ନବ୍ୟାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମା’, ମାମୁଁ

ମୁମ୍ବାଇ: ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ନଭେଲି ନନ୍ଦା ଶୁକ୍ରବାର ନିଜର ୨୨ତମ ଜନ୍ମଦିନ ପାଳନ କରିଛନ୍ତି। ଜନ୍ମଦିନ ଅବସରରେ ମା’ ଶ୍ୱେତା ବଚ୍ଚନ ଓ ମାମୁଁ ଅଭିଷେକ ବଚ୍ଚନ ଇନ୍‌ଷ୍ଟାଗ୍ରାମରେ ତାଙ୍କ ପାଇଁ ଏକ ସ୍ବତନ୍ତ୍ର ବାର୍ତ୍ତା ଲେଖି ଶୁଭେଚ୍ଛା ଜଣାଇଛନ୍ତି। ଶ୍ୱେତା ଝିଅ ନବ୍ୟାଙ୍କ ଏକ ସୁନ୍ଦର ଫଟୋ ଶେୟାର କରି କ୍ୟାପଶନ୍‌ରେ ଲେଖିଛନ୍ତି, ଯାହା ଜୀବନରେ ତମେ ପ୍ରବେଶ କରିଛ ତା’ ଜୀବନକୁ ହସ ଖୁସିରେ ଭରିଦେଇଛ। ବିଶେଷଭାବେ ମୋ ଜୀବନକୁ ଆସି ଉଜ୍ୱଳମୟ କରିଦେଇଛ। ତୁମକୁ ବହୁତ ଭଲପାଇବା। ସେହିପରି ମାମୁଁ ଅଭିଷେକ ମଧ୍ୟ ଇନ୍‌ଷ୍ଟାଗ୍ରାମରେ ତାଙ୍କର ଓ ନବ୍ୟାଙ୍କ ଏକ ଫଟୋ ଶେୟାର କରି ଲେଖିଛନ୍ତି, ଜନ୍ମଦିନରେ ଅନେକ ଅନେକ ଶୁଭେଚ୍ଛା, ମାମୁଁ ତୁମକୁ ବହୁତ ଭଲ ପାଆନ୍ତି। ସୁଚନାମୁତାବକ ନବ୍ୟା ବର୍ତ୍ତମାନ ନ୍ୟୁୟର୍କରେ ପାଠ ପଢ଼ୁଛନ୍ତି। ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହୁଥିବା ନବ୍ୟାଙ୍କ ଅନେକ ପ୍ରଶଂସକ ମଧ୍ୟ ରହିଛନ୍ତି। ମନୋରଞ୍ଜନ ଜଗତ ସହ ସେ ଜଡିତ ନାହାନ୍ତି। କିନ୍ତୁ ତାଙ୍କର ଫ୍ୟାନ ଫଲୋଇଂ କୌଣସି ଷ୍ଟାରଠାରୁ କମ୍‌ ନୁହେଁ।

Share