ଇଚ୍ଛା ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ସେ ରାଜ୍ୟ ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସିଥାରମଣ କହିଛନ୍ତି, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ପ୍ରଥମରୁ ଯେଉଁଭଳି ଭାବରେ ଧମକ ଦେଇ ଆସୁଛନ୍ତି ସେଥିପାଇଁ ଡର ଲାଗୁଛି କି ଏଠାରେ ମତଦାନ ସରିବା ପରେ ନରସଂହାର ବୃଦ୍ଧି ପାଇପାରେ। ତେଣୁ ଆଚାର ସଂହିତା ସରିବା ପର୍ଯ୍ୟନ୍ତ କେନ୍ଦ୍ରୀୟ ସୁରକ୍ଷାକର୍ମୀ ସେଠାରେ ମୁତୟନ ରୁହନ୍ତୁ।

Share