ନବବିବାହିତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ: ହତ୍ୟା ଅଭିଯୋଗ ଆଣିଲା ପରିବାର

ପଦ୍ମପୁର, ୧୮।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଦ୍ରକ ବ୍ଲକ ଅଧୀନ ସାହାଡ଼ା ପଞ୍ଚାୟତ ରାଉତ ସାହିର ଜଣେ ନବ ବିବାହିତ ଯୁବକଙ୍କର ବୁଧବାର ସକାଳେ ସନ୍ଦେହଜନକ ମୃତ୍ୟୁ ଘଟିଛି। ସେ ହେଲେ ରାଜେନ୍ଦ୍ର ବେହେରା(୨୮)।
ପ୍ରକାଶ ଯେ, ଗତ ୧୩ ତାରିଖରେ ରାଜେନ୍ଦ୍ର ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ଜଗଦଳପୁର ପଞ୍ଚାୟତ ଚୁଡୁଙ୍ଗ ଗ୍ରାମର ଶୁକୁରିଆ ମହୁରିଙ୍କ ଝିଅ ରାକ୍ଷୀଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ମଙ୍ଗଳବାର ରାତିରେ ପରବାର ଲୋକେ ଖାଇପିଇ ଶୋଇଥିଲେ। ବୁଧବାର ସକାଳୁ ବାଡିରେ ରାଜେନ୍ଦ୍ରଙ୍କ ଝୁଲନ୍ତା ମୃତଦେହ ପରିବାର ଲୋକେ ଦେଖିବାକୁ ପାଇଥିଲେ। ତେବେ ରାଜେନ୍ଦ୍ରଙ୍କୁ କେହି ମାରି ଟାଙ୍ଗି ଦେଇଥିବା ପରିବାର ପକ୍ଷରୁ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ ହୋଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତକରି ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।