ନନ୍ଦନକାନନକୁ ଆସିବେ ୪ ଅଣ୍ଡିରା ସିଂହ, ୨ କୋକିଶିଆଳି

ବାରଙ୍ଗ,୧୩।୩(ଡି.ଏନ୍‌.ଏ.): ପଶୁପକ୍ଷୀ ଅଦଳବଦଳ ପ୍ରକ୍ରିୟାରେ ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ଏଥର ଆସିବେ ୪ ଅଣ୍ଡିରା ସିଂହ। ଏଥିପାଇଁ ୫ଜଣିଆ ଟିମ ଆସନ୍ତା ୧୬ ତାରିଖରେ ଏହି ନୂଆ ଅତିଥିଙ୍କୁ ଆଣିବାକୁ ଛତିଶଗଡ଼ର କାନନପେଣ୍ଡାରୀ ଜୁଲୋଜିକାଲ ଗାର୍ଡେନ ବିଳାସପୁର ଚିଡିଆଖାନାକୁ ଯିବେ। ସିଂହ ସହ ଦୁଇଟି କୋକିଶିଆଳି ମଧ୍ୟ ସେଠାରୁ ଆସିବ। ଏହା ବଦଳରେ ନନ୍ଦନକାନନକୁ ଦୁଇଟି ଜଳହସ୍ତୀ ଦେବାକୁ ପଡିବ। ଏବେ ନନ୍ଦନକାନନରେ ୧୦ ସିଂହ ଅଛନ୍ତି। ସେଥିମଧ୍ୟରେ ସିଂହସଫାରିରେ ୭ଟି ଥିବାବେଳେ ଏନକ୍ଲୋଜରରେ ୩ଟି ସିଂହ ରହିଛନ୍ତି। କମବୟସର କଳ୍ପନା ଓ ଜିତ୍‌ ହେଉଛନ୍ତି ନନ୍ଦନକାନନର ଶେଷ ଜନ୍ମିତ ସିଂହ ଛୁଆ। ତେବେ ଆସିବାକୁ ଥିବା ସିଂହ ୪ଟି ସଫାରୀରେ ଛଡାଯିବାକୁ ନନ୍ଦନକାନନ ପକ୍ଷରୁ ଏକ ପ୍ରକାର ନିଷ୍ପତ୍ତି ହୋଇସାରିିଛି।
ଅନ୍ୟପଟେ ଗୁରୁବାର ନନ୍ଦନକାନନରେ ୩ ବନ୍ୟଜନ୍ତୁ ଜନ୍ମ ନେଇଥିବାବେଳେ ୪ଟି ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ୫୪ନଂ ଏନକ୍ଲୋଜରରେ ଥିବା ମାର୍ମୋସେଟ ଗୋଟିଏ ଛୁଆ ଜନ୍ମ ଦେବାରୁ ସେମାନଙ୍କ ସଂଖ୍ୟା ବୃଦ୍ଧିପାଇ ୪ରେ ପହଞ୍ଚିଛି। ସେଥିମଧ୍ୟରେ ଗୋଟିଏ ଅଣ୍ଡିରା, ଦୁଇ ମାଈକୁ ମିଶାଇ ଜନ୍ମିତ ଛୁଆର ଲିଙ୍ଗନିରୂପଣ ହୋଇନାହିଁ। ରାତ୍ରଚରଜୀବ ଘରେ ଥିବା କୋକିଶିଆଳି ୨ଟି ଛୁଆ ଜନ୍ମ ଦେବାରୁ ସେମାନଙ୍କ ସଂଖ୍ୟା ବୃଦ୍ଧିପାଇ ୪ରେ ପହଞ୍ଚତ୍ଛି। ସେଥିମଧ୍ୟରେ ଗୋଟିଏ ଅଣ୍ଡିରା ଗୋଟିଏ ମାଈକୁ ମିଶାଇ ଅନ୍ୟ ଦୁଇଟିର ଲିଙ୍ଗ ନିରୂପଣ ହୋଇପାରିନାହିଁ। ସେହିଭଳି ଗତ କିଛିଦିନ ତଳେ ନୀଳ ଇଗୁଆନା ଏଣ୍ଡୁଅର ୪ଟିର ମୃତ୍ୟୁ ହୋଇଥିବାବେଳେ ଗୁରୁବାର ୬୮ନଂ ଏନକ୍ଲୋଜରରେ ଥିବା ଗୋଟିଏ ଚିତ୍ରାହରିଣ ଓ ପରିସର ଜଙ୍ଗଲରେ ଗୋଟିଏ ଚିତ୍ରାହରଣ ମୃତ୍ୟୁ ହୋଇଛି। ୬୫ନଂ ଏନକ୍ଲୋଜରରେ ଥିବା କୃଷ୍ନସାରମୃଗ ଗୋଟିଏ ମୃତ୍ୟୁବରଣ କରିବା ପରେ ଏମାନଙ୍କ ସଂଖ୍ୟା ହ୍ରାସପାଇ ୨୫ରେ ପହଞ୍ଚତ୍ଛି। ୪୫ସି ଏନକ୍ଲୋଜରରେ ଥିବା ଗୋଟିଏ କୁଜିହରିଣର ମୃତ୍ୟୁପରେ ଏମାନଙ୍କ ସଂଖ୍ୟା ହ୍ରାସପାଇ ୫୨ରେ ପହଞ୍ଚତ୍ଛି।