Categories: ଜାତୀୟ

ନମାମୀ ଗଙ୍ଗେ ପ୍ରକଳ୍ପର ସମୀକ୍ଷା କଲେ ମୋଦି

କାନ୍‌ପୁର,୧୪ା୧୨(ପି.ଟି.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଜାତୀୟ ଗଙ୍ଗା ପରିଷଦ ବୈଠକରେ ପ୍ରଥମ ଥର ଲାଗି ଅଧ୍ୟକ୍ଷତା କରି ନମାମୀ ଗଙ୍ଗେ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଉତ୍ତର ପ୍ରଦେଶର ଚକେରି ବିମାନବନ୍ଦରରେ ପହଞ୍ଚିବା ପରେ ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଅନ୍ୟମାନେ ପାଛୋଟି ନେଇଥିଲେ। ପରେ ଚନ୍ଦ୍ରଶେଖର ଆଜାଦ୍‌ କୃଷି ବିଶ୍ୱବିଦ୍ୟାଳୟରେ ପରିଷଦର ବୈଠକରେ ସେ ଯୋଗଦେଇଥିଲେ। ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର, ଗଜେନ୍ଦ୍ର ସିଂ ଶେଖାଓ୍ବତ୍‌, ଡଃ. ହର୍ଷବର୍ଦ୍ଧନ, ଆର୍‌.କେ. ସିଂ, ପ୍ରହ୍ଲାଦ ପଟେଲ, ମନ୍‌ସୁଖ୍‌ ମାଣ୍ଡାଭିଆ, ହର୍‌ଦୀପ ସିଂ ପୁରୀ ପ୍ରମୁଖଙ୍କ ସହ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାଓ୍ବତ୍‌ ମଧ୍ୟ ଯୋଗଦେଇଥିଲେ। ପ୍ରକଳ୍ପ କାର୍ଯ୍ୟ, ଗଙ୍ଗା ସଫେଇ ଓ ସୁସ୍ଥ ପରିବେଶ ନେଇ ବୈଠକରେ ଆଲୋଚନା କରାଯାଇଥିଲା। ଏହା ପରେ ନମାମୀ ଗଙ୍ଗେ ମିଶନ ପ୍ରଦର୍ଶନୀକୁ ପ୍ରଧାନମନ୍ତ୍ରୀ ବୁଲି ଦେଖିଥିଲେ। ଗଙ୍ଗା ବ୍ୟାରେଜ୍‌ ନିକଟ ଅଟଳ ଘାଟକୁ ମଧ୍ୟ ସେ ପରିଦର୍ଶନ କରିଥିଲେ।

Share