ନବୀନ..ନବୀନ ଗୀତ ୬ଥର: ଶୁଣିଥିଲେ ମୁଖ୍ୟମନ୍ତ୍ରୀ

ବହୁ ଲୋକ ଦୁଃଖ ଗୀତକୁ ପସନ୍ଦ କରନ୍ତି। ଏଣୁ ଯୁବ ସଙ୍ଗୀତ ନିର୍ଦ୍ଦେଶକ ଦେବାଶିଷ ମଲ୍ଲିକ(ଜାପାନୀ)ଙ୍କ ପାଇଁ ଦୁଃଖ ଗୀତଗୁଡ଼ିକ ହିଁ ଆଶୀର୍ବାଦ ହୋଇ ଆସିଲା। କିଛି ମାସ ତଳେ ଯାଜପୁରରେ ଏକ କାର୍ଯ୍ୟକ୍ରମରେ ତାଙ୍କୁ ଅତିଥି ଭାବେ ଯୋଗଦେବାକୁ ନିମନ୍ତ୍ରଣ ଆସିଥିଲା। ସେଠାରେ ତାଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଥିବା ଗୀତ ପରିବେଷଣ ମଧ୍ୟ ହୋଇଥିଲା। ହେଲେ କାର୍ଯ୍ୟକ୍ରମ ଶେଷରେ ଜଣେ ଯୁବକ ହଠାତ୍‌ ଆସି ତାଙ୍କ ହାତ ଧରି କାନ୍ଦିବା ସହ କେମିତି ଏପରି ଦୁଃଖ ଗୀତ ପ୍ରସ୍ତୁତ କରୁଛ ବୋଲି ପ୍ରଶ୍ନ କରିଥିଲେ। ଏପରିକି ତାଙ୍କ ଭିତରେ କ’ଣ ଦୁଃଖ ଅଛି ତାହା ପଚାରିଥିଲେ। ତାହା ତାଙ୍କୁ ଯେତିକି ବିସ୍ମୟ କରୁଥିଲା ସେତିକି ହାସ୍ୟମୟ ପରିସ୍ଥିତି ମଧ୍ୟ ସୃଷ୍ଟି କରିଥିଲା। ତାଙ୍କ ଭିତରେ କିଛି ଦୁଃଖ ନାହିଁ ବୋଲି କହିଥିଲେ ମଧ୍ୟ ଯୁବକ ଜଣକ ମାନିବାକୁ ରାଜି ହୋଇ ନ ଥିଲେ, ଯାହା ଅଭୁଲା ଅନୁଭୂତି ହୋଇରହିବ ବୋଲି ଜାପାନୀ କହିଛନ୍ତି।
ସେହିପରି ଗତ ନିର୍ବାଚନରେ ବିଜେଡର ଦଳୀୟ ଗୀତ ନବୀନ..ନବୀନ ପ୍ରସ୍ତୁତ କରି ଜାପାନୀ ନିଜ କଳାର ପ୍ରସିଦ୍ଧିକୁ ଆଉ ଗୋଟିଏ ପାଦ ଆଗକୁ ବଢ଼ାଇଛନ୍ତି। ନବୀନ ଗୀତ ପ୍ରସ୍ତୁତ କରିବାର ଅନୁଭୂତି ସମ୍ପର୍କରେ ସେ କୁହନ୍ତି, ଗୀତ ତିଆରି ହେବା ପରେ ହିଟ୍‌ କି ଫ୍ଲପ୍‌ ହେବ ତାହା ଜଣା ନ ଥିଲା। ତଥାପି ଆଶା ଥିଲା ଭଲ ହେବ। ହଠାତ୍‌ ଫୋନ ଆସିଲା ମୁଖ୍ୟମନ୍ତ୍ରୀ ଗୀତ ଶୁଣିବାକୁ ଚାହୁଁଛନ୍ତି। ପେନ୍‌ଡ୍ରାଇଭରେ ଆଣି ତାଙ୍କ ବାସଭବନରେ ପହଞ୍ଚିବାକୁ ନିର୍ଦ୍ଦେଶ ଆସିଲା। ସେଠାରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କ ହାତକୁ ପେନ୍‌ଡ୍ରାଇଭ ବଢ଼ାଇ ଦେଇଥିଲି। ହେଲେ ନର୍ଭସ ଥିଲି ଗୀତ ଶୁଣିବା ପରେ ସେ ପ୍ରତିକ୍ରିୟା କ’ଣ ଦେବେ। ଗୀତ ବାଜିବା ଆରମ୍ଭ ହେଲା। ଥରେ ଶୁଣିଲା ପରେ ପୁଣି ଥରେ ବଜାଇବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏଭଳି ଲଗାତର ୬ଥର ନବୀନ..ନବୀନ ଗୀତ ବାଜିଲା। ଶେଷରେ ଗୁଡ୍‌ ଜବ୍‌ ବୋଲି ମୁଖ୍ୟମନ୍ତ୍ରୀଙ୍କ ପାଟିରୁ ଶୁଣି ଖୁସି ମିଳିଥିଲା ବୋଲି ଜାପାନୀ କୁହନ୍ତି।
ଜଗତ୍‌ସିଂହପୁର ବାଲିକୁଦାରେ ଜନ୍ମିତ ଦେବାଶିଷଙ୍କ ପିଲାବେଳର ନାମ ଜାପାନୀ। ଗ୍ରାମଦେବତୀ ଜାଗୁଳାଇଙ୍କଠାରେ ପୂଜାର୍ଚ୍ଚନା କରି ପଣ୍ଡିତଙ୍କ ପରାମର୍ଶରେ ପିତାମାତା ଜାପାନୀ ନାମ ରଖିଥିଲେ ବୋଲି ସେ କୁହନ୍ତି। ପ୍ରଥମେ ଅଭିନୟରେ ପାଦ ଥାପିଥିବା ଜାପାନୀ ୨୦୦୨ରୁ ସଙ୍ଗୀତ ନିର୍ଦ୍ଦେଶନା କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ଜାପାନୀଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ପ୍ରସ୍ତୁତ ଧନଲୋ ଧନ, ଏ ମନ ମୋ ମନ, ତୋ କଥା ମନେ ପଡ଼ୁଛି, ଆଖିରେ ଆଖି ମିଶେଇ ଦେଇ ଗୀତ ୟୁ-ଟ୍ୟୁବ୍‌ରେ ସବୁଠାରୁ ଅଧିକ ଲୋକପ୍ରିୟ ତାଲିକାର ଶୀର୍ଷରେ ରହିଛି।
-ରିପୋର୍ଟ: କୁମାରଶ୍ରୀ ସାହୁ


Enter your email to get our daily news in your inbox.

All Right Reserved By Dharitri.Com

‘ସ୍ବାଧୀନତା ସଂଗ୍ରାମରେ ବିଜୁବାବୁଙ୍କ ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ’

ପାଟଣାଗଡ଼,୧୭ା୪(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ଼ ଏନ୍‌ଏସିସ୍ଥିତ ବିଜୁଜନତା ଦଳ କାର୍ଯ୍ୟାଳୟଠାରେ ସ୍ଥାନୀୟ ବିଜେଡି ପକ୍ଷରୁ ଶୁକ୍ରବାର ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୨୯ତମ ଶ୍ରାଦ୍ଧ ଦିବସ ପାଳିତ…

ସ୍କୁଲ ଗେଟ୍‌ ତଳେ ଚାପି ହୋଇ ୨ ଛାତ୍ରୀ ମୃତ୍ୟୁ ଘଟଣା: ହେଲା କାର୍ଯ୍ୟାନୁଷ୍ଠାନ, ପ୍ରଧାନଶିକ୍ଷକଙ୍କୁ…

ମୋହନା,୧୭।୪ ( ମନ୍ମଥ ମିଶ୍ର ): ଗଜପତି ଜିଲା ଆର୍‌.ଉଦୟଗିରୀ ଥାନା ନୂଆଗଡ ବ୍ଲକ ଅନ୍ତର୍ଗତ ରୁବୁଡ଼ିସିଂ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗତ ବୁଧବାର ଗେଟ୍‌…

ଜେଜେ ମା’ଙ୍କୁ କାହିଁକି ମନେ ପକାଇଲେ ରାହୁଲ ଗାନ୍ଧୀ? କହିଲେ ଏହା ନୁହେଁ Women Reservation Bill

ନୂଆଦିଲ୍ଲୀ,୧୭।୪: ସ୍ବତନ୍ତ୍ର ସଂସଦୀୟ ଅଧିବେଶନର ଦ୍ୱିତୀୟ ଦିନରେ ଲୋକ ସଭାରେ ଭାଷଣ ଦେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତାଙ୍କ ଜେଜେମା’ ଇନ୍ଦିରା…

ସିବିଏସ୍‌ଇ ପରୀକ୍ଷାରେ ଦୁଇ ଯାଆଁଳା ଭଉଣୀଙ୍କ କମାଲ, ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ

ଗଞ୍ଜାମ,୧୭।୪ (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ସୁବଳୟା ପଞ୍ଚାୟତ ଶତ୍ରୁଷୋଲ ଗ୍ରାମ ଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ପ୍ରତୀକ୍ଷା ପଲାଇ ଚଳିତ ସିବିଏସ୍‌ଇ…

ମହାନ ଜନନାୟକ ବିଜୁବାବୁଙ୍କୁ ବିଜେଡି ମନେ ପକାଇ…

ପାଟଣା,୧୭ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ଶୁକ୍ରବାର ରାଜନଗର ରଘୁନାଥଜୀଉ ମଠ ପରିସରରେ ଅନୁଷ୍ଠିତ ହୋଇଛି।…

ଭାରତର ଭାଗ୍ୟ ଉଜ୍ୱଳ! ମିଳିଗଲା LPG ସଙ୍କଟକୁ ମୁକାବିଲା କରିବାର ସୂତ୍ର

ନୂଆଦିଲ୍ଲୀ,୧୭।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ କେବଳ ଭାରତକୁ ନୁହେଁ ବରଂ ବିଶ୍ୱବ୍ୟାପୀ ଅନେକ ଦେଶକୁ ଗ୍ୟାସ ସଙ୍କଟରେ ପକାଇଛି। ତଥାପି, ବିଶ୍ୱ ବଜାରରେ…

ପୁରୁଣା ବଜାର ଅଞ୍ଚଳକୁ ଓଏମ୍‌ସି ଖଣି ପ୍ରଭାବିତ ଅଞ୍ଚଳରେ ସାମିଲ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କେନ୍ଦୁଝର,୧୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ବଂଶପାଳ ବ୍ଲକ ଅନ୍ତର୍ଗତ ଶୁଆକାଟିରେ ଥିବା ଓଡ଼ିଶା ଖଣି ନିଗମର ଗନ୍ଧମାର୍ଦ୍ଦନ ଲୌହ ଖଣି କାର୍ଯ୍ୟ ଦ୍ବାରା ପ୍ରଭାବିତ ହେଇଥିବା କେନ୍ଦୁଝର ପୁରୁଣା…

ଦୁର୍ଗମ ଅଞ୍ଚଳରେ ବିକାଶକୁ ଗୁରୁତ୍ୱ: ଭ୍ରମରବାଡିରେ ପହଞ୍ଚିଲା ଜିଲା ପ୍ରଶାସନ

ଦାରିଙ୍ଗବାଡି,୧୭।୪(ଅରୁଣ ସାହୁ):ଏକଦା ମାଓବାଦୀ ପ୍ରବଣ ଅଞ୍ଚଳ ଭାବେ ଜଣାଶୁଣା ଥିଲା ଭ୍ରମରବାଡି। ଏବେ ଆଉ ସେ ପରିସ୍ଥିତି ନାହିଁ, ସେପଟେ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri