ନବାବଙ୍କ ସହ ପୂଜାଙ୍କ ଗୋପନୀୟ ବିବାହ: ଫଟୋ ଭାଇରାଲ

ମୁମ୍ବାଇ: ବଲିଉଡ୍‌ କଳାକାରମାନେ ନିଜ ବିବାହକୁ ଗୁପ୍ତ ରଖିବା କିଛି ନୂଆ କଥା ନୁହେଁ। ପୂର୍ବରୁ ରଣବୀର-ଦୀପିକା, ବିରାଟ-ଅନୁଷ୍କାଙ୍କ ଭଳି କଳାକାର ବିଦେଶରେ ବିବାହ କରିବାକୁ ଠିକ୍‌ ଭାବିଥିବା ବେଳେ ନେହା ଧୂପିଆ ଅଙ୍ଗଦ ବେଦୀଙ୍କୁ ଗୋପନୀୟ ଭାବେ ବିବାହ କରିଥିଲେ। ଏହି ବିବାହର ଫଟୋ ଭାଇରାଲ ହେବା ପରେ କଥା ଉପରୁ ପରଦା ଉଠିଥିଲା। ଏବେ ଏହି କ୍ରମରେ ସାମିଲ ହୋଇଛନ୍ତି ଅଭିନେତ୍ରୀ ପୂଜା ବାତ୍ରା। ସେ ପ୍ରେମିକ ନବାବ ଶାହଙ୍କୁ ଜୁଲାଇ ୪ ତାରିଖରେ ବିବାହ କରିଛନ୍ତି। ବିବାହ ପରେ ପୂଜାଙ୍କୁ ଲାଲ୍‌ ଚୁଡ଼ିରେ କ୍ୟାମେରାରେ କଏଦ କରାଯିବା ପରେ ସେ ବିବାହ କରିଥିବାକୁ ନେଇ ଚର୍ଚ୍ଚା ହୋଇଥିଲା। ଏବେ ଏହା ସତ ବୋଲି ଜଣାପଡ଼ିଛି। ପୂଜା ନିଜର ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏହା ଜଣାଇଛନ୍ତି। ବିବାହ ସମୟର ଅନେକ ଫଟୋ ଭାଇରାଲ ହେଉଥିବା ବେଳେ ଅନେକେ ପୂଜା ଏକ ସୁନ୍ଦର ବୋହୂ ଭଳି ଦେଖାଯାଉଥିବା କହିଛନ୍ତି। ବିବାହରେ ପୂଜା ସବୁଜ ରଙ୍ଗର ଶାଢ଼ି ପିନ୍ଧିଥିବା ବେଳେ ନବାବ ଗୋଲ୍ଡେନ୍‌ ରଙ୍ଗର ସେରଓ୍ବାନୀ ପିନ୍ଧିଛନ୍ତି। ଉଭୟ ଆର୍ଯ୍ୟ ସମାଜ ପରମ୍ପରାନୁଯାୟୀ ବିବାହ କରିଛନ୍ତି। ଏହାପରେ କୋର୍ଟରେ ଏହାକୁ ରେଜିଷ୍ଟ୍ରି ମଧ୍ୟ କରାଇ ନେଇଥିବା ପୂଜା ଏକ ସାକ୍ଷାତକାରରେ କହିଛନ୍ତି। ତେବେ ପୂର୍ବରୁ ପୂଜା ବିବାହ କରିଥିବା ବେଳେ ୨୦୧୧ରେ ସ୍ବାମୀଙ୍କୁ ଛାଡ଼ପତ୍ର ଦେଇଥିଲେ। ଏହାପରେ ତାଙ୍କ ଜୀବନରେ ନବାବ୍‌ ଆସିଛନ୍ତି। ଉଭୟ କିଛିଦିନ ଧରି ଡେଟ୍‌ କରିବା ପରେ ବିବାହ କରିନେବା ଉଚିତ ବୋଲି ଭାବିନେଇ ଶେଷରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।

Share