ନଭେମ୍ବରରେ ପାଣିକୋଇଲି ଟୋଲ୍‌ ପ୍ଲାଜା ସ୍ଥାନାନ୍ତର

ଯାଜପୁର ଅଫିସ,୨୮ା୧୦:ଏନଏଚ୍‌ଏଆଇ(ନ୍ୟାଶନାଲ ହାଇୱେ ଅଥରିଟି ଅଫ୍‌ ଇଣ୍ଡିଆ) ଅଧୀନରେ ଥିବା ଯାଜପୁର ଜିଲା ପାଣିକୋଇଲି ଟୋଲ ପ୍ଲାଜା ସ୍ଥାନାନ୍ତର ନିଷ୍ପତ୍ତିକୁ ୬ ବର୍ଷ ବିତିଛି। ଏପରିକି ଟୋଲ ଆଦାୟ ଦାୟିତ୍ୱରେ ଥିବା ରଞ୍ଚୋର ଡେଭଲପମେଣ୍ଟ ପ୍ରା.ଲିଃ. ଠିକାସଂସ୍ଥାର ଲିଜ୍‌ ଅବଧି ଗୁରୁବାର ଶେଷ ହୋଇଛି। କିନ୍ତୁ ଭଦ୍ରକ-ଯାଜପୁର ସୀମାନ୍ତବର୍ତ୍ତୀ ନେଉଳିଆଠାରେ ନବନିର୍ମିତ ଟୋଲପ୍ଲାଜାକୁ ସ୍ଥାନାନ୍ତର କରିବାକୁ ଏନଏଚ୍‌ଏଆଇ କର୍ତ୍ତୃପକ୍ଷ ଦିନ ଗଡ଼ାଇ ଚାଲିଛନ୍ତି। ଆଗକୁ ନୂତନ ଟେଣ୍ଡର ହେବା ପର୍ଯ୍ୟନ୍ତ ଦୈନିକ ପ୍ରାୟ ୩୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଟୋଲ ଆଦାୟ ଅର୍ଥକୁ ହେରାଫେରି କରିବାକୁ ଏହା ଏକ ଚକ୍ରାନ୍ତ ବୋଲି ସାଧାରଣରେ ଆଲୋଚନା ହେଉଛି। ଅନ୍ୟପକ୍ଷେ ପାଣିକୋଇଲି ଟୋଲପ୍ଲାଜା ଆସନ୍ତା ନଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ସ୍ଥାନାନ୍ତର ହେବ ବୋଲି ଏନଏଚ୍‌ଏଆଇ ପକ୍ଷରୁ ସୂଚନା ମିଳିଛି।
ଯାଜପୁର ଜିଲା ଦେଇ ଯାଇଥିବା ୧୬ନଂ. ଜାତୀୟ ରାଜପଥର ପାଣିକୋଇଲି ଓ ୫୩ନଂ. ଜାତୀୟ ରାଜପଥର ଶ୍ରୀରାମପୁର ଟୋଲପ୍ଲାଜା ସ୍ଥାନାନ୍ତର ନିଷ୍ପତ୍ତି ୬ ବର୍ଷ ହେଲା ଅସମାହିତ ହୋଇରହିଛି। ଅବଧି ସରିବାର ପ୍ରାୟ ଅଢେଇ ମାସ ପରେ ପାଣିକୋଇଲି ଟୋଲପ୍ଲାଜାକୁ ନେଇ ୨୦୨୦ ଅଗଷ୍ଟ ୬ ରେ ଟେଣ୍ଡର ହୋଇଥିଲା। ଏହି ଅଢେଇ ମାସ ଏନଏଚ୍‌ଏଆଇ କର୍ତ୍ତୃପକ୍ଷଙ୍କ ଦ୍ୱାରା ପରିଚାଳିତ ହୋଇଥିଲାବେଳେ ଠିକାସଂସ୍ଥା ସାହାକାର ପ୍ରାଇଭେଟ ଲିଃ କେବଳ ପରିଚାଳନା କରିଥିଲା। ସେତେବେଳେ ଉକ୍ତ ଠିକାସଂସ୍ଥାକୁ ପରିଚାଳନା ଖର୍ଚ୍ଚ ପ୍ରଦାନ କରି ବାକି ଟୋଲ ଆଦାୟର ସିଂହଭାଗ ଅର୍ଥ ମିଳିମିଶି ଲୁଟ୍‌ କରାଯାଇଥିବା ଅଭିଯୋଗ ହୋଇଥିଲା। ସେତେବେଳେ ଏକ ନୂତନ ଠିକାସଂସ୍ଥାକୁ ଦୈନିକ ୩୨ଲକ୍ଷ ୭୨ ହଜାର ଟଙ୍କାରେ ଲିଜ୍‌ ଦେଇଥିବା ସୂଚନା ମିଳିଥିଲା। ଅନୁରୂପ ଭାବେ ବର୍ତ୍ତମାନ ମଧ୍ୟ ଟେଣ୍ଡର ପ୍ରକ୍ରିୟାକୁ ବିଳମ୍ବିତ କରି ଟୋଲ ଆଦାୟ ଅର୍ଥକୁ ବାଟମାରଣା କରିବାକୁ ଚକ୍ରାନ୍ତ ଚାଲିଥିବା କୁହାଯାଉଛି। ତେଣୁ ନେଉଳିଆ ଟୋଲ ପ୍ଲାଜା ନିର୍ମାଣ ଶେଷ ହୋଇ ସାରିଥିଲେ ହେଁ ଜାଣିଶୁଣି ସେଠାକୁ ସ୍ଥାନାନ୍ତର କରାଯାଉନାହିଁ। ଯେତେଦିନ ଟେଣ୍ଡର ପ୍ରକ୍ରିୟା ଘୁଞ୍ଚିବ ସେତେଦିନ ପର୍ଯ୍ୟନ୍ତ ଟୋଲ ଆଦାୟର ବିପୁଳ ଅର୍ଥ ସମ୍ପୃକ୍ତ କେତେଜଣ ଅଧିକାରୀଙ୍କ ପକେଟକୁ ଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି।
ସୂଚନାଯୋଗ୍ୟ, ଏନ୍‌ଏଚ୍‌ଏଆଇର ଗାଇଡ୍‌ଲାଇନ ଅନୁଯାୟୀ ଗୋଟିଏ ଟୋଲଗେଟରୁ ଅନ୍ୟ ଟୋଲ୍‌ଗେଟର ଦୂରତା ଅତିକମରେ ୬୦ କିଲୋମିଟର ହେବା ଆବଶ୍ୟକ। କିନ୍ତୁ ୧୬ନଂ. ଜାତୀୟ ରାଜପଥ, ଚଣ୍ଡିଖୋଲ-ପାରାଦୀପ ୫୩ନଂ. ଏବଂ ପାଣିକୋଇଲି-କେନ୍ଦୁଝର ୨୦ନଂ. ଜାତୀୟ ରାଜପଥରେ ୪ଟି ଟୋଲପ୍ଲାଜା ରହିଛି। ସେଥିମଧ୍ୟରୁ ଯାଜପୁର ଜିଲାର ପାଣିକୋଇଲି ଓ ଶ୍ରୀରାମପୁରରେ ୨ଟି ଟୋଲପ୍ଲାଜା କାମ କରୁଛି। କେବଳ ୧୬ନଂ. ଏନଏଚରେ ୪୭ କିମି ଦୂରତା ମଧ୍ୟରେ ପାଣିକୋଇଲି ଓ ବନ୍ଦାଳୋ ଟୋଲପ୍ଲାଜା ରହିଛି। ଭୁବନେଶ୍ୱରଠାରୁ ଯାଜପୁର ଜିଲାଦେଇ ପ୍ରସିଦ୍ଧ ଘଟଗାଁ ତାରିଣୀ ମନ୍ଦିରକୁ ଗଲେ ମଙ୍ଗୁଳି, ପାଣିକୋଇଲି ଓ ଆନନ୍ଦପୁର ନିକଟସ୍ଥ ୩ ଟୋଲପ୍ଲାଜା ଅତିକ୍ରମ କରିବାକୁ ପଡୁଛି। ତେଣୁ ଜାତୀୟ ରାଜପଥ ପ୍ରାଧିକରଣ(ଏନ୍‌ଏଚ୍‌ଆଇ) ପକ୍ଷରୁ ମଙ୍ଗୁଳି ଟୋଲପ୍ଲାଜାକୁ ବନ୍ଦାଲୋ, ପାଣିକୋଇଲି ଟୋଲପ୍ଲାଜାକୁ ଭଦ୍ରକ ଜିଲା ନେଉଳିଆ ଏବଂ ଶ୍ରୀରାମପୁର ଟୋଲପ୍ଲାଜାକୁ କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇକୁ ସ୍ଥାନାନ୍ତର କରିବାକୁ ୨୦୧୬ ଜୁଲାଇରେ ନିଷ୍ପତ୍ତି ହୋଇଥିଲା। ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ରାଜ୍ୟ ପରିବହନ କମିଶନର ତାଙ୍କ ପତ୍ରସଂଖ୍ୟା ୧୧୦୬୩/୧୯ା୭ା୨୦୧୬ରେ ୱାର୍କସ ସେକ୍ରେଟାରୀଙ୍କୁ ପତ୍ର ଲେଖିଥିଲେ। ଏହି ପତ୍ର ଜାରି ହେବାର ୬ ବର୍ଷରୁ ଊର୍ଦ୍ଧ୍ୱ ସମୟ ଅତିକ୍ରାନ୍ତ ହୋଇ ସାରିିଥିଲେ ହେଁ ନିଜର ସ୍ବାର୍ଥସାଧନ ପାଇଁ ବିଭାଗୀୟ କର୍ତ୍ତୃପକ୍ଷ ଲୋକଙ୍କୁ ଶୋଷଣ କରୁଥିବା ଅଭିଯୋଗ ହେଉଛି। ଏହି କ୍ରମରେ ଏନ୍‌ଏଚ୍‌ ସମ୍ପ୍ରସାରଣ କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହେଉଛି।
ଏ ସଂକ୍ରାନ୍ତରେ ଏନଏଚ୍‌ଏଆଇ ବାଲେଶ୍ୱର ଡିଭିଜନର ନିର୍ଦ୍ଦେଶକ ଜେ.ପି. ବର୍ମାଙ୍କୁ ପଚାରିବାରୁ ସେ କହିଛନ୍ତି, ନଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ପାଣିକୋଇଲି ଟୋଲପ୍ଲାଜା ସ୍ଥାନାନ୍ତର କରାଯିବ। ଟେଣ୍ଡର ହେବା ପର୍ଯ୍ୟନ୍ତ ପୁରୁଣା ସଂସ୍ଥା ପରିଚାଳନା କରିବ। ଏଥିରେ କୌଣସି ହେରାଫେରିର ସମ୍ଭାବନା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

ଘୋଡ଼ାହାଡ଼ ନଦୀରେ ଗାଧୋଇବା ବେଳେ ବୃଦ୍ଧ ନିଖୋଜ: କୂଳରେ ପଡ଼ିଛି ଆଶାବାଡ଼ି, କୁମ୍ଭୀର ଭୟରେ…

ଦିଗପହଣ୍ଡି,୯|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ ନଦୀକୁ…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri