ନନ୍ଦନକାନନରେ ଦୁଇ ହାତୀ ଅସୁସ୍ଥ

ବାରଙ୍ଗ, ୧୫।୯(ଡି.ଏନ୍‌.ଏ.): ନନ୍ଦନକାନନରେ ଥିବା ଦନ୍ତାହାତୀ ଚନ୍ଦନ ଶୁକ୍ରବାରଠାରୁ ଅସୁସ୍ଥ ହୋଇଥିବା ଜଣାପଡିଛି। ଚନ୍ଦନକୁ ଜ୍ୱର ହେଉଥିବାବେଳେ ଶନିବାର ଡାକ୍ତରମାନେ ଚିକିତ୍ସା ଆରମ୍ଭ କରିଛନ୍ତି। ଚନ୍ଦନ ୨୮ଜୁଲାଇ୨୦୧୦ରେ ଚନ୍ଦକାରୁ ମା’ବାପାଙ୍କୁ ହରାଇ ନନ୍ଦନକାନନକୁ ଆସିଥିବାବେଳେ ଏବେ ତାକୁ ୯ବର୍ଷ ହୋଇଛି। ସେହିପରି ହାତୀସଫାରୀର ହାତୀଶାଳରେ ଥିବା ଜୁଲିର ୨୫ଅଗଷ୍ଟରେ ମୃତ୍ୟୁବରଣ ପରେ ହାତୀ ହୀରାର ବାମପଟ ଆଖିକୁ ଦେଖାଯାଉନାହିଁ। ଘାସ କିମ୍ବା ଖାଇବାକୁ ଦିଆଯାଉଥିବା ଡାଳପତ୍ର ବାଜିବା ପରଠାରୁ ଆଖିର ଏହିଭଳି ଅବସ୍ଥା ସୃଷ୍ଟି ହୋଇଛି। ବିଶେଷଜ୍ଞ ଡାକ୍ତରମାନଙ୍କ ସହ ନନ୍ଦନକାନନର ଡାକ୍ତରମାନଙ୍କ ଚିକିତ୍ସା ସତ୍ତ୍ୱେ ଆଖିରେ ଉନ୍ନତି ପରିଲକ୍ଷିତ ହୋଇନାହିଁ। ପ୍ରାଣୀ ଡାକ୍ତରମାନେ ନ ପାରିବାରୁ ଆଇହସ୍ପିିଟାଲର ଡାକ୍ତରମାନେ ଗତ ୧୦ତାରିଖରେ ଆସି ହୀରାର ଆଖିକୁ ଅନୁଧ୍ୟାନ କରି ଚିକିତ୍ସା କରିଯାଇଛନ୍ତି ା ଏବେ ସୁଦ୍ଧା ଆଖିରେ ଉନ୍ନତି ହୋଇ ନ ଥିବା ଜଣାପଡ଼ିଛି।