ନବବର୍ଷରେ ମୁଖ୍ୟମନ୍ତ୍ରୀଙ୍କୁ ଦାମଙ୍କ ଶୁଭେଚ୍ଛା: ଦୀର୍ଘଜୀବୀ ହୁଅନ୍ତୁ, ଅଧିକ ଦିନ ଶାସନ କରନ୍ତୁ

ଭୁବନେଶ୍ୱର,୧।୧: ନୂତନବର୍ଷ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବରିଷ୍ଠ ନେତା ଦାମୋଦର ରାଉତ ଶୁଭେଚ୍ଛା ଜଣାଇଛନ୍ତି। ସେ ଦୀର୍ଘଜୀବୀ ହୁଅନ୍ତୁ, ଅଧିକ ଦିନ ଶାସନ କରନ୍ତୁ, ଅଧିକ ସଫଳତା ହାସଲ କରନ୍ତୁ ବୋଲି ଦାମ କହିଛନ୍ତି।

ଏହି ଅବସରରେ ଉଦ୍ୟାନ, କୃଷି ଦୁର୍ନୀତି ଅଭିଯୋଗରେ ଗିରଫ ହୋଇଥିବା ଆଇଏଏସ୍‌ ଅଫିସର ବିଜୟକେତନ ଉପାଧ୍ୟାୟଙ୍କ ପ୍ରସଙ୍ଗରେ ସେ କହିଛନ୍ତି, ମୁଁ ପ୍ରଥମେ ଉଦ୍ୟାନ କୃଷି ଦୁର୍ନୀତି ପଦାକୁ ଆଣିଥିଲି। ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନ ଥିଲା। ଏବେ ୫-ଟି ଓ ମୋ’ ସରକାର ବ୍ୟବସ୍ଥାରେ କାର୍ଯ୍ୟାନୁଷ୍ଠାନ ହେଉଛି। ଲଗାମଛଡ଼ା ଦୁର୍ନୀତି ଉପରେ କାର୍ଯ୍ୟାନୁଷ୍ଠାନ ପ୍ରଭାବ ପକାଇଛି।