ନବରଙ୍ଗପୁରରେ ୭୩ତମ ସ୍ବାଧୀନତା ଦିବସ

ନବରଙ୍ଗପୁର,୧୫।୮(ବି.ପ୍ର.): ନବରଙ୍ଗପୁର ଷ୍ଟାଡିୟମଠାରେ ଜିଲାସ୍ତରୀୟ ୭୩ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ତ୍ୟୋତି ପ୍ରକାଶ ପାଣିଗ୍ରାହୀ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ମନ୍ତ୍ରୀ ପରେଡ୍‌ରେ ଅଭିବାଦନ ଗ୍ରହଣ କରିବା ପରେ ଜିଲା ସଦର ମହକୁମା ଡାକ୍ତରଖାନା ଓ ଉପକାରାଗାରରେ ଫଳ ଓ ମିଷ୍ଟାନ ବଣ୍ଟନ କରିଥିଲେ ା ଏହି କାର୍ଯ୍ୟକ୍ରମରେ ଜିଲାପାଳ ଡଃ. ଅଜିତ କୁମାର ମିଶ୍ର, ଏସ୍‌ପି ନୀତିନ୍‌ କୁସାଲକରଙ୍କ ସମେତ ଜିଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।