ନନ୍ଦନକାନନରେ ବିଦ୍ୟୁତ୍‌ ଚୋରି, ଦେୟ ଭରୁଛନ୍ତି କର୍ତ୍ତୃପକ୍ଷ

ବାରଙ୍ଗ,୯।୭(ଡି.ଏନ୍‌.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନର ବିକାଶ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ଆର୍ଥିକ ସହଯୋଗ ରହିଛି। ଏହାସହ ସେଠାରୁ ମିଳୁଥିବା ରାଜସ୍ବକୁ ନିଜେ ନନ୍ଦନକାନନ ବିନିଯୋଗ କରିବାର ସୁଯୋଗ ପାଇଛି। ଏଭଳି ସୁବିଧା ସତ୍ତ୍ୱେ ନନ୍ଦନକାନନର ଉନ୍ନତି ନିମନ୍ତେ ବ୍ୟବହୃତ ଅର୍ଥକୁ ବାଟମାରଣା କରିବାକୁ କେତେକ ଅଧିକାରୀ ଲାଗିପଡିଛନ୍ତି। ନିଜର ସୁବିଧା ପାଇଁ ବ୍ୟବହୃତ ବିଦ୍ୟୁତର ମାସିକ ଦେୟକୁ ନନ୍ଦନକାନନକୁ ଭରିବାକୁ ପଡୁଛି। ହୁକ ପକାଇ ଠିକାଦାର ଦିନ ଦ୍ୱିପ୍ରହରରେ ବିଦ୍ୟୁତ ଚୋରି କରୁଥିଲେ ମଧ୍ୟ କାହାର ନଜର ପଡୁ ନ ଥିବା ଏଠାରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ା
ସୂଚନା ମୁତାବକ, ବାତ୍ୟାପରେ ନନ୍ଦନକାନନକୁ ସବୁଜ ବଳୟ ସୃଷ୍ଟି ପାଇଁ ଉଦ୍ୟମ ଆରମ୍ଭ ହୋଇଯାଇଛି। ଗାତ ଖୋଳିବାଠାରୁ ଆରମ୍ଭ କରି ସୁରକ୍ଷା ତାରବାଡ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଚାଲିଛି। ଏହିସବୁ କାମ ରେଞ୍ଜ ଅଫିସରମାନେ କାଗଜପତ୍ରରେ କରୁଥିବାବେଳେ ବାସ୍ତବରେ ସେମାନେ ଠିକାଦାରମାନଙ୍କୁ ଦେଇ ଦିଅନ୍ତି। ଏବେ ନନ୍ଦନକାନନ କାର୍ଯ୍ୟାଳୟର ପଛପଟ ଲେନ୍‌ରେ ଫୁଲଗଛଗୁଡିକୁ ସଜାଇ ରଖିବାପାଇଁ ଲୁହାରେ ଫ୍ରେମ କରାଯାଉଛି। ଏଥିପାଇଁ ବିଦ୍ୟୁତର ଆବଶ୍ୟକତା ଥିବାରୁ ଜନୈକ ଠିକାଦାର କାର୍ଯ୍ୟାଳୟକୁ ଲାଗିରହିଥିବା ଗେଷ୍ଟହାଉସରୁ ହୁକ ପକାଇ ଆଣିଛନ୍ତି। ହୁକ ପାଇଁ ବ୍ୟବହୃତ ତାରକୁ ସବୁଦିନେ ଅଧିକାରୀମାନେ ଦେଖୁଥିବାବେଳେ ତାର ପଡିଥିବାର କାରଣ ଜାଣିବାକୁ ଚେଷ୍ଟା କରୁନାହାନ୍ତି। ତତ୍‌ସହ ଠିକାଦାର ଜଣକ ବିଦ୍ୟୁତ୍‌ ନେଇ ନିଜ ସୁବିଧା ପାଇଁ ବ୍ୟବହାର କରୁଥିବାବେଳେ ଏହାର ଦେୟ ଦେଉଛି ଖୋଦ୍‌ ନନ୍ଦନକାନନ କର୍ତ୍ତୃପକ୍ଷ। ଏହା ପୂର୍ବରୁ ମଧ୍ୟ ଯେତେ ଠିକାଦାର କାମ କରନ୍ତି ସବୁ ସେମିତି ନିଜ ସୁବିଧା ପାଇଁ ବିଦ୍ୟୁତ ଚୋରି କରୁଥିବାବେଳେ ନନ୍ଦନକାନନ ହିଁ ଦେୟ ଦେଉଥିବାରୁ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେହିଭଳି ଜଣେ ରେଞ୍ଜଅଫିସର ଗେଟ୍‌କମ୍ପ୍ଲେସ୍କ ପାଖରେ ଥିବା ଅଫିସର କ୍ୱାର୍ଟରକୁ ସ୍ଥାନାନ୍ର: ହେବାପରେ ସେଠାରେ ଏସି ଲଗାଇବା ସହ ଘରଆଗରେ ଥିବା ଲେନରେ ଫୁଲଗଛ ରଖିବାପାଇଁ ସେଡ୍‌ମାନ ତିଆରି କରିବା ନିମନ୍ତେ ଓଲ୍ଡିଂ କରୁଥିବାର ଦେଖିବାକୁ ମିଳିଛି। ମାସିକ ବିଦ୍ୟୁତ ଦେୟ ୩୦୫ଟଙ୍କା ଦେଇ ଏସି, ଫ୍ୟାନ, ହିଟର, ଗ୍ରାଇଣ୍ଡର ଭଳି ବହୁମୂଲ୍ୟ ସାମଗ୍ରୀ ବ୍ୟବହାର ସହ ଓଲ୍ଡିଂକୁ ମଧ୍ୟ ମାଗଣାରେ ବ୍ୟବହାର କରୁଛନ୍ତି। ଅନ୍ୟପକ୍ଷେ ଲେବର ବ୍ୟାରେକରେ ସ୍ଥିତି କିନ୍ତୁ ଓଲଟା। ସେଠାରେ ସବୁ ବ୍ୟବହାର ପାଇଁ ବିଦ୍ୟୁତ୍‌ ଦେୟ ଦେବାକୁ ପଡୁଥିବାରୁ ତଳିଆ କର୍ମଚାରୀମାନେ ମାପିଚୁପି ବିଦ୍ୟୁତ ବ୍ୟବହାର କରୁଛନ୍ତି। କିନ୍ତୁ ଅଫିସର କଲୋନୀରେ ରହୁଥିବା ଏହି ବାହୁବଳୀ ଅଫିସରଙ୍କ ପାଇଁ ସବୁ ମାଫ ଥିବାର ଜଣାପଡିଛି। ଏ ସମ୍ପର୍କରେ ବିଦ୍ୟୁତ ଦାୟିତ୍ୱରେ ଥିବା ରେଞ୍ଜ ଅଫିସର କୁମର ବେହେରା କୁହନ୍ତି, ବିଦ୍ୟୁତ ବିଭାଗ ପକ୍ଷରୁ ୩୩କେଭି ଟ୍ରାନ୍ସଫର୍ମର ପାଖରେ ମିଟର ବସାଇଛି। ନନ୍ଦନକାନନରେ ବିଦ୍ୟୁତ ଖର୍ଚ୍ଚ ଅନୁଯାୟୀ ମିଟରରେ ଯାହା ଉଠିବ ସେହି ମୂଲ୍ୟ ଦିଆଯାଉଛି। ଏଠାରେ ଏବେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଚାଲୁଥିବାରୁ କେତେକାଂଶରେ ବିଦ୍ୟୁତ ଦରକାର ପଡୁଛି। ଯେଉଁ ଅଫିସରମାନେ ଏହିସବୁ କାମ ନେଇଛନ୍ତି ସେମାନେ ସବମିଟର ବସାଇ ବିଦ୍ୟୁତ ବିଲ ଦେବା କଥା। ଅଫିସର କଲୋନୀରେ ଘରପିଛା ମାସିକ ୩୦୫ଟଙ୍କା ବିଦ୍ୟୁତ ଦେୟ ଦେବା ପ୍ରକିୟା ଅଦ୍ୟାବଧି ନବୀକରଣ ହୋଇନାହିଁ। ଜଣେ ରେଞ୍ଜଅଫିସରଙ୍କ ବିଦୁତ ଖର୍ଚ୍ଚ ଆବଶ୍ୟକତାଠାରୁ ଅଧିକ ଖର୍ଚ୍ଚ ନ କରିବା ମାନସିକତା ରହିବା ଦରକାର। ଯଦି ଏଭଳି ଘଟଣା ଘଟିଛି, ତେବେ ମୁଁ ତଦନ୍ତ କରିବି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

ଜୁନାଗଡ଼ ରୋଡ୍‌ରୁ ହାଓ୍ବଡା ଇସ୍ପାତ ଏକ୍ସପ୍ରେସ୍‌ର ଶୁଭାରମ୍ଭ କଲେ ଏମ୍‌ପି: ୨୨ରୁ ଗଡ଼ିବ ଟ୍ରେନ୍‌…

ଜୁନାଗଡ଼,୧୯।୨(ସୁନୀଲ କୁମାର ସିଂହ/ଅଂଶୁମାନ ଯୋଶୀ)- ପଶ୍ଚିମ ଓଡ଼ିଶାରେ ରେଳ ସଂଯୋଗକୁ ସୁଦୃଢ଼ ​​କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ହାଓ୍ବଡା-ଟିଟଲାଗଡ଼-ହାଓଡ଼ା ଇସ୍ପାତ ଏକ୍ସପ୍ରେସ୍ ଜୁନାଗଡ଼ ରୋଡ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri