ନବନିର୍ମାଣ କୃଷକ ସଙ୍ଗଠନର ସମାବେଶ

ନୟାଗଡ଼ ଅଫିସ,୧୦ା୧୦: ନବନିର୍ମାଣ କୃଷକ ସଙ୍ଗଠନର ନୟାଗଡ଼ ଜିଲାସ୍ତରୀୟ ସମାବେଶ ବୁଧବାର ସହରସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲା ସଂଯୋଜକ ମହେଶ୍ୱର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାବେଶରେ ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଯୋଗଦେଇ ଚାଷୀକୁଳ ଅସଙ୍ଗଠିତ ହୋଇଥିବାରୁ ଶାସକ ଦଳ ଓ ଅମଲାତନ୍ତ୍ର ସେମାନଙ୍କୁ ଅବହେଳା କରିଆସୁଥିବା ପ୍ରକାଶ କରିଥିଲେ। କିନ୍ତୁ ନବନିର୍ମାଣ କୃଷକ ସଙ୍ଗଠନ ଚାଷୀମାନଙ୍କୁ ଏକତ୍ରିତ କରି ସଙ୍ଗଠିତ ଶକ୍ତିର ପରିଚୟ ଦେଇଛି। ଏହା ପରେ ମଧ୍ୟ ରାଷ୍ଟ୍ରଶକ୍ତି ଚାଷୀମାନଙ୍କ ସମସ୍ୟା ସମାଧାନ ପାଇଁ ଆଗ୍ରହ ପ୍ରକାଶ କରୁନାହିଁ। ଏଣୁ ଆସନ୍ତା ନଭେମ୍ବର ୬ ତାରିଖରେ ଭୁବେନଶ୍ୱରଠାରେ ହେବାକୁ ଥିବା ରାଷ୍ଟ୍ରୀୟ ସମ୍ମିଳନୀରେ ଯୋଗଦେବା ପାଇଁ ସେ ଚାଷୀମାନଙ୍କୁ ଆହ୍ବାନ ଦେଇଥିଲେ। ନିଜ ମୁକ୍ତି ପାଇଁ ସଂଘର୍ଷ କରିବାକୁ ପଡ଼ିବ ବୋଲି କହିଥିଲେ। ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ଜିଲା ସହ ସଂଯୋଜକ ରଣଜିତ୍‌ ଦଳବେହେରା, ମମତା ନାଥ, ପ୍ରସନ୍ନ ପ୍ରଧାନ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ସଙ୍ଗଠନର ଦ୍ୱାରା ବିଭିନ୍ନ ସମୟରେ ହୋଇଥିବା ଚାଷୀ ଆନ୍ଦୋଳନରେ ଅନେକ ସଫଳତା ମିଳିଛି। ଚାଷୀ ଆନ୍ଦୋଳନ ପାଇଁ ସରକାର ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଥିଲେ ହେଁ ପରେ ଧୋକା ଦେଉଛନ୍ତି। ଏହା ବିରୋଧରେ ଚାଷୀମାନେ ରାଷ୍ଟ୍ରୀୟ ସମାବେଶରେ ଏକାଠି ହେଲେ ସରକାର ଚାପଗ୍ରସ୍ତ ହୋଇ ଏହାର ସମାଧାନ କରିବେ ବୋଲି କହିଥିଲେ। ସଙ୍ଗଠନର ଉପଦେଷ୍ଟା ସନ୍ତୋଷ ପ୍ରଧାନ ସଙ୍ଗଠନ ବିଷୟରେ ଚାଷୀମାନେ ବୁଝିଲେ ସେମାନଙ୍କୁ ନେତାମାନେ ଆଉ ଶୋଷଣ କରିପାରିବେ ନାହିଁ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରବୀନ୍ଦ୍ର ବରାଡ଼, ଅଜୟ ମହାନ୍ତି, ଦାମୋଦର ପ୍ରଧାନ, ସୁଶାନ୍ତ କୁମାର ପାତ୍ର, ଶିଶିର କୁମାର ଭଞ୍ଜ, ବିଜୟ କୁମାର ପରିଡ଼ଙ୍କ ସମେତ ବହୁଚାଷୀ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri