Categories: ଜାତୀୟ

ନମାଜ ପଢୁଥିବାବେଳେ ଚଢିଗଲା କାର୍‌

ନୂଆଦିଲ୍ଲୀ, ୫।୬: ବୁଧବାର ସାରା ଦେଶରେ ଇଦ୍‌-ଉଲ୍‌-ଫିତର ଧୂମଧାମରେ ପାଳନ କରାଯାଉଥିଲାବେଳେ ରାଜଧାନୀ ଦିଲ୍ଲୀରେ ଏକ ଅଭାବନୀୟ ଘଟଣା ଘଟିଛି। ଖୁରେଜିରେ ମୁସଲମାନ ସମ୍ପ୍ରଦାୟର ଲୋକେ ଇଦ୍‌ ନମାଜ ପଢୁଥିବାବେଳେ ସେମାନଙ୍କ ଉପରକୁ ଏକ କାର୍‌ ମାଡିଯାଇଥିଲା। ଫଳରେ ୧୭ ଜଣ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସ୍ଥାନୀୟ ଲୋକେ ଉତ୍‌କ୍ଷିପ୍ତ ହୋଇ ରାସ୍ତାରୋକୋ କରିବା ସହ ରାସ୍ତାରେ ଯାଉଥିବା ବସ୍‌ ଉପରକୁ ଢେଲାପଥର ମାଡ କରିଛନ୍ତି। ଫଳରେ ୩ଟି ବସ୍‌ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଛି।

Share