ନଭେମ୍ବରରେ ସୁସ୍ମିତାଙ୍କ ବାହାଘର

ମୁମ୍ବାଇ: ହିନ୍ଦୀ, ତାମିଲ, ବେଙ୍ଗଲୀ ଆଦି ଫିଲ୍ମରେ ନିଖୁଣ ଅଭିନୟ କରି ଦର୍ଶକଙ୍କ ମନ ମୋହିବାରେ ସଫଳ ହୋଇଥିବା ପୂର୍ବତନ ମିସ୍‌ ୟୁନିଭର୍ସ ସୁସ୍ମିତା ସେନ୍‌ ଆସନ୍ତା ନଭେମ୍ବରରେ ତାଙ୍କ ବୟ ଫ୍ରେଣ୍ଡ୍‌ ତଥା ମଡେଲ୍‌ ରହମନ୍‌ ଶଲ୍‌ଙ୍କୁ ବିବାହ କରିବେ। ସୁସ୍ମିତାଙ୍କ ଭାଇ ରାଜୀବ ସେନ୍‌ଙ୍କ ବିବାହ ପରେ ଏଦୁହେଁ ନୂଆ ଜୀବନ ଆରମ୍ଭ କରିବେ ବୋଲି ଜଣାପଡ଼ିଛି। ରହମନ୍‌ ଏନେଇ ସୁସ୍ମିତାଙ୍କୁ ପ୍ରପୋଜ୍‌ କରି ସଫଳ ହୋଇସାରିଛନ୍ତି। ସୁସ୍ମିତା ମଧ୍ୟ ଏନେଇ ବେଶ୍‌ ଖୁସି ଅଛନ୍ତି। ୨୦୧୮ରୁ ସେମାନଙ୍କ ପ୍ରେମ ସମ୍ପର୍କ ବିଷୟରେ କାହାରିକୁ ଅଛପା ନାହିଁ। କେବଳ ତାରିଖକୁ ଅପେକ୍ଷା। ସୁସ୍ମିତା ଶୀତଦିନକୁ ଅପେକ୍ଷା କରିଥିବାବେଳେ ନଭେମ୍ବର କିମ୍ବା ଡିସେମ୍ବରରେ ରହମନ୍‌ଙ୍କ ସହ ତାଙ୍କର ବିବାହ ହେବ ବୋଲି ଜଣାପଡ଼ିଛି। ମଝିରେ ସେମାନଙ୍କ ପ୍ରେମ ସମ୍ପର୍କକୁ ନେଇ ଭିନ୍ନକଥା ଶୁଣିବାକୁ ମିଳିଥିଲା। ଏମିତି
କି ସେମାନଙ୍କ ସମ୍ପର୍କରେ ବିଚ୍ଛେଦ କଥା ମଧ୍ୟ ଉଠିଥିଲା। ହେଲେ ଇନ୍‌ଷ୍ଟାଗ୍ରାମରେ ଏହି ଯୋଡ଼ିଙ୍କ ରୋମାଣ୍ଟିକ୍‌ ଫଟୋ ଆସିବା ପରେ ସବୁ ଆଶଙ୍କା ଦୂର ହୋଇଥିଲା। ୪୩ ବର୍ଷୀୟ ସୁସ୍ମିତା ୨୮ ବର୍ଷର ରହମନ୍‌ଙ୍କୁ ଜୀବନସାଥୀ କରିବା ଲାଗି ଚୂଡ଼ାନ୍ତ ନିଷ୍ପତ୍ତି ନେଇସାରିଥିବାବେଳେ କେବଳ ସମୟକୁ ହିଁ ଅପେକ୍ଷା।

Share