ନଦୀ ସାଜିଛି ପ୍ରତିବନ୍ଧକ

ଉଦଳା,୨୩ା୧୦(ଡି.ଏନ୍‌.ଏ.)- ବର୍ଷା ଆସିଲେ ଛାତିରେ ଛନକା ପଶେ। ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯିବା ଆଶଙ୍କା ଘାରେ। ବର୍ଷା ହେଉ କିମ୍ବା ଅନ୍ୟ ଦିନଗୁଡ଼ିକରେ ନଦୀ ପ୍ରତିବନ୍ଧକ ସାଜିଥାଏ। ଫଳରେ ମୟୂରଭଞ୍ଜ ଜିଲା ଉଦଳା ବ୍ଲକ ଅଧୀନ କୁଣ୍ଡାବାଇ ପଞ୍ଚାୟତ ବାଲମା, ଉପରବାଲମା ଏବଂ ମାତକାମବୀର ଗ୍ରାମକୁ ଯିବା କଷ୍ଟକର ହୋଇପଡ଼େ। ଏହି ୩ ଗ୍ରାମକୁ ଯିବାକୁ ହେଲେ ଜୀବନକୁ ବାଜି ଲଗାଇବାକୁ ପଡ଼ିଥାଏ। କାରଣ ଏଠାରେ ପ୍ରତି ମୁହୂର୍ତ୍ତରେ ବିପଦ। ଅନ୍ୟ ଦିନଗୁଡ଼ିକରେ ଏହି ଗ୍ରାମକୁ ଯିବାକୁ ହେଲେ ନଦୀ ଭିତରେ ପଥର ଉପରେ ଚାଲି ଚାଲି ଯିବାକୁ ପଡ଼େ। ଯେଉଁ ରାସ୍ତାରେ ସାଇକେଲ କିମ୍ବା ବାଇକରେ ଯିବା ତ ଦୂରର କଥା ପାଦରେ ଚାଲି ଚାଲି ଯିବା ମଧ୍ୟ କଷ୍ଟ । ଏହି ଗ୍ରାମ ରାସ୍ତା ଏପରି ଯେ, କିଏ ମୁଣ୍ଡରେ ସାଇକେଲ ବୋହି ନଦୀ ପାର ହୁଅନ୍ତି ତ ଆଉ କିଏ ଛୋଟ ପିଲାଙ୍କୁ କାନ୍ଧରେ ବସାଇ ନଦୀ ପାର ହୋଇଥାନ୍ତି। ଫଳରେ ଏହି ୩ ଗ୍ରାମର ଲୋକେ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ହୋଇ ଆସୁଛନ୍ତି।
ଏହି ଗ୍ରାମରେ ୬୦୦ରୁ ଊର୍ଦ୍ଧ୍ୱ ଆଦିବାସୀ ପରିବାର ବସବାସ କରନ୍ତି। ଗ୍ରାମ ପାର୍ଶ୍ୱରେ ପ୍ରବାହିତ ଦେଓ ନଦୀ ଗ୍ରାମ ପାଇଁ ଦୁଃଖ ପାଲଟିଛି। ଏହି ନଦୀ ଉପରେ ପୋଲ ନ ଥିବାରୁ ଅତି ବିପଦସଙ୍କୁଳ ଅବସ୍ଥାରେ ଗ୍ରାମବାସୀ ଏହି ରାସ୍ତାରେ ଯାତାୟାତ କରୁଛନ୍ତି। ତେବେ ସାମାନ୍ୟ ବର୍ଷାରେ ରାସ୍ତାର ଅବସ୍ଥା ବେହାଲ ହୋଇଯାଏ। ଯେଉଁ ନଦୀ ଭିତରେ ପଶି ଲୋକେ ଯିବା ଆସିବା କରନ୍ତି ସେହି ନଦୀରେ ସାମାନ୍ୟ ବର୍ଷାରେ ଅଧିକ ଉଚ୍ଚର ପାଣି ପ୍ରବାହିତ ହୋଇଥାଏ। ଫଳରେ ଗ୍ରାମବାସୀ ବର୍ଷାଦିନ ଆସିଲେ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ରହିଥାନ୍ତି। ସେମାନଙ୍କ ନିକଟରେ ଜରୁରିକାଳୀନ ସେବା ମଧ୍ୟ ପହଞ୍ଚିପାରେ ନାହିଁ । ନଦୀରେ ପାଣି ଭର୍ତ୍ତି ହୋଇ ରହିଥିବା ବେଳେ ମାସ ମାସ ଧରି ଗ୍ରାମବାସୀ ଜଳବନ୍ଦୀ ହୋଇ ରହିଥାନ୍ତି। ଏହିପରି କି ପ୍ରସୂତି ମହିଳାଙ୍କଠାରୁ ଆରମ୍ଭକରି ରୋଗୀମାନଙ୍କ ପାଇଁ ନଦୀ ପ୍ରତିବନ୍ଧକ ସାଜିଥିବାରୁ ଅନେକ ସମୟରେ ସେମାନେ ମୃତ୍ୟୁ ମୁଖରେ ପଡୁଥିବା ଗ୍ରାମର ରାମ ଚନ୍ଦ୍ର ସିଂ, ବୈଦ୍ୟନାଥ ମାହାଲି, ଚିତା ମାହାଲି ପ୍ରମୁଖ କହିଛନ୍ତି। ବ୍ଲକ ପ୍ରଶାସନ ପକ୍ଷରୁ ଏହି ନଦୀରେ ଗମନାଗମନ ନିମନ୍ତେ ଅସ୍ଥାୟୀ ରାସ୍ତା ୧୦ ବର୍ଷ ପୂର୍ବରୁ ନିର୍ମାଣ ହୋଇଥିଲା। ତେବେ ନଦୀର ପ୍ରବଳ ସ୍ରୋତରେ ଉକ୍ତ ରାସ୍ତାଟି ଧୋଇଯାଇଛି। ପୋଲ ନିର୍ମାଣ ଦାବି ନେଇ ଗତ ନିର୍ବାଚନରେ ଗ୍ରାମବାସୀ ଭୋଟ ବର୍ଜନ ନିଷ୍ପତ୍ତି ନେଇଥିଲେ। ପ୍ରଶାସନ ପକ୍ଷରୁ ପୋଲ ନିର୍ମାଣ ନିମନ୍ତେ ପ୍ରତିଶ୍ରୁତି ମିଳିଥିବା ବେଳେ ଅଦ୍ୟାବଧି ତାହା କାର୍ଯ୍ୟକାରୀ ହୋଇ ନାହିଁ।
ଏ ସମ୍ପର୍କରେ ଉଦଳା ବିଡିଓ ପଲ୍ଲବୀ ସ୍ବାଇଁଙ୍କୁ ପଚାରିବାରୁୁ ଏହି ନଦୀରେ ପୋଲ ନିର୍ମାଣ ନିମନ୍ତେ ସେ ଜିଲାପାଳ ଓ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାକୁ ଜଣାଇଛିି ଏବଂ ଖୁବ୍‌ ଶୀଘ୍ର ସମସ୍ୟା ସମାଧାନ କରାଯିବ ବୋଲି କହିଛନ୍ତି। କେବେ ଏହି ୩ ଗ୍ରାମବାସୀଙ୍କ ପୋଲ ସମସ୍ୟା ଦୂର ହେଉଛି ଏବଂ କେବେ ଗ୍ରାମକୁ ଯୋଗାଯୋଗ ସମ୍ଭବ ହେଉଛି ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri