ନନ୍ଦନକାନନକୁ ଆସିବେ ୪ ଅଣ୍ଡିରା ସିଂହ, ୨ କୋକିଶିଆଳି

ବାରଙ୍ଗ,୧୩।୩(ଡି.ଏନ୍‌.ଏ.): ପଶୁପକ୍ଷୀ ଅଦଳବଦଳ ପ୍ରକ୍ରିୟାରେ ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ଏଥର ଆସିବେ ୪ ଅଣ୍ଡିରା ସିଂହ। ଏଥିପାଇଁ ୫ଜଣିଆ ଟିମ ଆସନ୍ତା ୧୬ ତାରିଖରେ ଏହି ନୂଆ ଅତିଥିଙ୍କୁ ଆଣିବାକୁ ଛତିଶଗଡ଼ର କାନନପେଣ୍ଡାରୀ ଜୁଲୋଜିକାଲ ଗାର୍ଡେନ ବିଳାସପୁର ଚିଡିଆଖାନାକୁ ଯିବେ। ସିଂହ ସହ ଦୁଇଟି କୋକିଶିଆଳି ମଧ୍ୟ ସେଠାରୁ ଆସିବ। ଏହା ବଦଳରେ ନନ୍ଦନକାନନକୁ ଦୁଇଟି ଜଳହସ୍ତୀ ଦେବାକୁ ପଡିବ। ଏବେ ନନ୍ଦନକାନନରେ ୧୦ ସିଂହ ଅଛନ୍ତି। ସେଥିମଧ୍ୟରେ ସିଂହସଫାରିରେ ୭ଟି ଥିବାବେଳେ ଏନକ୍ଲୋଜରରେ ୩ଟି ସିଂହ ରହିଛନ୍ତି। କମବୟସର କଳ୍ପନା ଓ ଜିତ୍‌ ହେଉଛନ୍ତି ନନ୍ଦନକାନନର ଶେଷ ଜନ୍ମିତ ସିଂହ ଛୁଆ। ତେବେ ଆସିବାକୁ ଥିବା ସିଂହ ୪ଟି ସଫାରୀରେ ଛଡାଯିବାକୁ ନନ୍ଦନକାନନ ପକ୍ଷରୁ ଏକ ପ୍ରକାର ନିଷ୍ପତ୍ତି ହୋଇସାରିିଛି।
ଅନ୍ୟପଟେ ଗୁରୁବାର ନନ୍ଦନକାନନରେ ୩ ବନ୍ୟଜନ୍ତୁ ଜନ୍ମ ନେଇଥିବାବେଳେ ୪ଟି ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ୫୪ନଂ ଏନକ୍ଲୋଜରରେ ଥିବା ମାର୍ମୋସେଟ ଗୋଟିଏ ଛୁଆ ଜନ୍ମ ଦେବାରୁ ସେମାନଙ୍କ ସଂଖ୍ୟା ବୃଦ୍ଧିପାଇ ୪ରେ ପହଞ୍ଚିଛି। ସେଥିମଧ୍ୟରେ ଗୋଟିଏ ଅଣ୍ଡିରା, ଦୁଇ ମାଈକୁ ମିଶାଇ ଜନ୍ମିତ ଛୁଆର ଲିଙ୍ଗନିରୂପଣ ହୋଇନାହିଁ। ରାତ୍ରଚରଜୀବ ଘରେ ଥିବା କୋକିଶିଆଳି ୨ଟି ଛୁଆ ଜନ୍ମ ଦେବାରୁ ସେମାନଙ୍କ ସଂଖ୍ୟା ବୃଦ୍ଧିପାଇ ୪ରେ ପହଞ୍ଚତ୍ଛି। ସେଥିମଧ୍ୟରେ ଗୋଟିଏ ଅଣ୍ଡିରା ଗୋଟିଏ ମାଈକୁ ମିଶାଇ ଅନ୍ୟ ଦୁଇଟିର ଲିଙ୍ଗ ନିରୂପଣ ହୋଇପାରିନାହିଁ। ସେହିଭଳି ଗତ କିଛିଦିନ ତଳେ ନୀଳ ଇଗୁଆନା ଏଣ୍ଡୁଅର ୪ଟିର ମୃତ୍ୟୁ ହୋଇଥିବାବେଳେ ଗୁରୁବାର ୬୮ନଂ ଏନକ୍ଲୋଜରରେ ଥିବା ଗୋଟିଏ ଚିତ୍ରାହରିଣ ଓ ପରିସର ଜଙ୍ଗଲରେ ଗୋଟିଏ ଚିତ୍ରାହରଣ ମୃତ୍ୟୁ ହୋଇଛି। ୬୫ନଂ ଏନକ୍ଲୋଜରରେ ଥିବା କୃଷ୍ନସାରମୃଗ ଗୋଟିଏ ମୃତ୍ୟୁବରଣ କରିବା ପରେ ଏମାନଙ୍କ ସଂଖ୍ୟା ହ୍ରାସପାଇ ୨୫ରେ ପହଞ୍ଚତ୍ଛି। ୪୫ସି ଏନକ୍ଲୋଜରରେ ଥିବା ଗୋଟିଏ କୁଜିହରିଣର ମୃତ୍ୟୁପରେ ଏମାନଙ୍କ ସଂଖ୍ୟା ହ୍ରାସପାଇ ୫୨ରେ ପହଞ୍ଚତ୍ଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri