ନମନୀୟ ତ୍ୱଚା ପାଇଁ ଆଲୋଭେରା

ଆଲୋଭେରା ବା ଘିକୁଆଁରୀରେ ଅନେକ ସ୍ବାସ୍ଥ୍ୟ ଉପକାରୀ ଗୁଣ ଭରି ରହିଛି। କେବଳ ସେତିକି ନୁହେଁ, ତ୍ୱଚାକୁ ନୂଆ ରୂପ ଦେବାରେ ଏହା ଅନେକାଂଶରେ ସାହାଯ୍ୟ କରିଥାଏ। ତେଣୁ ତ୍ୱଚାର ଘରୋଇ ଉପଚାର ସମୟରେ ଏହାକୁ ଆପଣେଇ ପାରନ୍ତି…

-ଆଣ୍ଟି ଏଜିଂ ସମସ୍ୟାଠାରୁ ନିଜକୁ ଦୂରେଇ ରଖିବା ପାଇଁ ଆଲୋଭେରା ଜେଲ୍‌ ସହିତ ବେସନ, ହଳଦୀ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ଲଗାଇ ୧୫-୨୦ମିନିଟ୍‌ ଛାଡିଦିଅନ୍ତୁ। ଏହାପରେ ଥଣ୍ଡା ପାଣିରେ ମୁହଁକୁ ଭଲଭାବେ ଧୋଇ ଦିଅନ୍ତୁ। ଏହାଦ୍ୱାରା ତ୍ୱଚା ନମନୀୟ ହେବା ସହ ଆପଣ ଆଣ୍ଟି ଏଜିଂ ସମସ୍ୟାରୁ ନିଜକୁ ରକ୍ଷା କରିପାରିବେ।
-ତ୍ୱଚାରୁ ଦାଗ ଦୂର କରିବା ପାଇଁ ଏକ ସହଜ ଉପାୟ ଆପଣେଇ ପାରନ୍ତି। ଆଲୋଭେରା ଜେଲ, ଜଜୋବା ଅଏଲ, ଲେମ୍ବୁ ରସକୁ ମିକ୍ସ କରି ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ଦିନକୁ ଦୁଇଥର ଲଗାନ୍ତୁ। ତା’ପରେ ସଫା ପାଣିରେ ମୁହଁକୁ ଧୋଇ ଦିଅନ୍ତୁ।
-ସନବର୍ନରୁ ମୁକ୍ତି ପାଇବାକୁ ହେଲେ ଆଲୋଭେରା ଜେଲ ଓ ପୁଦିନା ତେଲକୁ ମିକ୍ସ କରି ପ୍ରତିଦିନ ମସାଜ୍‌ କରନ୍ତୁ। ଯାହା ଆପଣଙ୍କୁ ସନ୍‌ବର୍ନରୁ ମୁକ୍ତି ଦେବ। ଏଥିରେ ଆଣ୍ଟି ବ୍ୟାକ୍ଟେରିଆଲ୍‌ ଗୁଣ ରହିଛି, ଯାହା ଆପଣଙ୍କ ସମସ୍ୟାର ସମାଧାନ କରିବାରେ ସାହାଯ୍ୟ କରିଥାଏ।
-ମୁହଁରେ ପିମ୍ପଲ୍ସ ହୋଇଥିଲେ ଆଲୋଭେରା ଜେଲ ଦ୍ୱାରା ତ୍ୱଚାକୁ ମସାଜ୍‌ କରି କିଛି ସମୟ ଛାଡ଼ିଦିଅନ୍ତୁ। କିଛି ସମୟ ପରେ ନର୍ମାଲ ପାଣିରେ ଧୋଇ ଦିଅନ୍ତୁ। ଏହାଦ୍ୱାରା ପିମ୍ପଲରୁ ମୁକ୍ତି ମିଳିପାରିବ।
-ତ୍ୱଚାକୁ ଟୋନ୍‌ କରିବାକୁ ହେଲେ ଆଲୋଭେରା ଜେଲ ଓ ଅମୃତଭଣ୍ଡାର ପେଷ୍ଟ ପ୍ରସ୍ତୁତ କରି ମୁହଁରେ ଲଗାନ୍ତୁ। ଏହାକୁ କିଛି ସମୟ ଛାଡିଦିଅନ୍ତୁ। ଏହା ପରେ ସଫା ପାଣିରେ ମୁହଁକୁ ଭଲ ଭାବେ ଧୋଇ ଦିଅନ୍ତୁ।
– ଡ୍ରାଏ ସ୍କିନ୍‌ ପାଇଁ ଆଲୋଭେରା ପ୍ୟାକ୍‌ ବ୍ୟବହାର କରିପାରନ୍ତି। ଏହି ପ୍ୟାକ୍‌କୁ ପ୍ରସ୍ତୁତ କରିବାକୁ ହେଲେ ୧୦ଟି ବାଦାମ୍‌କୁ ଭିଜାଇ ରଖନ୍ତୁ। ସକାଳୁ ଏହାକୁ ଗ୍ରାଇଣ୍ଡ କରି ପେଷ୍ଟ ପ୍ରସ୍ତୁତ କରନ୍ତୁ। ପୁଣି ସେଥିରେ ଆଲୋଭେରା ଜେଲ ମିଶାନ୍ତୁ। ଏହି ପେଷ୍ଟକୁ ମୁହଁରେ ଆପ୍ଲାଏ କରନ୍ତୁ। ଏହାକୁ ୧୫ମିନିଟ୍‌ ପରେ ଧୋଇ ଦିଅନ୍ତୁ। ଏହାଦ୍ୱାରା ଡ୍ରାଏ ସ୍କିନ୍‌ ସମସ୍ୟା ଦୂର ହୋଇଯିବ।