Categories: ଜାତୀୟ

ନଭି ମୁମ୍ବାଇର ସୁଉଚ୍ଚ ଅଟ୍ଟାଳିକାରେ ଲାଗିଲା ନିଆଁ

ମୁମ୍ବାଇ,୮।୨: ନଭି ମୁମ୍ବାଇର ସେକ୍ଟର ୪୪ରେ ନେରୁଲ ସିଉଡ୍ସରେ ଥିବା ଏକ ଆପାର୍ଟମେଣ୍ଟରେ ଶନିବାର ସକାଳୁ ନିଆଁ ଲାଗିଯାଇଛି। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଆପାର୍ଟମେଣ୍ଟର ଉପର ମହଲାରେ ନିଆଁ ଲାଗିଥିବା ବେଳେ ଘଟଣାସ୍ଥଳରେ ୫ ଦମକଳ ବାହିନୀ ପହଞ୍ଚିଛନ୍ତି। ନିଆଁ ଲାଗିବାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନ ଥିବା ବେଳେ ଏଥିରେ କେହି ହତାହତ ହୋଇ ନ ଥିବା ନେଇ ମଧ୍ୟ ସୂଚନା ମିଳିନାହିଁ।

Share