ନଦୀରେ ପଶି ସ୍କୁଲ ଯାଉଛନ୍ତି ପିଲା

ନୂଆପଡ଼ା ଅଫିସ/ସିନାପାଲି,୨୯।୭: ଗମନାଗମନ ଭଳି ମୌଳିକ ସୁବିଧାରୁ ଗ୍ରାମାଞ୍ଚଳର ଲୋକମାନଙ୍କୁ ବଞ୍ଚିତ କରାଯିବ ନାହିଁ ବୋଲି ସରକାର ଘୋଷଣା କରୁଛନ୍ତି। ହେଲେ ନୂଆପଡ଼ା ଜିଲାର ଉପାନ୍ତ ଖଇଁରପଦର ଗ୍ରାମ ପଞ୍ଚାୟତ ହଳଦୀମୁଣ୍ଡା ଗାଁ ଲୋକେ ଏଥିରୁ ବଞ୍ଚିତ ହୋଇଛନ୍ତି। ରାସ୍ତା ନ ଥିବାରୁ ସ୍କୁଲ ପିଲାଙ୍କୁ ନଦୀରେ ଚାରି ଫୁଟ ପାଣି ପାରିହୋଇ ସ୍କୁଲ ଯିବାକୁ ପଡ଼ୁଛି। ସ୍କୁଲ ପିଲା ବିପଜ୍ଜନକ ଭାବେ ଯିବା ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି। ନୂଆପଡା ଜିଲା ସଦର ମହକୁମାଠାରୁ ୧୧୫କିି.ମି ଦୂର ସିନାପାଲି ବ୍ଲକର ହଳଦୀମୁଣ୍ଡା ଗାଁ। ଏଠାରେ ଶତପ୍ରତିଶତ ବନବାସୀ ଆଦିବାସୀ ବସତି କରି ରହୁଛନ୍ତି। ଚାଷକାର୍ଯ୍ୟ ମୁଖ୍ୟ ବେଉସା। ଏଠାରେ ଶିକ୍ଷା, ସ୍ଥାସ୍ଥ୍ୟ, ଗମନାଗମନ ଭଳି ମୌଳିକ ସୁବିଧା ଲୋକଙ୍କୁ ଏବେବି ଉପଲବ୍ଧ ହୋଇନାହିଁ। ସବୁପ୍ରକାର ସୁବିଧା ପାଇଁ ନଦୀ ଆରମୁଣ୍ଡ କେନ୍ଦୁମୁଣ୍ଡା ଗାଁ ଉପରେ ଭରସା କରିଥାନ୍ତି। ମାତ୍ର ବର୍ଷାଦିନ ଆରମ୍ଭ ହେଲେ ସବୁ ଦୁଃଖ ଆରମ୍ଭ ହୋଇଯାଏ। ଏମିତିକି ଲଗାଣ ବର୍ଷାରେ ଏହି ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡିଥାଏ ା ଅସରାଏ ବର୍ଷା ହେଲେ ମେଣ୍ଢାନାଳ ଉପରେ ପାଣି ମାଡିଆସିଥାଏ। ପିଲାମାନେ ୪ଫୁଟ ପର୍ଯ୍ୟନ୍ତ ପାଣି ଲଙ୍ଘି ସ୍କୁଲକୁ ଯାଇଥାନ୍ତି। ହଳଦୀମୁଣ୍ଡା ଭଳି ଗାଁରେ ହାଇସ୍କୁଲ ଶିକ୍ଷାର କୌଣସି ବିକଳ୍ପ ନ ଥିବାବେଳେ କେନ୍ଦୁମୁଣ୍ଡା ସ୍କୁଲ ହିଁ ଏକମାତ୍ର ଭରସା। ଏଠାରେ ଏକ ବ୍ୟାରେଜ ନିର୍ମାଣ ପାଇଁ ବାରମ୍ବାର ଦାବି କରାଯାଇଆସୁଥିଲେ ମଧ୍ୟ ପ୍ରଶାସନ କୌଣସି ଦୃଷ୍ଟି ଦେଉନାହିଁ । ଏନେଇ ଜିଲାପାଳ ମଧୁସ୍ମିତା ସାହୁଙ୍କୁ ପଚାରିବାରେ ସେ ବିଚାର କରି କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri