ନବ ବିବାହିତାଙ୍କ ସନ୍ଦେହଜନକ ମୃତ୍ୟୁ ସ୍ବାୀ ଓ ଶାଶୁ ଅଟକ

ପୋଲସରା/ହାତୀଓଟ,୧୯ା୮(ଡି.ଏନ.ଏ.)-ପୋଲସରା ଥାନା ଅଞ୍ଚଳରେ ରବିବାର ଜଣେ ନବ ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ସେ ହେଲେ ରାଜେଶ୍ୱରୀ ପାତ୍ର । ଝିଅକୁ ତାଙ୍କ ସ୍ବାମୀ ଓ ଶାଶୁ ଅଧିକ ଯୌତୁକ ଆଣିବା ଦାବି କରି ମାରିଦେଇଥିବା ମୃତକଙ୍କ ମା’ ସୁଲତା ପାତ୍ର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏ ନେଇ ନଂ. ୧୬୯/୧୯ରେ ମାମଲା ରୁଜୁ କରି ପୋଲିସ ରାଜେଶ୍ୱରୀଙ୍କ ସ୍ବାମୀ ଓ ଶାଶୁଙ୍କୁ ଥାନାରେ ଅଟକ ରଖି ପଚରା ଉଚରା ଚଳାଇଛି।
ଅନ୍ୟପକ୍ଷରେ ରାଜେଶ୍ୱରୀ ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ସ୍ବାମୀ କହିଛନ୍ତି। ପୋଲିସ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଥାନାଧିକାରୀ ଜିତେନ୍ଦ୍ର କୁମାର ମଲିକ କହିଛନ୍ତି।